‘ଗୁରୁଜୀ’ଙ୍କ ଘରେ ପୋଲିସର ଚଢ଼ାଉ

ଖୋର୍ଦ୍ଧା ଅଫିସ,୮ା୯:ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ଗିରଫ କରାଯାଇଛି। ମାନସଙ୍କ ବିରୋଧରେ ଅପହରଣ, ଆପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ପ୍ରମାଣ ନଷ୍ଟ ଏବଂ ଧମକ ଭଳି ଏକାଧିକ ମାମଲା ରହିଛି। ତେଣୁ ତାଙ୍କ ବିରୋଧରେ ପୋଲିସ ଠୋସ୍‌ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି। ଏହିକ୍ରମରେ ମଙ୍ଗଳବାର ମାନସଙ୍କ ଭୁବନେଶ୍ୱର ଶହୀଦନଗରସ୍ଥିତ ବାସଭବନରେ ପୋଲିସ ଚଢ଼ାଉ କରିଛି।
ଖୋର୍ଦ୍ଧା ପୋଲିସ ଏବଂ ଶହୀଦନଗର ପୋଲିସର ମିଳିତ ୨ଟି ଟିମ୍‌ ଏହି ଚଢ଼ାଉ କରିଥିଲା। ସେଠାରୁ ମାନବବାଦ ସଙ୍ଗଠନ ନଁାରେ ଛପାଯାଇଥିବା ବ୍ୟାନର, ପୋଷ୍ଟର, ଡକ୍ୟୁମେଣ୍ଟ, ବିଭିନ୍ନ ସଭାସମିତିର ସିଡୀ ଆଦି ଜବତ ହୋଇଛିି। ଏଥିସହ ସଙ୍ଗଠନ ପଞ୍ଜୀକୃତ ହୋଇଛି କି ନାହିଁ, ସଙ୍ଗଠନର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ପୋଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ମାନସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଏହି ସଙ୍ଗଠନ ଚଳାଉଥିବା ପୋଲିସ ହାତରେ ପ୍ରମାଣ ଲାଗିଛି। ଏପରିକି ମାନସଙ୍କ ଅର୍ଥନୈତିକ କାରବାର ଉପରେ ମଧ୍ୟ ପୋଲିସ ଯାଞ୍ଚ ଆରମ୍ଭ କରିଛି। ମାନସଙ୍କର ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଆକାଉଣ୍ଟ ରହିଛି। ଏହାର ଯାଞ୍ଚ ଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଆକାଉଣ୍ଟ ଯାଞ୍ଚ ଲାଗି ବ୍ୟାଙ୍କ ଶାଖା ପରିଚାଳକଙ୍କୁ ସମନ ଜାରି କରାଯାଇଛି ବୋଲି ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି। ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ରହିଛନ୍ତି। ତେଣୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା। ଆଗକୁ ମଧ୍ୟ ତଦନ୍ତ ଜାରି ରହିବ ବୋଲି ଏସଡିପିଓ ମିଶ୍ର ସୂଚନା ଦେଇଛନ୍ତି। ପୋଲିସ ତଦନ୍ତ ବେଳେ କିଛି ମୂର୍ତ୍ତି ଜବତ କରିଥିବା ଜଣାପଡିଛି। ତେବେ ଏସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସୂଚନାଥାଉ କି, ଅଗଷ୍ଟ ୨ରେ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସଙ୍କ ଇଙ୍ଗିତରେ କରଡ଼ଗାଡ଼ିିଆରେ ପିଟି ହତ୍ୟା କରାଯାଇଥିବା ତାଙ୍କ ପୁତୁରା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୪୯/୨୧) ରୁଜୁ କରିବା ସହ ୬ଜଣଙ୍କୁ ଗିରଫ କରିଥିଲା। ଏହି ହତ୍ୟାକାଣ୍ଡରେ ମାନସଙ୍କ ପରୋକ୍ଷ ଭାବେ ସମ୍ପୃକ୍ତି ଥିବା ଦର୍ଶାଇ ଖୋର୍ଦ୍ଧା ପୋଲିସ ଗତ ସେପ୍ଟେମ୍ବର ୨ରେ ତାଙ୍କୁ ଶହୀଦନଗର ବାସଭବନରୁ ଗିରଫ କରିଥିଲା। ସେହିପରି କଡ଼ବର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ନିସ୍ତୁକ ମାଡ଼ ମାରିବା ଘଟଣାରେ ପୋଲିସ ମାନସଙ୍କ ପୁଅ ମନୋରଞ୍ଜନଙ୍କୁ ଗିରଫ କରିଥିଲା। ତେବେ ମାନସ ଓ ତାଙ୍କ ପୁଅ ମନୋରଞ୍ଜନ ଏବେ ଖୋର୍ଦ୍ଧା ସବ୍‌ଜେଲରେ ରହିଛନ୍ତି। ଅଧିକ ତଥ୍ୟ ପାଇଁ ବାପପୁଅଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri