ବେଆଇନ ଭାବେ ବିକୁଥିଲେ ମଦ: ଅଚାନକ ଚଢ଼ାଉ କରି ଜଣଙ୍କୁ ବାନ୍ଧିବା ସହ ବିପୁଳ…

ଛତ୍ରପୁର,୯।୧( ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନରେ କିଛି ଦିନ ହେଲା ବେଆଇନ ମଦ କାରବାର ହେଉଥିବା ନେଇ ଅଭିଯୋଗ ହେଉଥିଲା ।  ଏ ନେଇ ଶୁକ୍ରବାର ୨ ଟି ସ୍ଥାନରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି ଛତ୍ରପୁର ଥାନା ପୋଲିସ। ସହରର ଅପର ବସ ଷ୍ଟାଣ୍ଡ ଓ କୋର୍ଟ ଷ୍ଟେସନ ଦୁଇଟି ସ୍ଥାନରେ ଚଢ଼ାଉ କରି ପ୍ରାୟ ୬୮ ଲିଟର ବିଦେଶୀ ମଦ ସମେତ ୧୦୦ ଟି ଦେଶୀ ମଦ ପ୍ୟାକେଟ ଓ ଗୋଟିଏ ଫ୍ରିଜ ଜବତ କରାଯାଇଥିବା ସୂଚନା ମିଳିଛି।

ନିଜ ଘରେ ରଖି ବେଆଇନ ଭାବେ ମଦ ବିକ୍ରି କରୁଥିଲେ । ପ୍ରୋବିଶନାଲ ଆଇପିଏସ ଅଧିକାରୀ ନୀତିଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି।ଗିରଫ ଜଣକ ହେଲେ ଛତ୍ରପୁର ସହରର ରମେଶ ଚନ୍ଦ୍ର ସାହୁ। ସହରରେ ବେଆଇନ ମଦ ବିକ୍ରି ବୃଦ୍ଧି ପାଉଥିବା ବେଳେ ଆଗକୁ ଏପରି ଚଢ଼ାଉ ଜାରି ରହିବ ବୋଲି ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ମଲା କୁକୁଡ଼ା ମାଂସ ଖାଇ ୪ ମହିଳା ଗୁରୁତର

କଲ୍ୟାଣସିଂହପୁର, ୨୭।୨ (ଦୀପକ କୁମାର ପରିଡା ): ମଲା କୁକୁଡ଼ା ମାଂସ ଖାଇ ଗୋଟିଏ ପରିବାରର ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

ଶଗଡରେ ବିବାହ ପାଇଁ ଶାଶୁଘରକୁ ଆସିଲେ କନ୍ୟା: ରାତି ଅନିଦ୍ରା ହୋଇ ଶଗଡକୁ ସଜାଇଥିଲେ ବର

କବିସୂର୍ଯ୍ୟନଗର, ୨୮।୨(କୃପାସିନ୍ଧୁ ସ୍ବାଇଁ): ସମୟ ଥିଲା ବାହାଘର ପାଇଁ ଶଗଡ ବ୍ୟବହାର ହେଉଥିଲା। ଶଗଡରେ କନ୍ୟା ଆସୁଥିଲେ ବରଘରକୁ ଏବଂ ବାହାଘର ହେଉଥିଲା। ବାଲ୍ୟ ବିବାହ ସମୟରେ…

ପୂର୍ବଶତ୍ରୁତାରୁ ଛୁରା ମାଡ଼ ଘଟଣା: ଛୁରି ଜବତ, ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଆଇଆଇସି…

ରାଜ୍ୟରେ ଖୋଲିବ ଆଉ ୩ନୂତନ ମହାବିଦ୍ୟାଳୟ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର,୨୭।୨: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ। ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri