ପୋଲିସ ଗାଡ଼ି ଧକ୍କାରେ ମହିଳାଙ୍କ ଜୀବନ ଚାଲିଗଲା

କୋକସରା,୧।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଭୁର୍ଷାଗୁଡା ବିଜୁ ଏକ୍ସପ୍ରେସ ୱେରେ ଶୁକ୍ରବାର ପୋଲିସ ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତା ମହିଳା ହେଲେ କିଆଁ ମାଝି (୪୧)। ଆହତ ହେଲେ ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ମାଝି (୪୫) ଏବଂ ଝିଅ ନମିତା ମାଝି (୧୧)।
ସୂଚନାଯୋଗ୍ୟ, କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁରୁ କୃଷ୍ଣଚନ୍ଦ୍ର, କିଆଁ ଓ ନମିତା ଏକ ବାଇକ୍‌ (ଓଡି୦୮ଏନ୍‌-୫୪୬୮) ଯୋଗେ ରଥଯାତ୍ରା ପାଇଁ ପିଠାପଣା ଧରି ବଡ଼ଝିଅ ଗଁା ଭୁର୍ଷାଗୁଡାକୁ ଯାଉଥିଲେ। ଝିଅ ଘରକୁ ପହଞ୍ଚତ୍ବା ପୂର୍ବରୁ ଗୋତୋମୁଣ୍ଡାରୁ ଆଇଆରବି ଯବାନଙ୍କୁ ରଥଯାତ୍ରା ଡ୍ୟୁଟିରେ ଛାଡି ବିପରୀତ ଦିଗରୁ ଆସୁଥିବା ଆମପାଣି ପୋଲିସ ଗାଡି (ନଂ.ଓଡି୦୫ଓ୍ବାଇ-୪୮୮୧) ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରୁ ୩ଜଣ ଛିଟିକି ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ୩ଜଣଙ୍କୁ ପୋଲିସ ଗାଡିରେ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପରିବାରବର୍ଗ ହସ୍ପିଟାଲରେ ପହଞ୍ଚତ୍ବା ପରେ ପୋଲିସ ଉପସ୍ଥିତିରେ ଗୁରୁତର ବାପା ଓ ଝିଅକୁ ଆମ୍ବୁଲାନ୍ସରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲ ପରିସରରେ ମୃତକ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ବ୍ୟବଚ୍ଛେଦ ପରେ ପରିବାର ଓ ଗ୍ରାମବାସୀ ମୃତଦେହକୁ ନେଇ ଆମପାଣି ଥାନା ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ପୋଲିସ ଗାଡ଼ି ଡ୍ରାଇଭରଙ୍କୁ ଗିରଫ, ୧୦ ଲକ୍ଷ କ୍ଷତିପୂରଣ ସହ ଦୁର୍ଘଟଣାରେ ଗୁରୁତର ବାପା, ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ପୋଲିସ ବିଭାଗ ବହନ କରିବା ଦାବିରେ ସା ୬ ଘଣ୍ଟାରୁ ବସି ରହିଛନ୍ତି। ଘଟଣାସ୍ଥଳରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥଙ୍କ ସମେତ କୋକସରା ଥାନାଧିକାରୀ, ଆମପାଣି ଥାନାଧିକାରୀ ଧାରଣାରତ ପରିବାରବର୍ଗ ଓ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ। ଏ ନେଇ ଥାନାରେ ଏକ ମାମଲା (ନଂ.୬୭.୨୨) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ କଲେଜ ପିଜି ପରୀକ୍ଷା ଫଳ ପ୍ରକାଶିତ: ବାଜି ମାରିଲେ ଝିଅ

ଢେଙ୍କାନାଳ ଅଫିସ, ୨୮।୬-ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ, ବାଣିଜ୍ୟ ଏବଂ ଇତିହାସ ସ୍ନାତକୋତ୍ତର (ପିଜି) ବିଭାଗ ପରୀକ୍ଷା ଫଳ ଗୁରୁବାର ମଧ୍ୟାହ୍ନରେ ପ୍ରକାଶିତ ହୋଇଛି।...

ଘରେ ପଶି ମହିଳାଙ୍କୁ ହତ୍ୟା

ବ୍ରହ୍ମପୁର ଅଫିସ,୨୫।୨: ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ...

ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଦମ୍ପତି

  କୋମନା, ୧୧ା୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ଅସାହା, ଭୂମିହୀନ ପରିବାରମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌।...

କୁଆଖାଇ, କୁଶଭଦ୍ରା ଜଳ ସଂରକ୍ଷଣକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୦ା୩: ଖୋର୍ଦ୍ଧା ଜିଲା ପରିଷଦର ୭ମ ସାଧାରଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ...

ସୁସଜ୍ଜିତ ପୂଜା ମଣ୍ଡପରେ ତୋରଣ ଶୋଭା: ୧୭୮ ମଣ୍ଡପରେ ବିଜେ ମା’ ଜଗଜ୍ଜନନୀ

ବାରିପଦା ଅଫିସ,୬।୧୦- ମୟୂରଭଞ୍ଜ ଜିଲାରେ ଏଥର ୧୭୮ ମଣ୍ଡପରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି। କେବଳ ବାରିପଦା ସହରରେ ୨୬ ଟି...

ଶିକ୍ଷକ ଅଭାବ: ଅଭିଭାବକଙ୍କ ତାଲା ବନ୍ଦ ଆନ୍ଦୋଳନ

ମାଧପୁର, ୨୬।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ସୋମବାରଠାରୁ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଦ୍ୱାରା...

ବିଷାକ୍ତ ଫଳ ଖାଇ ଯୁବକଙ୍କ ଆତ୍ମହତ୍ୟା

ଧର୍ମଶାଳା/ଜେନାପୁର,୨୮।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅରିମୂଳ ଗ୍ରାମର ଜଣେ ଯୁବକ ବିଷାକ୍ତ ଫଳ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯୁବକ...

ତତ୍କାଳୀନ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ମଙ୍ଗଳବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ।...

Advertisement
Archives

Model This Week