ପୋଲିସ, କଂଗ୍ରେସ ନେତା ମୁହାଁମୁହିଁ

ଭୁବନେଶ୍ବର, ୬ା୮(ବ୍ୟୁରୋ): ଦରବୃଦ୍ଧି ପ୍ରସଙ୍ଗରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଓ ଆନ୍ଦୋଳନ କାର୍ଯ୍ୟକ୍ରମ କରାଯାଇଛି। ସମାନଭାବେ ଓଡ଼ିଶାରେ ମଧ୍ୟ କଂଗ୍ରେସ ନେତା ଓ କର୍ମୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
କଂଗ୍ରେସ ନେତାମାନେ ପ୍ରଥମେ ପିସିସି ସଭାପତିଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ଏଡିଏମ୍‌ଙ୍କ କାର୍ଯ୍ୟାଳୟଠାରେ ଏକତ୍ରିତ ହୋଇ ଏକ ସଭା କରିଥିଲେ। ସେଠାରେ କଂଗ୍ରେସ ନେତାମାନେ ଦରବୃଦ୍ଧି, ଜିଏସ୍‌ଟି ଲାଗୁ ଦ୍ୱାରା ସାଧାରଣ ଲୋକଙ୍କ ଉପରେ ପଡୁଥିବା ଟିକସ ଚାପ ଆଦି ପ୍ରସଙ୍ଗରେ କେନ୍ଦ୍ରର ମୋଦି ସରକାର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଅତ୍ୟାବଶକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରି ସମସ୍ୟା ଓ ଜନମାରଣ ଜିଏସ୍‌ଟି ଲାଗୁ ପ୍ରତିବାଦରେ କଂଗ୍ରେସ ନେତା ଓ କର୍ମୀ ଏଡିଏମ୍‌ଙ୍କ କାର୍ଯ୍ୟାଳୟଠାରୁ ଏକ ରାଲିରେ ବାହାରି ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ। ତେବେ ରାଜଭବନ ଘେରାଉ ଉଦ୍ୟମ କରିବା ପୂର୍ବରୁ ପୋଲିସ ଆଗୁଆ ବ୍ୟାରିକେଡ୍‌ କରି କଂଗ୍ରେସ ନେତା, କର୍ମୀଙ୍କୁ ଅଟକାଇବା ଲାଗି ପ୍ରସ୍ତୁତ ହୋଇ ରହିଥିଲା। ବାଟରେ ପିସିସି ସଭାପତିଙ୍କ ସମେତ ଅନ୍ୟମାନେ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ ପିସିସି ସଭାପତିଙ୍କ ସମେତ ଅନ୍ୟ କେତେଜଣ ନେତା, କର୍ମୀଙ୍କୁ ଉଠାଇନେବା ସହ ଅଟକ ରଖିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡି ଦେଇଥିବା ଜଣାପଡ଼ିଛି।
ତେବେ ଏହି ଅବସରରେ ପିସିସି ସଭାପତି କହିଛନ୍ତି, ବର୍ତ୍ତମାନ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶକ ଖାଦ୍ୟପଦାର୍ଥର ଦରଦାମ ଆକାଶଛୁଆଁ। ରନ୍ଧନ ଗ୍ୟାସ୍‌, ପେଟ୍ରୋଲ, ଡିଜେଲ ଦାମ ୨୦୧୪ ତୁଳନାରେ ପାଖାପାଖି ୪୫ରୁ ୭୦% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଡାଲି, ତେଲ, ଲୁଣ, ବିସ୍କୁଟଠାରୁ ଆରମ୍ଭକରି ଚୁଡ଼ା, ମୁଢ଼ି, ଖଇ, ଉଖୁଡ଼ା, ଅଟା, ଚାଉଳ ଚୂନା, ଛତୁଆ, ଦହି, ଗୁଡ଼, ଲହୁଣି ଛଡ଼ା ଛୋଟ ପିଲାମାନଙ୍କର ଖାତା, ପେନ୍‌ସିଲ, କଟର ଉପରେ ଜିଏସ୍‌ଟି ଲାଗୁ କରିବା ଯୋଗୁ ଦରଦାମ ମଧ୍ୟ ବହୁ ପରିମାଣରେ ବୃଦ୍ଧି ଘଟିଛି। ନରେନ୍ଦ୍ର ମୋଦି ସରକାର ଭାରତବର୍ଷ ଲୋକଙ୍କୁ ଅଚ୍ଛେଦିନ୍‌ର ସ୍ବପ୍ନ ଦେଖାଇଥିଲେ। ହେଲେ ଗରିବ, ଖଟିଖିଆ, ଚାଷୀ, ସ୍ବଳ୍ପ, ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗ ବିଶେଷ ମୁଦ୍ରାସ୍ଫୀତି ଓ ଦରଦାମ ବୃଦ୍ଧି ଯୋଗୁ ପ୍ରଭାବିତ। ଆଗାମୀ ଦିନରେ ମୋଦି ସରକାରଙ୍କ ବିଫଳତା ନେଇ କଂଗ୍ରେସ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ପିସିସି ସଭାପତି କହିଛନ୍ତି।
ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବେଲଜ୍ଜା ମୁହଁରେ ବଥ ଉଠିଲେ ଯେପରି କହେ ଛାଇ ହୋଇଛି ବୋଲି କଂଗ୍ରେସ ସେମିତି କଥା କହୁଛି। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ ଯେପରି ଇଡି ଆଉ ଜେରା ନ କରିବ ସେଥିଲାଗି କଂଗ୍ରେସ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏ ଆନ୍ଦୋଳନ ସମ୍ପୂର୍ଣ୍ଣ ସଂଜ୍ଞାହୀନ ବୋଲି ସେ କହିଛନ୍ତି। ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଦରଦାମ୍‌ ବିରୋଧରେ ପ୍ରତିବାଦ, ଆନ୍ଦୋଳନ କରିବା ହେଉଛି ସାଧାରଣ ଜନତାଙ୍କ ସ୍ବାର୍ଥ। ଦରଦାମ୍‌ ବୃଦ୍ଧି ରୋକିବାରେ କେନ୍ଦ୍ର ସରକାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସ ଏଥିରେ ବିଜେଡିକୁ ଦାୟୀ କରିବା ଦୁର୍ଭାଗ୍ୟଜନକ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri