ଡାକ ସେବକଙ୍କ ନାମରେ ଥାନାରେ ଏତଲା

ନାରାୟଣପାଟଣା,୯।୩(ଡି.ଏନ.ଏ.) ନାରାୟଣପାଟଣା ପୋଷ୍ଟ ଅଫିସରୁ ଗତ ୨୫ ତାରିଖରୁ ଜମାକାରୀଙ୍କ ଅର୍ଥ ଚଞ୍ଚକତା କରି ଆତ୍ମସାତ କରି ଫେରାର ଥିବା ଡାକ ସେବକ ବୃନ୍ଦାବନ ଦଳେଇଙ୍କ ବିରୋଧରେ ମଙ୍ଗଳବାର ଜୟପୁର ଡାକ ବିଭାଗର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଓ ନାରାୟଣପାଟଣା ପୋଷ୍ଟ ଅଫିସର ସନ୍ତୋଷ ମାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ସମୟରେ ୩୦ରୁ ଉର୍ଦ୍ଧ୍ୱ ଜମାକାରୀ ଥାନାକୁ ଆସି ସେମାନଙ୍କ ଟଙ୍କା ଫେରିପାଇବା ନେଇ ପଦକ୍ଷେପ ନେବାକୁ ଥାନାଅଧିକାରୀଙ୍କୁ ଅନୁରୋଧକରିଛନ୍ତି।
ସୂଚନାଯୋଗ୍ୟ ଡାକ ସେବକ ବୃନ୍ଦାବନଙ୍କୁ ବିଶ୍ୱାସ କରି ଜମାକାରୀମାନେ ସେମାନଙ୍କ ଜମାଖାତାରେ ଟଙ୍କା ଜମା କରିବାକୁ ଦେଉଥିଲେ। ମାତ୍ର ସେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ସେମାନଙ୍କ ଟଙ୍କା ଜମା ନ କରି ଆତ୍ମସାତ କରୁଥିଲେ। ସେ ପ୍ରାୟ ୭୪ ଜଣଠାରୁ ପାଖାପାଖି ୩୫ ଲକ୍ଷ ଟଙ୍କା ହଡପ କରିଥିବା ଜଣାପଡିଛି। ଏନେଇ ଥାନାରେ କେସ ନମ୍ବର ୧୪/୨୨ରେ ମାମଲା ରୁଜୁ ହୋଇଥିବା ତଦନ୍ତ ଚାଲିଥିବା ଥାନା ଅଧିକାରୀ ରଘୁନାଥ ମାଝି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

କୋର୍ଟରେ ମାମଲା ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି, ଗିରଫ କଲା ଭିଜିଲାନ୍ସ

ଜୟପୁର,୧୮ା୧୨(ପବନ ପାଣିଗ୍ରାହୀ ): କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri