କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮,୧୯୦ ଟଙ୍କା, ୪ଟି ତାସ ମୁଠା ଏବଂ ୨ଟି ବାଇକ ଜବତ କରାଯାଇଛି। ଆଇଆଇସି କିଶୋର କୁମାର ସାମଲଙ୍କ ସୂଚନା ଅନୁଯାୟୀ, ଥାନା ମାମଲା ନଂ. ୩୩୬/୨୬ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି।

ଗତବୁଧବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଏଏସ୍‌ଆଇ ମନୋଜ ସିଂହ ସଦଳବଳେ ସେଠାରେ ଚଢ଼ାଉ କରିଥିଲେ। ତେବେ ଅନ୍ଧାର ରାତିର ସୁଯୋଗ ନେଇ କିଛି ଜୁଆଡ଼ି କୌଶଳକ୍ରମେ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ। ପରେ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଦିଲ୍ଲୀପ ଗୋରଡ଼ା ଗିରଫ ଅଭିଯୁକ୍ତମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା-୩୫(୩) ଅଧୀନରେ ନୋଟିସ୍ ପ୍ରଦାନ କରି ସର୍ତ୍ତମୂଳକ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share