ଗଞ୍ଜେଇ ଚାଲାଣ କରୁଥିଲେ ପୋଲିସ ହୋମ୍‌ଗାର୍ଡ

ଜୟପୁର,୨୬ା୮(ନି.ପ୍ର.): ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କାରବାରର ପର୍ଦ୍ଦାଫାଶ ହୋଇଛି। ଜୟପୁର ସଦର ପୋଲିସ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ପୋଲିସ ହୋମ୍‌ଗାର୍ଡଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି। ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ଗୁରୁବାର ଜୟପୁର ଘାଟିଠାରେ ଚଢ଼ାଉ କରିଥିଲେ। ଟ୍ରକ୍‌ (ଆର୍‌ଜେ-୨୫ ଜିଏ-୧୧୨)ରେ ଗଞ୍ଜେଇ ବୋଝେଇ କରାଯାଇ ହରିୟାଣା ଚଲାଣ କରାଯାଉଥିଲା। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ୧ ଟନ୍‌ ୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ରଜନ ମୀନା (୨୫) ଓ ସୁରେଶ ମୀନା (୨୧) ।

ସେହିପରି ଆମ୍ବାଗୁଡ଼ାର କୋଲ୍‌ଷ୍ଟୋରଠାରେ ଏକ କୋଇଲା ବୋଝେଇ ଟ୍ରକ୍‌ (ସିଜି -୦୪-ଏଲ୍‌ଡି-୭୧୯୯) ଯାଞ୍ଚ ବେଳେ ଗଞ୍ଜେଇ ଚୋରା ଚାଲାଣ ଧରିଥିଲା ପୋଲିସ। କୋଇଲା ଭିତରେ ଗଞ୍ଜେଇ ବୋଝେଇ ହୋଇ ବିଶାଖାଟପାଣାରୁ ରାୟପୁର ଯାଉଥିଲା। ଘଟଣାରେ ସମ୍ପୃକ୍ତ ହୋମ୍‌ଗାର୍ଡ ବିଦେଶୀ କୁମାର ସାହୁ (୩୮), କୋରାପୁଟର ଡ୍ରାଇଭର ଅଭିରାମ ହରିଜନ (୩୭), ଗଜପତି ଜିଲାର ଡ୍ରାଇଭର ଭବାନୀ ପ୍ରସାଦ ସିଂ (୨୮) ଓ ବିକ୍ରମ ବୈରାଗୀ(୪୦ )ଙ୍କୁ ପୋଲିସ ଗିରଫ କରିଛି। ଟ୍ରକ୍‌ରୁ ୬୦ଟି ପ୍ୟାକେଟରୁ ୫୭୯ କେଜି ଗଞ୍ଜେଇ ଜବତ ହୋଇଛି। ଉଭୟ ଟ୍ରକ୍‌ରୁ ଜବତ ଗଞ୍ଜେଇର ବଜାର ମୂଲ୍ୟ ୧ କୋଟି ୬୦ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କଠାରୁ ୩ଟି ମୋବାଇଲ, ଏଟିଏମ୍‌ କାର୍ଡ, ବାଇକ, କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ବାରିଣୀପୁଟର ରମେଶ ଦୋରା, ମୋହନ ଖରା, କେଶବ ମାଝି ଓ ଢେପଗୁଡ଼ାର ନବରାଜ ଶର୍ମାଙ୍କ ଏହି ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri