ପୋଲିସ-ଭାଜପା କର୍ମୀ ମୁହାଁମୁହିଁ: ତେଜିଲା ରାଜନୀତି

ଭୁବନେଶ୍ବର, ୧।୩(ବ୍ୟୁରୋ): ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ବିଧାନସଭା ଘେରାଉ ହୋଇଥିଲା। ଏହି ସମୟରେ ପୋଲିସ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ଫଳରେ ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଥିଲା। ତେବେ ଏହି ଘଟଣାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ରାଜନୀତି ଜୋର୍‌ ଧରିଥିବା ବେଳେ ଜାତୀୟସ୍ତର ନେତାମାନେ ମଧ୍ୟ ଟୁଇଟ୍‌ କରି ଏହାର ପ୍ରତିବାଦ କରିଛନ୍ତି।
ଭାଜପା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଅର୍ପିତା ଅପରାଜିତା ବଡ଼ଜେନା କହିଛନ୍ତି, ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଥିବା ସମୟରେ ପୋଲିସର ମାତ୍ରାଧିକ ଏବଂ ଆକ୍ରୋଶମୂଳକ ଆକ୍ରମଣରେ ଯୁବମୋର୍ଚ୍ଚାର ୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବିକ୍ଷୋଭସ୍ଥଳରେ କାର୍ଯ୍ୟରତ ପୋଲିସଙ୍କୁ ଉଠାଇ ଆଣି ହସ୍ପିଟାଲର ଏସି ରୁମ୍‌ରେ ଚିକିତ୍ସା କରାଯାଉଛି। ହେଲେ ଗୁରୁତର ଭାବେ ଆହତ ହୋଇଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଷ୍ଟ୍ରେଚରରେ ରଖାଯାଇ ଚିକିତ୍ସା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାରୀ ହସ୍ପିଟାଲରେ ଚିକିତ୍ସା ନ ପାଇ ବହୁ କାର୍ଯ୍ୟକର୍ତ୍ତା ଫେରିଯାଇଛନ୍ତି ବୋଲି ସୁଶ୍ରୀ କହିଛନ୍ତି।
ଭାଜପା ଯୁବମୋର୍ଚ୍ଚା ଶୋଭାଯାତ୍ରାକୁ ବିରୋଧକରି ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ବିରୋଧୀ ଦଳ ନେତା ଯିଏ ଜଣେ ଅଭ୍ୟାସଗତ ଅପରାଧୀ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ସହିତ ଧମକଚମକ ଦେଇଥିଲେ ସେକଥା ଓଡ଼ିଶାବାସୀ ଦେଖିଛନ୍ତି। ଆଜି ତାଙ୍କ କ୍ରାଇମ ପାର୍ଟନର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଲୋୟର ପିଏମ୍‌ଜିରେ ଯେଭଳି ବିକ୍ଷୋଭ ନାଁରେ ଦଙ୍ଗାକଲେ ଏବଂ ପୋଲିସ ଅଧିକାରୀଙ୍କୁ ଟାର୍ଗେଟକରି ସେମାନଙ୍କୁ ଲହୁଲୁହାଣ କରିଛନ୍ତି ଏହାକୁ କଠୋର ଭାଷାରେ ନିନ୍ଦା କରୁଛୁ। ରାଜ୍ୟବାସୀ କେବେହେଲେ ଏହାକୁ ଗ୍ରହଣ କରିବେ ନାହିଁ। ପୋଲିସ ଆମ ସୁରକ୍ଷା ଲାଗି ଅଛି। ସେମାନଙ୍କୁ ବାରମ୍ବାର ଆହତ କରିବା ସହିତ ଆକ୍ରମଣ କରି ସେମାନଙ୍କ ମନୋବଳ ଭାଙ୍ଗିବା ଉଚିତ ନୁହେଁ। ଯେଉଁ ଦଳର ଛାମୁଆ ସଙ୍ଗଠନ ନେତା ହତ୍ୟା ଅଭିଯୁକ୍ତ ହେବେ ସେମାନଙ୍କଠାରୁ ଅଧିକ କିଛି ଆଶା କରାଯାଇ ନ ପାରେ ବୋଲି ଚିନ୍ମୟ କହିଛନ୍ତି।
ତେବେ ଭାଜପା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ବୀ ସୂର୍ଯ୍ୟ ଟୁଇଟ୍‌ କରି ପୋଲିସ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ଚାଲିଥିବା ଗୋଡ଼ାଗୋଡ଼ି ଦୃଶ୍ୟ ଶେୟାର କରିଛନ୍ତି। ଏଥିରେ ଭାଜପା କର୍ମୀଙ୍କୁ ପୋଲିସ ବାଡ଼ାଉଥିବାର ଦୃଶ୍ୟ ରହିଛି। ଏନେଇ ସେ ଟୁଇଟ୍‌ରେ ସେ ଉଲ୍ଲେଖ କରିଛନ୍ତି, ବିଜେଡି ସରକାର ଏବଂ ଏହାର ବିଫଳ ଆଇନଶୃଙ୍ଖଳା ପରିସ୍ଥିତିର ଶିକାର ଓଡ଼ିଶା ହୋଇଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କରାଯାଉଥିବା ପ୍ରତିବାଦ ବେଳେ ପୋଲିସ ଏଭଳି ଅମାନୁଷିକ ଆକ୍ରମଣ କରିଛି। ଏହାଦ୍ୱାରା ବହୁ ଭାଜପା କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri