Categories: ରାଜ୍ୟ

ସମ୍ବଲପୁର ଯାଉଥିବା ବେଳେ ଭାଜପା ନେତାଙ୍କୁ ଅଟକାଇଲା ପୋଲିସ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ସହରରେ କର୍ଫ୍ୟୁ ଜାରି ହୋଇଛି। ତେବେ ମଙ୍ଗଳବାର ସକାଳେ କର୍ଫ୍ୟୁ କୋହଳ ଥିବା ବେଳେ ଦଙ୍ଗାରେ ମୃତକ ଓ ଗୁରୁତରଙ୍କ ପରିବାରକୁ ଭେଟିବା ପାଇଁ ଭାଜପାର ହେଭିୱେଟ ନେତାମାନେ ଯାଉଥିବା ବେଳେ ଠେଲକୁଲି ଥାନା ପୋଲିସ ବାଟରୁ ସେମାନଙ୍କୁ ଅଟକାଇଥିବା ଜଣାପଡିଛି। ଏହି ଟିମ୍‌ରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱରର ଟୁଡୁ, ଏମ୍‌ପି ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ଏମ୍‌ପି ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ବିଧାୟକ ନାଉରୀ ନାୟକ, କୁସୁମ ଟେଟେ ଓ ଶଙ୍କର ଓରାମ ପ୍ରମୁଖ ଅଛନ୍ତି।

ସୂଚନାନୁଯାୟୀ, ଭାଜପାର ପ୍ରମୁଖ ନେତାମାନେ ଝାରସୁଗୁଡାରୁ ସମ୍ବଲପୁର ଅଭିମୁଖେ ମୃତକ ଓ ଗୁରୁତରଙ୍କ ପରିବାରକୁ ଭେଟିବା ସହ ଆରଡିସିଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ। ଏହି ସମୟରେ ପୋଳିସ ସେମାନଙ୍କୁ ବାଟରେ ଅଟକାଇଥିଲା।