ମାନବିକତା ଭୁଲିଗଲା ପୋଲିସ

ପାଣିକୋଇଲି,୯ା୪(ବିକାଶ କୁମାର ମଲିକ):ପାଣିକୋଇଲି ଥାନା ତଥା ବ୍ୟାସନଗର ତହସିଲ ଅଧୀନ ମୁଳାପାଳ ପଞ୍ଚାୟତର ଧନତ୍ରୀ ବାଲିଘାଟକୁ ନେଇ ଶନିବାର ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଲିଘାଟରେ ବାଲି ବ୍ୟବସାୟୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ନେଇ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଉକ୍ତ ଗ୍ରାମର ୧୧ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ଏହି ଖବର ଜଣାପଡିବା ପରେ ଧନତ୍ରୀ ଗ୍ରାମର ଶତାଧିକ ଗ୍ରାମବାସୀ ଅଟକ ଥିବା ବ୍ୟକ୍ତିମାନଙ୍କୁ ଛାଡ଼ି ଦେବା ଦାବି ନେଇ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ବାଲି ବ୍ୟବସାୟୀଙ୍କ ସହ ପ୍ରଶାସନର ମଧୁଚନ୍ଦ୍ରିକା ନେଇ ଅଭିଯୋଗ ଆଣି ବିଭିନ୍ନ ନାରାବାଜି କରିବା ସହିତ ଥାନା ଘେରାଉ କରିଥିଲେ। ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳକୁ ଆସି ଆଲୋଚନା କରିବା ପରିବର୍ତ୍ତେ ଧାରଣାରେ ବସିଥିବା ଗ୍ରାମବାସୀଙ୍କୁ ଧମକ ଦେବା ସହ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଲାଗି କହିଥିଲେ। ଏପରି କି କାଳ ବୈଶାଖୀ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବା ସତ୍ତ୍ୱେ ଏକ ପାଲକୁ ଧରି ୨ଘଣ୍ଟା ଧରି ଗ୍ରାମବାସୀ ଥାନା ସମ୍ମୁଖରେ ଛିଡ଼ା ହୋଇଥିଲା ବେଳେ ପୋଲିସ ସେମାନଙ୍କୁ ଅଭ୍ୟର୍ଥନା ଗୃହକୁ ଡ଼ାକି ନ ଥିଲା କି ସେମାନଙ୍କ ସହିତ ଆଲୋଚନା କରି ନ ଥିଲା। ଫଳରେ ଗ୍ରାମବାସୀ ସେଭଳି ଅବସ୍ଥାରେ ପାଲ ତଳେ ଛିଡ଼ା ହୋଇ ରହିଥିଲେ। ଏହାର କିଛି ସମୟ ପରେ ବ୍ୟାସନଗର ତହସିଲଦାର ପହଞ୍ଚତ୍ ଆଲୋଚନା କରିଥିଲେ ା ହେଲେ ଜନସାଧାଣରଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ ା ଲିଖିତ ଭାବେ ଜଣାଅ, ମାଇନିଂ ବିଭାଗ ସେକଥା ବୁଝିବ ବୋଲି କହି ଗ୍ରାମବାସୀଙ୍କ ଦାବିକୁ ଏଡାଇ ଯାଇଥିଲେ ା ତେବେ ଥାନା ସମ୍ମୁଖରେ ଥିବା ଜିଲା ଆରକ୍ଷୀ ଅଧୀକ୍ଷକ କିଭଳି ଘଟଣା କିପରି ଜାଣିପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ା ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ସମାଲୋଚନା କରାଯାଇଛି ା