ଭିଜିଲାନ୍ସ ଜାଲରେ ଥାନାଧିକାରୀ, କାର୍‌ ସିଟ୍‌ତଳୁ ବାହାରିଲା ବିଡ଼ା ବିଡ଼ା ଟଙ୍କା

ବଲାଙ୍ଗୀର ଅଫିସ,୧ା୧୨: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

ଦୀର୍ଘଦିନ ହେଲା ଭିଜିଲାନ୍ସ ବିଭାଗ ତାଙ୍କ ଉପରେ ନଜର ରଖିଥିଲା। ତେବେ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ତାଙ୍କ ଉପରେ ନଜର ରଖିଥିଲା। ମଙ୍ଗଳବାର ବିନୋଦ ନିଜ ଯୋଗେ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକାଇଥିଲା। ଯାଞ୍ଚ ସମୟରେ ସିଟ୍‌ ତଳୁ ବାହାରିଥିଲା ୨ ଲକ୍ଷ ୬ ହଜାର ୨୦ ଟଙ୍କା । ବିନୋଦ ବିହାରୀ ଉକ୍ତ ଟଙ୍କା ଧରି ନିଜ ଗାଁକୁ ଯାଉଥିଲେ। ହେଲେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହାପରେ ତାଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ନିଆଯାଇ ସେଠାରେ ପଚରାଉଚରା କରାଯାଉଛି।