ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପପୁଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨୨ଟି ଆପରାଧିକ ମାମଲା ରହିଛି।

ନୂଆସାହି ଜଙ୍ଗଲରେ ବୁଧବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର କରାଯାଇଛି। ପପୁ ତାଙ୍କ ସହଯୋଗୀ ସହ ମିଶି ଆପରାଧିକ କାଣ୍ଡ ଘଟାଇବାକୁ ଜଙ୍ଗଲରେ ଯୋଜନା କରୁଥିବାବେଳେ ପୋଲିସ ସଠିକ୍‌ ସମୟରେ ପହଞ୍ଚି ଯାଇଥିଲା। ଲ’କଲେଜ ନୂଆସାହି ଜଙ୍ଗଲରେ ଆପରାଧିକ ଯୋଜନା କରିଥିଲେ। ତେବେ ଘଟଣାସ୍ଥଳରୁ ପପୁଙ୍କ ସହଯୋଗୀ ଫେରାର ହୋଇଯାଇଥିବାବେଳେ ଜଙ୍ଗଲରେ ବନ୍ଧୁକ ଏବଂ ଗୁଳି ପଡ଼ିରହିଛି।

Dharitri – Odisha’s No.1 Odia Daily

Share