ଆଇପିଏଲ୍‌ ବେଟିଂରେ ପୋଲିସର ସେଟିଂ

ସମ୍ବଲପୁର,୧।୫(ବ୍ୟୁରୋ): ପ୍ରାୟ ୬୦ ଦିନିଆ ଆଇପିଏଲ୍‌ ମ୍ୟାଚରେ ଦେଶ ତଥା ଦେଶ ବାହାରେ ବେଟିଂ ଚାଲୁଛି। ସମ୍ବଲପୁର ଜିଲାରେ ମଧ୍ୟ ପ୍ରତିଦିନ ପ୍ରାୟ ୨ କୋଟି ଟଙ୍କା କାରବାର ହେଉଥିବା ଜଣାପଡିଛି। ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ହେଉଥିବାରୁ ସହର ଓ ଗ୍ରାମାଞ୍ଚଳ ସବୁଠାରେ ଖେଳ ଚାଲିଛି। ଅନ୍‌ଲାଇନ ଯୋଗୁ ଏବେ ବୁକି ଓ ଖେଳୁଥିବା ବ୍ୟକ୍ତିଙ୍କୁ ସୁବିଧା ହେଉଛି। ବାଜି ଜିତିବା ପରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ମିଳିପାରୁଛି। ପୂର୍ବରୁ ଧନୁପାଲି ଥାନା ଅଞ୍ଚଳର ଜଣେ ବୁକି ରହିଥିବା ବେଳେ ଏବେ ଟାଉନ ଥାନା ଅଞ୍ଚଳର ଜଣେ ବୁକି ନୂତନ ଭାବେ କାମ କରୁଛନ୍ତି। ଦୁଇଜଣ ବୁକିଙ୍କ ବିବାଦ ଯୋଗୁ ଏବେ ପୋଲିସକୁ ଫାଇଦା ହୋଇଛି ବୋଲି ଅଭିଯୋଗ ହେଉଛି। ଚଢ଼ାଉ ପୂର୍ବରୁ ପୋଲିସ ସୂଚନା ଦେବାରୁ ଜଣେ ବୁକି ରାଜ୍ୟ ବାହାରକୁ ଯାଇ ବେଟିଂ କରୁଛନ୍ତି। ଅନ୍ୟପଟେ ଏପ୍ରିଲ ୨୫ ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ଅନ୍ୟ ବୁକି ଗୋଷ୍ଠୀର ଦୁଇଜଣ ଯୁବକଙ୍କୁ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରେ ଜଣେ ଅଇଁଠାପାଲି ଥାନା ଅଞ୍ଚଳର ଡାକ୍ତରଙ୍କ ପୁଅ ଓ ଅନ୍ୟଜଣେ ଟାଉନ ଥାନା ମାରୱାଡି ପଡାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ ରହିଥିଲେ। ଏମାନେ ୪ଦିନ ଅଟକ ରହିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ଡାକ୍ତରଙ୍କ ପୁଅ ଶୁଭମ୍‌ ସାହୁ ଓ ଝାରସୁଗୁଡ଼ା ଜିଲା ରେଳଫାଟକ ଅଞ୍ଚଳର ହରିଶ ସାହୁଙ୍କୁ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ୧ଲକ୍ଷ ୯୨ହଜାର ଟଙ୍କା, ବ୍ରେସ୍‌ଲେଟ, ଏକ କାର୍‌ (ଓଆର୍‌୧୫ଆର୍‌-୩୬୧୭) ଜବତ କରିଛି। ଏହାସହ ୭ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି, ଯେଉଁଥିରେ ୪୦ଲକ୍ଷ ୧୦,୭୪୬ଟଙ୍କା ରହିଥିବା ପୋଲିସ କହିଛି। ଏ ନେଇ ଥାନାରେ ଦଫା ୪୨୦, ୪୬୫, ୪୬୮, ୪୭୧, ୧୨୦/ବିରେ ମାମଲା (ନଂ.୧୯୮/୨୧) ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବାରୁ ୨ଜଣଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ହେଲେ ପୋଲିସ ବ୍ୟବସାୟୀଙ୍କ ପୁଅଙ୍କୁ ଛାଡିଦେଇଛି। ଏହାକୁ ନେଇ ଏବେ ପୋଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ କରାଯାଉଛି। ୧୦ ଲକ୍ଷ ଟଙ୍କାର ମୂଲଚାଲ କରି ବେଟିଂରେ ପୋଲିସ ସେଟିଂ କରି ଛାଡିଦେଇଥିବା ଅଭିଯୋଗ ହୋଇଛି। ଜଣେ ପ୍ରତିଷ୍ଠିତ ତଥା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ସହିତ ସୁସମ୍ପର୍କ ରଖିଥିବା ବ୍ୟକ୍ତି ଏଥିରେ ମଧ୍ୟସ୍ଥ କରିଥିବା ଜଣାପଡିଛି।
ଅଟକ ବ୍ୟବସାୟୀଙ୍କ ପୁଅଙ୍କୁ ଜେରା କରାଯାଇଥିଲା। କୌଣସି ପ୍ରମାଣ ନ ମିଳିବାରୁ ଛାଡି ଦିଆଗଲା। ପ୍ରାୟ ସମସ୍ତ ଟ୍ରାଞ୍ଜାକ୍ସନ ଜମା ଖାତାରେ ହୋଇଥିଲା ବୋଲି ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି କହିଛନ୍ତି। ମୋବାଇଲ ଓ ଲାପଟପ୍‌ ଜରିଆରେ ଖେଳ ହୋଇଥାଏ। ହେଲେ ପୋଲିସ କିଭଳି ବ୍ୟବସାୟୀଙ୍କ ପୁଅ ବିରୋଧରେ ପ୍ରମାଣ ଯୋଗାଡ କରିପାରିଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଅନ୍ୟପଟେ ବେଟିଂ ମାମଲାରେ ଅନେକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। କେତେଜଣ ଲୋକଙ୍କ ଜମାଖାତା ମଧ୍ୟ ଯାଞ୍ଚ କରାଯାଇଛି। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାଞ୍ଚ ସମୟରେ ବିଭିନ୍ନ ଆକାଉଣ୍ଟରେ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କାରବାର ହୋଇଥିବା ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ଜଣେ ରାଜନେତାଙ୍କ ପୁଅଙ୍କୁ ମଧ୍ୟ ପୋଲିସ ଡାକି ପଚରାଉଚରା କରିିଛି। ଏ ସମ୍ପର୍କରେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ୨ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ରାଜ୍ୟ ବାହାରୁ ବୁକିମାନେ ରହି ଖେଳ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଶ୍ୟାମାକାଳୀ ମନ୍ଦିରରେ ହନୁମାନ ଜୟନ୍ତୀ: ଜୟ ଶ୍ରୀରାମ ଧ୍ୱନିରେ ଗୁଞ୍ଜରିତ ହେଲା ପରିବେଶ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ମା’ ଶ୍ୟାମାକାଳୀ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଅବସରରେ ଏକ ଭବ୍ୟ ଓ ଆଧ୍ୟାତ୍ମିକ ମହାସମାରୋହର ଆୟୋଜନ କରାଯାଇଥିଲା। ଜୟ ଶ୍ରୀରାମ ଧ୍ୱନିରେ ପରିପୂର୍ଣ୍ଣ…

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri