ବୃଦ୍ଧଙ୍କ ହାତଗୋଡ଼ ଭାଙ୍ଗିଲା ପୋଲିସ: ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

ପୁରୀ ଅଫିସ,୨୫ା୯: କଣାସ ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ବାଡ଼େଇ ହାତ ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ୮୩ ବର୍ଷୀୟ ବୃଦ୍ଧ ଗୋକୁଳ ମହାପାତ୍ର ଗୁରୁବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅତିରିକ୍ତ ଏସ୍‌ପି ଅରୁଣ କୁମାର ଜେନା ତାଙ୍କ ଅଭିଯୋଗ ଶୁଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଏଭଳି ଅଭିଯୋଗକୁ କଣାସ ଥାନା ପୋଲିସ ଖଣ୍ଡନ କରିଛି।
କଣାସ ଥାନା ଅନ୍ତର୍ଗତ ବାଦଲପୁରର ଗୋକୁଳ ଏସ୍‌ପିଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ଏକ ମିଥ୍ୟା ଅଭିଯୋଗକୁ ନେଇ ଗତ ଅଗଷ୍ଟ ୧୪ ତାରିଖ ସନ୍ଧ୍ୟାରେ କଣାସ ଥାନାର ୬ଜଣ କର୍ମଚାରୀ ସାଦା ପୋଷାକରେ ତାଙ୍କ ଘରେ ପହଞ୍ଚତ୍ଥିଲେ। ତାଙ୍କ ପୁଅକୁ ଧରିନେବାକୁ ଚେଷ୍ଟା କରିଥିଲେ। ସାଦା ପୋଷାକରେ ଥିବାରୁ ସେମାନେ ପୋଲିସ କି ନାହିିଁ ଜାଣିବୁ କିପରି ବୋଲି ପୁଅ ପଚାରିବାରୁ ମାଡ଼ ମାରିଥିଲେ। ପରିବାର ସଦସ୍ୟ ବିରୋଧ କରିବାରୁ ସେମାନେ ବାହାରକୁ ପଳାଇଲେ। ମାତ୍ର ପରେ ଭ୍ୟାନ ସହ ଅଧିକ ପୋଲିସ ପହଞ୍ଚତ୍ଲେ। ଏହି ସମୟରେ ପୁଅ ବାହାରକୁ ଚାଲିଯାଇଥିବାରୁ ଘରଲୋକେ କବାଟ ବନ୍ଦ କରିଦେଇଥିଲେ। ତେବେ ପୋଲିସ କର୍ମଚାରୀମାନେ ଦୁଆର ଭାଙ୍ଗି ଘରେ ପଶି ଗୋକୁଳଙ୍କୁ ପିଟିଥିଲେ। ଏହାଦେଖି ତାଙ୍କ ସ୍ତ୍ରୀ, ଝିଅ, ଝିଆରୀ ଏବଂ ଅନ୍ୟମାନେ ପ୍ରତିବାଦ କରିବାରୁ ପୋଲିସ ସେମାନଙ୍କ ଚୁଟି ଧରି ଘୋଷାରି ପିଟିଥିଲେ। ତାଙ୍କ ଘରର ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଜଣେ ସାଦା ପୋଷାକଧାରୀ ପୋଲିସ ତାଙ୍କ ମୁହଁରେ ଗାମୁଛା ଗୁଡ଼ାଇ ଧରିଥିବାବେଳେ ଅନ୍ୟ ପୋଲିସ କର୍ମଚାରୀ ଲୁହାରଡ୍‌ରେ ତାଙ୍କ ଦୁଇ ଗୋଡ଼, ଦୁଇ ହାତକୁ ବାଡ଼େଇଥିଲେ। ଫଳରେ ସେ ରକ୍ତାକ୍ତ ହୋଇପଡ଼ିଥିଲେ ବୋଲି ଗୋକୁଳ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତିି କରିଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଗୋକୁଳଙ୍କୁ ତାଙ୍କ ପୁଅ କଟକ ବଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଦୁଇହାତ ଅପରେଶନ ହୋଇଥିବାବେଳେ ବାମ ଗୋଡ଼ ପ୍ଲାଷ୍ଟର ଏବଂ ଡାହାଣ ଗୋଡ଼ ବ୍ୟାଣ୍ଡେଜ ହୋଇଛି। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରକୁ ଫେରିଛନ୍ତି। ଏହି ଘଟଣାରେ ନ୍ୟାୟ ପାଇବା ଲାଗି ଗୋକୁଳ ଅନ୍ୟମାନଙ୍କ ସହାୟତାରେ ଗୁରୁବାର ଏସ୍‌ପିଙ୍କୁ ଗୁହାରି ଜଣାଇବାକୁ ଆସିଥିଲେ। ଅତିରିକ୍ତ ଏସ୍‌ପି ତାଙ୍କ ଅଭିଯୋଗ ଶୁଣିଥିଲେ। ଭାଜପା ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ, ଓମ୍‌ପ୍ରକାଶ ମିଶ୍ର, ଜୟନ୍ତ କୁମାର ଦାଶ ପ୍ରମୁଖ ଗୋକୁଳଙ୍କୁ ନ୍ୟାୟ ଦେବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ଜେନା କହିଛନ୍ତି, କଣାସ ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ନେଇ ସେ ଅଭିଯୋଗ କରିବାକୁ ଆସିଥିଲେ। ତାଙ୍କ ଅଭିଯୋଗକୁ ଗ୍ରହଣ କରିଛୁ। ଜଣେ ଡିଏସ୍‌ପିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri