ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୋହେଲା ଥାନା ଏଏସ ଆଇ ମନରଞ୍ଜନ ପାଣିଗ୍ରାହୀଙ୍କ ଅଭଯୋଗ କ୍ରମେ କେନ୍ଦବାହାଲ ଛକରେ କେନ୍ଦବାହାଲ ଗ୍ରାମର ଯୁଧିଷ୍ଠିର ବଡ଼ଗୋଛିଆ( ୨୬), ଚିତାଖାଇ ଗ୍ରାମର ସରୋଜ ଭୁଏ (୩୪), ସୁନୀଲ ମହାନନ୍ଦ (୩୦)କଫସିରଫ ବିକ୍ରିକରୁଥିବା ସମୟରେ ପୋଲିସ ଚଢ଼ାଉ କରି ତିନିଜଣଙ୍କୁ ଗିରଫ କରିଥିଲା ।

ସେମାନଙ୍କ ପାଖରୁ ୧୦୦ ଏମଏଲ ବିଶିଷ୍ଟ ୪୮ ବୋତଲ ଏସକଫ ସିରିଫ, ୫ ଲିଟର ଅପମିଶ୍ରିତ ଦେଶୀ ମଦ, ତିନୋଟି ମୋବାଇଲ ଫୋନ, ତିନୋଟି ମୋଟରସାଇକେଲ ଜବତ କରିଥିଲେ। ଅଭିଯୁକ୍ତମାନଙ୍କୁ ପୋଲିସ କେଶ ନମ୍ବର ୨୦୮/୨୦୨୬ , ୨୭୬/୨୭୭/୧୧୧(୨)(b)3((୫) ଭାରତୀୟ ନ୍ୟାୟ ସଂହିତା ଧାରାରେ କୋର୍ଟ ଚାଲାଣ କରିଛନ୍ତି ବୋଲି ସୋହେଲା ଥାନା ଅଧିକାରୀ ହରିଶ୍ଚନ୍ଦ୍ର ଭୋଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share