ପୁଣି ମୁହାଁମୁହିଁ ହେଲେ ପୋଲିସ-ମାଓବାଦୀ

ଫୁଲବାଣୀ ଅଫିସ, ୭ା୪: କନ୍ଧମାଳ ଜିଲାରେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଅଞ୍ଚଳର କୋଲାମ୍ପରା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସର ଗୁଳିମାଡ଼ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଏଥିରେ କାହାରି ମୃତ୍ୟୁ ଘଟି ନ ଥିଲେ ମଧ୍ୟ କେତେଜଣ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି। ଜଙ୍ଗଲରୁ ମାଓବାଦୀଙ୍କ ଏକ କ୍ୟାମ୍ପ ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଥିବା ବୁଧବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଭିନୀତ ଅଗ୍ରୱାଲ ପ୍ରକାଶ କରିଛନ୍ତି।