ପରିବାର ଲୋକଙ୍କ ବୟାନ ରେକର୍ଡ କଲା ପୋଲିସ

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ):ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ସୋମବାର ଆନନ୍ଦଙ୍କ ପିଲାଦିନର ସାଙ୍ଗ ତଥା ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ବୁଧବାର ମୃତ ଆନନ୍ଦଙ୍କ ବାନ୍ଧବୀ ମନଜିତ୍‌ ଟେଟେଙ୍କ ବୟାନ ରେକର୍ଡ କରିଥିଲା ପୋଲିସ। ଏଭଳି ସ୍ଥିତିରେ ପୋଲିସ ଗୁରୁବାର ଆନନ୍ଦଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ ଭୁବନେଶ୍ୱର ଡିସିପି ଅଫିସରେ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ, ମାଆ, ସ୍ତ୍ରୀ ଓ ବଡ଼ ଭାଇ ପହଞ୍ଚିଥିଲେ। ଏହି ମାମଲାରେ ପୋଲିସ ଟିମ୍‌ ସମସ୍ତଙ୍କୁ ପଚରାଉଚରା କରି ସିଆର୍‌ପିସି ୧୬୧ରେ ବୟାନ ରେକର୍ଡ କରିଥିଲା। ଏହାପରେ ଅପରାହ୍ନ ପ୍ରାୟ ୨ଟା ୩୦ରେ ସେମାନେ ଡିସିପି ଅଫିସରୁ ଚାଲିଯାଇଥିଲେ। ମୃତ ଆନନ୍ଦଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି, ମୋ’ ଦୁଇପୁଅଙ୍କୁ ଯେଉଁ ଦୃଷ୍ଟିରେ ଦେଖୁଥିଲି ବୀରେନ୍ଦ୍ରଙ୍କୁ ମଧ୍ୟ ସେଭଳି ଦେଖୁଥିଲି। ଏହି ଘଟଣାରେ ବୀରେନ୍ଦ୍ର ଓ ମନ୍‌ଜିତଙ୍କ ଉପରେ ତାଙ୍କର ସନ୍ଦେହ ରହିଥିବା ସେ ପ୍ରକାଶ କରିଛନ୍ତି। ତେବେ ଆନନ୍ଦଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଅଧିକ କିଛି ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ବିବାହର ମାତ୍ର ୧୦ ଦିନ ପରେ ଆନନ୍ଦ ଭୁବନେଶ୍ୱର ଆସି ଇନ୍‌ଫୋସିଟି ଅଞ୍ଚଳସ୍ଥିତ ଫ୍ଲାଟ୍‌ରେ ରହୁଥିଲେ। ଗତ ଫେବୃୟାରୀ ୨୮ ତାରିଖ ସକାଳ ୭ଟାରେ ସେ ରାଉରକେଲାରୁ ଫେରି ଉକ୍ତ ଫ୍ଲାଟ୍‌କୁ ଆସିଥିଲେ। ପୂର୍ବାହ୍ନ ୧୦ଟାରେ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପାଙ୍କୁ ବୀରେନ୍ଦ୍ର ଜଣାଇଥିଲେ। ଏଥିସହ ଆନନ୍ଦଙ୍କୁ ସେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ଆନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୀରେନ୍ଦ୍ର ଓ ମନ୍‌ଜିତଙ୍କ ନାଁରେ ଆନନ୍ଦଙ୍କ ବାପା ହତ୍ୟା ଅଭିଯୋଗ ଆଣିଥିଲେ। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୨୪ରେ ପୋଲିସ ଏକ ହତ୍ୟା ମାମଲା (ନଂ. ୩୩୬/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri