ପୋଲିସ-ଅବକାରୀ ବିଭାଗର ଚଢ଼ାଉ: ୪ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କୁ ନୋଟିସ, ଦେଶୀ-ବିଦେଶୀ…

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ):ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନ କୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇଛି ଫଳରେ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଦୁର୍ଘଟଣା ଓ ଅଶାନ୍ତି ଭଳି ପରିସ୍ଥିତି ବୃଦ୍ଧିକୁ ନେଇ ପୋଲିସ ର ଚିନ୍ତା ବଢିଛି । ନୂତନ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଏବେ ଚୋରାମଦ କାରବାରକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଥିବା ଜଣାପଡିଛି। ଶନିବାର ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଉକ୍ତ ବ୍ଲକ ଦାରିଙ୍ଗବାଡି, ଗ୍ରୀନବାଡି, ପ୍ଳିହେରୀର ମ୍ଲୁକଚେରୀ ଏବଂ ସିମନବାଡି ଅଞ୍ଚଳରେ ଚଢ଼ାଉ କରି ୫ ଲିଟର ବିଦେଶୀ ମଦ ସହ ୧୮ ଲିଟର ଦେଶୀ ମଦ ଜବତ କରିଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି । ଏନେଇ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ୪ଟି ମାମଲା ରୁଜୁ କରି ଚାରିଜଣ ମଦ ବ୍ୟବସାୟୀଙ୍କୁ ଗିରଫ ସହ ନୋଟିସ ଜାରୀ କରି ଛାଡି ଦେଇଥିବା ଜଣାପଡିଛି। ଗିରଫଙ୍କ ମଧ୍ୟରେ ସିମନବାଡିର ସନ୍ତୋଷ କୁମାର ସାହୁ, ଗ୍ରୀନବାଡିର ଅଶୋକ ନାୟକ, ଦାରିଙ୍ଗବାଡି ର ସରସ୍ବତୀ ସାହୁ ଏବଂ ମ୍ଲୁକଚେରୀର ଦମୟନ୍ତୀ ନାୟକ ବୋଲି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ପୋଲିସ ଓ ଅବକାରୀ ବିଭାଗର ଏହି ଅଭିଯାନ ଆଗକୁ ଜୋରଦାର କରାଯିବ ବୋଲି ଆଇଆଇଆସି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଶାଖ ନପଶୁଣୁ ଉତ୍କଟ ଜଳ ସମସ୍ୟା, ବ୍ଲକ ଅଫିସ୍ ସମ୍ମୁଖରେ ଗରା ବାଲିଟି ଧରି ମହିଳାଙ୍କ ପ୍ରତିବାଦ

ପାଟଣା,୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ତଣ୍ଡ ବାଙ୍କ ଘାଟ ସାହିରେ ପାଣି ସମସ୍ୟା ଦେଖାଦେଇଛି । ସେଠାରେ ଏକ ମାତ୍ର…

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ,୫।୩(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ସାଢେ ୩ମାସ ବିତିଯିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି।…

ବୁଗୁଡ଼ାରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ, ପୂର୍ବତନ ଶ୍ରମ ମନ୍ତ୍ରୀ….

ବୁଗୁଡା,୫।୩(କାଳିଚରଣଦାଶ): ବୁଗୁଡ଼ା ବଳଦେବସ୍ବାମୀ  ବସଷ୍ଟାଣ୍ଡ ପରିସରରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ପୂର୍ବତନ…

କଲବଲ କରୁଛି ମହୁମାଛି: ବିପଦରେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ ଦେଖାଯାଇଛି। ଏକାଧିକ ବଡ଼ ବଡ଼ ଗଛରେ ମହୁମାଛି ବସା…

ବାଲେଶ୍ବରରୁ କୁପାରୀ ଆସୁଥିବାବେଳେ ଅଘଟଣ: ଦୋକାନ ଭିତରକୁ ମାଡିଗଲା ବସ୍‌, ତା’ପରେ…

ଖଇରା,୫।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବରରୁ ସୋର ଯାଉଥିବା ଅନନ୍ୟା ବସ୍‌ ଖଇରା ପ୍ରାଣୀ ଚିକିତ୍ସାକେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡିଯାଇଛି। ଫଳରେ ଜଣେ ଆହତ…

ଶୌଚ ପାଇଁ ଯାଇଥିଲେ ଚାରୁଲତା, ମାଡ଼ିଆସିଲା ହାତୀ: ଆଉ ତା’ପରେ…

କାମାକ୍ଷାନଗର,୫।୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣିଠାରେ ଜଣେ ମହିଳାଙ୍କୁ ଦଳି ଦେଇଛି ହାତୀ। ମୃତକ ଜଣଙ୍କ ହେଲେ ଚାରୁଲତା ନାଏକ। ଭୋର…

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି: ଦେଖନ୍ତୁ Video

ଉଦଳା, ୫।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳିଯାଇଛି ସ୍କୁଟି। ଅଚାନକ ସ୍କୁଟିରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି। ସୂଚନାଯୋଗ୍ୟ, ଉଦଳା…

ଅଧରାତିରେ କୂଅରେ ପଡ଼ିଗଲା ଦନ୍ତା ହାତୀ: ଆଉ ତା’ପରେ…

କେନ୍ଦୁଝର,୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କ ପୁରୁଣା ପଥର କୂଅରେ ଗତ କାଲି ରାତିରେ ଏକ ବୟସ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri