ରାଇକିଆ,୮ା୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ୧୮ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନା ଅଧିକାରୀ ଏ.ସ୍ବର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ଟିମ ବାହାରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରି ଏହି ସମୟରେ କୌଣସି ସୂତ୍ରରୁ ମଣ୍ଡାକିଆ ଅଞ୍ଚଳରେ ବେଆଇନ ମହୁଲ ମଦଭାଟି ଥିବା ନେଇ ସୂଚନା ମିଳିଥିଲା। ପୋଲିସ ଟିମ୍ ସେହି ସ୍ଥାନରେ ଚଢ଼ାଉ କରି ବହୁ ପରିମାଣରେ ମହୁଲ ପୋଚ ଜବତ କରି ନଷ୍ଟ କରିଛି। ଏନେଇ ମାମଲା ରୁଜୁ ହୋଇଥିବା ଥାନା ଧିକାରୀ ସୂଚନା ଦେଇଛନ୍ତି।