ଯୁବତୀଙ୍କୁ ପ୍ରତାରଣା କରି ପୋଲିସ ଅଧିକାରୀ ଗିରଫ

ଧର୍ମଶାଳା,୪ା୭: ଜଣେ ଯୁବତୀଙ୍କୁ ପ୍ରତରଣା କରିବା ଅଭିଯୋଗରେ ଯାଜପୁର ଜିଲାରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ଥାନାରେ ଏକ ମାମଲା(ନଂ.୩୫୦/୨୧) ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ଧର୍ମଶାଳା ଥାନା ଅଞ୍ଚଳର ଯୁବତୀଙ୍କ ସହିତ ଜଣେ ପୋଲିସ କର୍ମଚାରୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେ ସମ୍ପୃକ୍ତ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ହେଲେ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରି ଦେବାରୁ ଯୁବତୀ ଜଣକ ଏସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ସୁକିନ୍ଦା ଥାନା ଅଞ୍ଚଳର ଶ୍ୟାମସୁନ୍ଦର କିସ୍କୋଙ୍କୁ ରବିବାର ଗିରଫ କରିଛି। ସେ କିଛି ମାସ ତଳେ ଧର୍ମଶାଳା ଥାନା ଜାରକା ବିଟ୍‌ ହାଉସରେ କାମ କରୁଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କ ସହିତ ସମ୍ପର୍କ ସୃଷ୍ଟି ହୋଇଥିଲା।