Posted inଜାତୀୟ

ଟ୍ରାକ୍ଟର ରାଲି ବେଳେ କୃଷକଙ୍କ ମୃତ୍ୟୁ ଉପରେ ଟୁଇଟ କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ,୧ା୨- ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଏକ ଖବରକୁ ଶେୟାର କରିଥିବା ‘ଦ ଓୟାର’ ନାମକ ଏକ ଓ୍ବେବ ପୋର୍ଟାଲର ସମ୍ପାଦକ ସିଦ୍ଧାର୍ଥ ଭରାଦରାଜନଙ୍କ ନାମରେ ପୋଲିସ ମାମଲା ଦାୟର କରିଛି। ଏ ନେଇ ପ୍ରଥମେ ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା।

ମୃତ କୃଷକ ଜଣକଙ୍କ ଉତ୍ତର ପ୍ରଦେଶର ରାମପୁର ଗ୍ରାମର ବାସିନ୍ଦା ଥିଲେ। ତାଙ୍କ ପରିବାରର ମତକୁ ନେଇ ଉକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପରିବାରବର୍ଗଙ୍କ ମତରେ ଗୁଳି କରି ହତ୍ୟା କରାଯାଇଛି। ଆଉ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ମଧ୍ୟ ଏହା ସ୍ବୀକାର କରିଥିବା ପରିବାର ସଦସ୍ୟ ଦାବି କରିଥିଲେ। ଏହାପରେ ଉକ୍ତ ଡାକ୍ତରଙ୍କ ପକ୍ଷରୁ ଏକ ବିବୃତି ପ୍ରକାଶ ପାଇଥିଲା, ଯେଉଁଥିରେ ପରିବାର ଲୋକଙ୍କ ସହ କଥା ହୋଇ ନ ଥିବା ଉଲ୍ଲେଖ କରିଥିଲେ। ଉତ୍ତର ପ୍ରଦେଶ ପୋଲିସ ଅନୁଯାୟୀ, ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ଗୁଳି କରାଯାଇ ନ ଥିବା ସ୍ପଷ୍ଟ ଜଣାପଡ଼ୁଛି। ଟ୍ରାକ୍ଟର ଓଲଟିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ବରେଲି ଜିଲାର ବରିଷ୍ଠ ପୋଲିସ ଅଧିକାରୀ ଅବିନାଶ ଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୩୭ ରାଜ୍ୟ ସଭା ଆସନ ପାଇଁ ଭୋଟ

ନୂଆଦିଲ୍ଲୀ,୧୬ା୩: ୧୦ ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ ପାଇଁ ସୋମବାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ: ଭାଜପା ଉପରେ ବଡ ଅଭିଯୋଗ ଲଗାଇଲେ ଡି.କେ. ଶିବକୁମାର

ବେଙ୍ଗାଲୁରୁ,୧୫।୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସ ଶିବିରରେ କମ୍ପନ। ବିଧାୟକଙ୍କୁ କିଣିବା ପାଇଁ ବଡ଼ ଧରଣର ପ୍ରୟାସ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ.…

ତାମିଲନାଡୁ ରାଜନୀତିରେ ହଲଚଲ୍: ସୁପରଷ୍ଟାର ବିଜୟଙ୍କୁ ଡେପୁଟି ସିଏମ୍ ଅଫର୍!

ଚେନ୍ନାଇ,୧୫।୩: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତ ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ଦେଖିବାକୁ ମିଳିଛି। ସୂତ୍ର ଅନୁସାରେ, ସୁପରଷ୍ଟାର ବିଜୟଙ୍କ ପାର୍ଟି ‘ଟିଭିକେ’…

ସେ ସ୍ବାମୀ ଚାହାଁନ୍ତି ନାହିଁ, ହେଲେ ତାଙ୍କ ଶୁକ୍ରାଣୁ ବ୍ୟବହାର କରି ଏକ ସନ୍ତାନ ଚାହାଁନ୍ତି – ଏହି ମାମଲା ଶୁଣି ବିସ୍ମିତ ହେଲେ ହାଇକୋର୍ଟ

ମୁମ୍ବାଇ,୧୫।୩: ମୁମ୍ବାଇର ଜଣେ ମହିଳାଙ୍କ ସହିତ ଜଡିତ ଏକ ଅନନ୍ୟ ଆଇନଗତ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ୪୬ ବର୍ଷୀୟ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଅଲଗା…

ଏହି ଦିନରୁ ମହଙ୍ଗା ହେବ FASTag ବାର୍ଷିକ ପାସ୍: ଜାଣନ୍ତୁ କେତେ ବଢ଼ିଲା ଦର

ନୂଆଦିଲ୍ଲୀ,୧୫।୩: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ନିଜ ଗାଡ଼ି ପାଇଁ FASTag ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି, ତେବେ…

ବାଜିଲା ନିର୍ବାଚନି ବିଗୁଲ, ୪ମେ’ରେ ହେବ ଭୋଟ ଗଣତି

ନୂଆଦିଲ୍ଲୀ,୧୫।୩: ନିର୍ବାଚନ କମିଶନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି – ମାର୍ଚ୍ଚ ୧୫। ପଶ୍ଚିମବଙ୍ଗରେ ଭୋଟ…

ମଝି ପଡ଼ିଆରେ ସଲମାନ ଆଗାଙ୍କ ସହ ‘ଖେଳ’ ହୋଇଗଲା! ରନ-ଆଉଟକୁ ନେଇ ହାସ୍ୟାସ୍ପଦ ପୋଷ୍ଟ ଭାଇରାଲ

ରାଓ୍ବଲପିଣ୍ଡି,୧୫।୩: ବର୍ତ୍ତମାନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳାଯାଉଛି। ସିରିଜର ଦ୍ୱିତୀୟ ମ୍ୟାଚରେ, ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସଲମାନ ଅଲି…

ନିର୍ବାଚନ ପୂର୍ବରୁ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍‌, କଲେ ବଡ଼ ଘୋଷଣା

କୋଲକାତା,୧୫।୩: ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ମାଷ୍ଟରଷ୍ଟ୍ରୋକ୍‌ ମାରିଛନ୍ତି। ରବିବାର ଏକ ଘୋଷଣା କରି, ସେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri