‘ଗୁରୁଜୀ’ଙ୍କ ଘରେ ପୋଲିସର ଚଢ଼ାଉ

ଖୋର୍ଦ୍ଧା ଅଫିସ,୮ା୯:ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ଗିରଫ କରାଯାଇଛି। ମାନସଙ୍କ ବିରୋଧରେ ଅପହରଣ, ଆପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ପ୍ରମାଣ ନଷ୍ଟ ଏବଂ ଧମକ ଭଳି ଏକାଧିକ ମାମଲା ରହିଛି। ତେଣୁ ତାଙ୍କ ବିରୋଧରେ ପୋଲିସ ଠୋସ୍‌ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି। ଏହିକ୍ରମରେ ମଙ୍ଗଳବାର ମାନସଙ୍କ ଭୁବନେଶ୍ୱର ଶହୀଦନଗରସ୍ଥିତ ବାସଭବନରେ ପୋଲିସ ଚଢ଼ାଉ କରିଛି।
ଖୋର୍ଦ୍ଧା ପୋଲିସ ଏବଂ ଶହୀଦନଗର ପୋଲିସର ମିଳିତ ୨ଟି ଟିମ୍‌ ଏହି ଚଢ଼ାଉ କରିଥିଲା। ସେଠାରୁ ମାନବବାଦ ସଙ୍ଗଠନ ନଁାରେ ଛପାଯାଇଥିବା ବ୍ୟାନର, ପୋଷ୍ଟର, ଡକ୍ୟୁମେଣ୍ଟ, ବିଭିନ୍ନ ସଭାସମିତିର ସିଡୀ ଆଦି ଜବତ ହୋଇଛିି। ଏଥିସହ ସଙ୍ଗଠନ ପଞ୍ଜୀକୃତ ହୋଇଛି କି ନାହିଁ, ସଙ୍ଗଠନର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ପୋଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ମାନସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଏହି ସଙ୍ଗଠନ ଚଳାଉଥିବା ପୋଲିସ ହାତରେ ପ୍ରମାଣ ଲାଗିଛି। ଏପରିକି ମାନସଙ୍କ ଅର୍ଥନୈତିକ କାରବାର ଉପରେ ମଧ୍ୟ ପୋଲିସ ଯାଞ୍ଚ ଆରମ୍ଭ କରିଛି। ମାନସଙ୍କର ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଆକାଉଣ୍ଟ ରହିଛି। ଏହାର ଯାଞ୍ଚ ଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଆକାଉଣ୍ଟ ଯାଞ୍ଚ ଲାଗି ବ୍ୟାଙ୍କ ଶାଖା ପରିଚାଳକଙ୍କୁ ସମନ ଜାରି କରାଯାଇଛି ବୋଲି ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି। ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ରହିଛନ୍ତି। ତେଣୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା। ଆଗକୁ ମଧ୍ୟ ତଦନ୍ତ ଜାରି ରହିବ ବୋଲି ଏସଡିପିଓ ମିଶ୍ର ସୂଚନା ଦେଇଛନ୍ତି। ପୋଲିସ ତଦନ୍ତ ବେଳେ କିଛି ମୂର୍ତ୍ତି ଜବତ କରିଥିବା ଜଣାପଡିଛି। ତେବେ ଏସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସୂଚନାଥାଉ କି, ଅଗଷ୍ଟ ୨ରେ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସଙ୍କ ଇଙ୍ଗିତରେ କରଡ଼ଗାଡ଼ିିଆରେ ପିଟି ହତ୍ୟା କରାଯାଇଥିବା ତାଙ୍କ ପୁତୁରା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୪୯/୨୧) ରୁଜୁ କରିବା ସହ ୬ଜଣଙ୍କୁ ଗିରଫ କରିଥିଲା। ଏହି ହତ୍ୟାକାଣ୍ଡରେ ମାନସଙ୍କ ପରୋକ୍ଷ ଭାବେ ସମ୍ପୃକ୍ତି ଥିବା ଦର୍ଶାଇ ଖୋର୍ଦ୍ଧା ପୋଲିସ ଗତ ସେପ୍ଟେମ୍ବର ୨ରେ ତାଙ୍କୁ ଶହୀଦନଗର ବାସଭବନରୁ ଗିରଫ କରିଥିଲା। ସେହିପରି କଡ଼ବର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ନିସ୍ତୁକ ମାଡ଼ ମାରିବା ଘଟଣାରେ ପୋଲିସ ମାନସଙ୍କ ପୁଅ ମନୋରଞ୍ଜନଙ୍କୁ ଗିରଫ କରିଥିଲା। ତେବେ ମାନସ ଓ ତାଙ୍କ ପୁଅ ମନୋରଞ୍ଜନ ଏବେ ଖୋର୍ଦ୍ଧା ସବ୍‌ଜେଲରେ ରହିଛନ୍ତି। ଅଧିକ ତଥ୍ୟ ପାଇଁ ବାପପୁଅଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri