ଉଚ୍ଛେଦ ସମୟରେ ପୋଲିସ-ଜନତା ମୁହାଁମୁହିଁ

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଲମ୍ବା ବିଲଡିଂ ଛକରୁ ଭଟଲି ରୋଡ୍‌ ଛକ ରାସ୍ତାପାର୍ଶ୍ୱରେ ବୁଧବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ବିନା ଲିଖିତ ନୋଟିସ୍‌ରେ ପ୍ରଶାସନ ପକ୍ଷରୁ ବୋଲଡୋଜର ଲଗାଇ ଉଚ୍ଛେଦ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଜନତା ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ଅନ୍ୟପଟେ ଉତ୍ତେଜନା ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ତେବେ ମଙ୍ଗଳବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସମସ୍ୟା ନେଇ ଅବଗତ କରିବା ସତ୍ତ୍ୱେ ବର୍ଷା ସମୟରେ ଉଚ୍ଛେଦ କରାଯାଇଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ରାସ୍ତାପାର୍ଶ୍ୱରେ ଡ୍ରେନ(ନାଳା) ନିର୍ମାଣ ପାଇଁ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବିଭାଗୀୟ ଅଧିକାରୀମାନେ କହିଛନ୍ତି।
ସୂଚନା ଅନୁଯାୟୀ, ସହରର ଲମ୍ବା ବିଲଡ଼ିଂ ଛକରୁ ଭଟଲି ରୋଡ୍‌ ଛକ ରାସ୍ତାପାର୍ଶ୍ୱରେ ଜବରଦଖଲରେ ରହିଥିବା ବାସଗୃହ, ଦୋକାନ ଗୃହକୁ ୪୮ଘଣ୍ଟା ମଧ୍ୟରେ ଖାଲି କରିବା ପାଇଁ ଗତ ୨୭ତାରିଖରେ ପୌର ପ୍ରଶାସନ ଡାକବାଜି ଯନ୍ତ୍ରରେ ସୂଚନା ଦେଇଥିଲା। ସମ୍ପୃକ୍ତ ସ୍ଥାନ ଖାଲି ନ କଲେ ତାକୁ ଉଚ୍ଛେଦ କରାଯିବ ବୋଲି ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। ତେବେ ଏହି ସୂଚନା ପାଇବା ପରେ ସ୍ଥାନୀୟ ଲୋକେ ଜିଲାପାଳ ଗୋୟଲଙ୍କୁ ଭେଟି ଥିଲେ। ବର୍ଷା, ଝଡ଼ତୋଫାନ ଲାଗି ରହିଥିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା ରହିଥିବା ଯୋଗୁ ଉଚ୍ଛେଦକୁ ସାମୟିକ ସ୍ଥଗିତ ରଖିବା ପାଇଁ ଅଞ୍ଚଳବାସୀ ଜିଲାପାଳଙ୍କୁ ନିବେଦନ କରିଥିଲେ। ଅପରପକ୍ଷେ ପୂର୍ବରୁ ଡାକବାଜି ଯନ୍ତ୍ରରେ ଘୋଷଣା ମୁତାବକ ବୋଲଡୋଜର ଧରି ବିଭାଗୀୟ କର୍ମଚାରୀମାନେ ସହରସ୍ଥିତ ଲମ୍ବା ବିଲଡ଼ିଂ ଛକରୁ ଭଟଲି ରୋଡ୍‌ ଛକପାର୍ଶ୍ୱ ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ବାହାରି ଥିଲେ। ବ୍ୟାପକ ପୋଲିସ ମୁତୟନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉଚ୍ଛେଦ ସମୟରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା ଏବଂ ବିନା ଲିଖିତ ନୋଟିସ୍‌ରେ ଉଚ୍ଛେଦକୁ ସ୍ଥାନୀୟ କେତେଜଣ ଲୋକ ବିରୋଧ ମଧ୍ୟ କରିଥିଲେ। ମାତ୍ର ପୋଲିସ ଲଗାଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ରାସ୍ତା ଜବରଦଖଲ ଯୋଗୁ ସହରର ଯେଉଁଠି ଅଧିକ ଟ୍ରାଫିକ ସମସ୍ୟା ଉପୁଜିଛି ଏବଂ ଯେଉଁ ସ୍ଥାନକୁ ଉଚ୍ଛେଦ ପାଇଁ ସହରବାସୀ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି, ସେଥିପ୍ରତି ପ୍ରଶାସନ କାହିଁକି ନୀରବ ରହୁଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଜଣେ ବରିଷ୍ଠ ନାଗରିକ ତଥା ପାୱାର ଅଫ୍‌ ଦିବ୍ୟାଙ୍ଗର ମୁଖ୍ୟ ସଂଯୋଜକ ରତନଲାଲ ଅଗ୍ରୱାଲ କହିଛନ୍ତି, ଉଚ୍ଛେଦ ପ୍ରକ୍ରିୟା ବେଆଇନଭାବେ ଚାଲିଛି। ମନମୁଖୀ ମାପଚୁପରେ ବିଭାଗୀୟ କର୍ମଚାରୀମାନେ ଉଚ୍ଛେଦ କରୁଛନ୍ତି। ମଙ୍ଗଳବାର ଅଞ୍ଚଳବାସୀ ଜିଲାପାଳଙ୍କୁ ଭେଟିଥିଲେ। ଆଗକୁ ନୂଆଖାଇ, ରାକ୍ଷୀପୂର୍ଣ୍ଣିମା ଆସିବା ସହିତ ବର୍ଷା ଲାଗି ରହିଥିବା ଯୋଗୁ ବର୍ତ୍ତମାନ ଉଚ୍ଛେଦ ନ କରିବା ପାଇଁ ନିବେଦନ କରିଥିଲୁ। ଜିଲାପାଳ କେବଳ ଡ୍ରେନ ନିର୍ମାଣ ପାଇଁ ଉଚ୍ଛେଦ କରାଯିବ ବୋଲି କହିଥିଲେ। ମାତ୍ର ଏବେ ଉଚ୍ଛେଦ ପ୍ରକ୍ରିୟାରେ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ସ୍ବେଚ୍ଛାଚାରିତା କରୁଛନ୍ତି ଏବଂ ମନଇଚ୍ଛା ଉଚ୍ଛେଦ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଉଚ୍ଛେଦ ସମୟରେ ଉପସ୍ଥିତ ତହସିଲଦାର ସୋନାଲି ପଟ୍ଟନାୟକ ଉଚ୍ଛେଦ ପ୍ରକ୍ରିୟା ଚାଲିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri