ଦିଗପହଣ୍ଡି/ଚିକିଟି,୨୮|୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ) ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ସଦଳବଳେ ଚିକିଟି,କୃଷ୍ଣପୁର,ଲିଆଖାଇ, ଧାନଘର ଛକ ଇଲାକାରେ ଶୁକ୍ରବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ କୃଷ୍ଣପୁର ଗାଁ ନିକଟରେ ଦ୍ରୁତଗତି ରେ ଯାଉଥିବା ଏକ ବଜାଜ ଡିସ୍କଭର ବାଇକ୍ (ନଂ.ଏପି୩୧ ସିକେ -୩୯୨୭) କୁ ଅଟକାଇ ଖାନ୍ ତଲାସି କରିବାରୁ ଏକ ଜରି ବ୍ୟାଗ ଭିତରେ ଚନ୍ଦନ କାଠ ଥିବା ଜଣାପଡ଼ିଥିଲା।ଏନେଇ ବାଇକ୍ ଚାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା।ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲା ରାୟଗଡ଼ ଥାନା ସଅଗାଁ ର ଦେବେଶ୍ୱର କାର୍ଜି(୨୧), କୁଶ କାର୍ଯି(୪୨) ଏବଂ ଲବ କାର୍ଜିି (୪୨)। ଏନେଇ ଫାଣ୍ଡି ଅଧିକାରୀ କେ.ନୂଆଗାଁ ଥାନାରେ ଏତଲା ଦେବାପରେ ଆଇଆଇସି ବିଶ୍ୱଜିତ ନାୟକ ମାମଲା ନଂ.୩୮୧/୨୬ ବିଏନ୍ଏସ ର ଦଫା -୩୦୩(୨) ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ସେମାନେ ଉକ୍ତ ଚନ୍ଦନ କାଠ କୁ ବିକ୍ରି ପାଇଁ ନେଉଥିଲେ ବୋଲି ପୋଲିସ ନିକଟରେ ବୟାନ ଦେଇଥିଲେ।ଜବତ ଚନ୍ଦନ କାଠ କୁ ଓଜନ କରିବାରୁ ତାହା ୪.୫୬୫ କେ.ଜି ହୋଇଥିଲା।ପରେ ଅଭିଯୁକ୍ତ ମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା-୩୫(୩) ଅନୁଯାୟୀ ନୋଟିସ ଦିଆଯିବା ସହ କୋର୍ଟ ରେ ହାଜର ହେବା ନେଇ ଶୁକ୍ରବାର ରାତି ପ୍ରାୟ ୧ ଟାରେ ସର୍ତ୍ତ ମୂଳକ ଜାମିନଛଡାଯାଇଥିବା ଆଇଆଇସି କହିଛନ୍ତି।