ପୋଲିସ-ଭାଜପା କର୍ମୀ ମୁହାଁମୁହିଁ: ତେଜିଲା ରାଜନୀତି

ଭୁବନେଶ୍ବର, ୧।୩(ବ୍ୟୁରୋ): ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ବିଧାନସଭା ଘେରାଉ ହୋଇଥିଲା। ଏହି ସମୟରେ ପୋଲିସ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ଫଳରେ ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଥିଲା। ତେବେ ଏହି ଘଟଣାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ରାଜନୀତି ଜୋର୍‌ ଧରିଥିବା ବେଳେ ଜାତୀୟସ୍ତର ନେତାମାନେ ମଧ୍ୟ ଟୁଇଟ୍‌ କରି ଏହାର ପ୍ରତିବାଦ କରିଛନ୍ତି।
ଭାଜପା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଅର୍ପିତା ଅପରାଜିତା ବଡ଼ଜେନା କହିଛନ୍ତି, ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଥିବା ସମୟରେ ପୋଲିସର ମାତ୍ରାଧିକ ଏବଂ ଆକ୍ରୋଶମୂଳକ ଆକ୍ରମଣରେ ଯୁବମୋର୍ଚ୍ଚାର ୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବିକ୍ଷୋଭସ୍ଥଳରେ କାର୍ଯ୍ୟରତ ପୋଲିସଙ୍କୁ ଉଠାଇ ଆଣି ହସ୍ପିଟାଲର ଏସି ରୁମ୍‌ରେ ଚିକିତ୍ସା କରାଯାଉଛି। ହେଲେ ଗୁରୁତର ଭାବେ ଆହତ ହୋଇଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଷ୍ଟ୍ରେଚରରେ ରଖାଯାଇ ଚିକିତ୍ସା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାରୀ ହସ୍ପିଟାଲରେ ଚିକିତ୍ସା ନ ପାଇ ବହୁ କାର୍ଯ୍ୟକର୍ତ୍ତା ଫେରିଯାଇଛନ୍ତି ବୋଲି ସୁଶ୍ରୀ କହିଛନ୍ତି।
ଭାଜପା ଯୁବମୋର୍ଚ୍ଚା ଶୋଭାଯାତ୍ରାକୁ ବିରୋଧକରି ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ବିରୋଧୀ ଦଳ ନେତା ଯିଏ ଜଣେ ଅଭ୍ୟାସଗତ ଅପରାଧୀ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ସହିତ ଧମକଚମକ ଦେଇଥିଲେ ସେକଥା ଓଡ଼ିଶାବାସୀ ଦେଖିଛନ୍ତି। ଆଜି ତାଙ୍କ କ୍ରାଇମ ପାର୍ଟନର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଲୋୟର ପିଏମ୍‌ଜିରେ ଯେଭଳି ବିକ୍ଷୋଭ ନାଁରେ ଦଙ୍ଗାକଲେ ଏବଂ ପୋଲିସ ଅଧିକାରୀଙ୍କୁ ଟାର୍ଗେଟକରି ସେମାନଙ୍କୁ ଲହୁଲୁହାଣ କରିଛନ୍ତି ଏହାକୁ କଠୋର ଭାଷାରେ ନିନ୍ଦା କରୁଛୁ। ରାଜ୍ୟବାସୀ କେବେହେଲେ ଏହାକୁ ଗ୍ରହଣ କରିବେ ନାହିଁ। ପୋଲିସ ଆମ ସୁରକ୍ଷା ଲାଗି ଅଛି। ସେମାନଙ୍କୁ ବାରମ୍ବାର ଆହତ କରିବା ସହିତ ଆକ୍ରମଣ କରି ସେମାନଙ୍କ ମନୋବଳ ଭାଙ୍ଗିବା ଉଚିତ ନୁହେଁ। ଯେଉଁ ଦଳର ଛାମୁଆ ସଙ୍ଗଠନ ନେତା ହତ୍ୟା ଅଭିଯୁକ୍ତ ହେବେ ସେମାନଙ୍କଠାରୁ ଅଧିକ କିଛି ଆଶା କରାଯାଇ ନ ପାରେ ବୋଲି ଚିନ୍ମୟ କହିଛନ୍ତି।
ତେବେ ଭାଜପା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ବୀ ସୂର୍ଯ୍ୟ ଟୁଇଟ୍‌ କରି ପୋଲିସ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ଚାଲିଥିବା ଗୋଡ଼ାଗୋଡ଼ି ଦୃଶ୍ୟ ଶେୟାର କରିଛନ୍ତି। ଏଥିରେ ଭାଜପା କର୍ମୀଙ୍କୁ ପୋଲିସ ବାଡ଼ାଉଥିବାର ଦୃଶ୍ୟ ରହିଛି। ଏନେଇ ସେ ଟୁଇଟ୍‌ରେ ସେ ଉଲ୍ଲେଖ କରିଛନ୍ତି, ବିଜେଡି ସରକାର ଏବଂ ଏହାର ବିଫଳ ଆଇନଶୃଙ୍ଖଳା ପରିସ୍ଥିତିର ଶିକାର ଓଡ଼ିଶା ହୋଇଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କରାଯାଉଥିବା ପ୍ରତିବାଦ ବେଳେ ପୋଲିସ ଏଭଳି ଅମାନୁଷିକ ଆକ୍ରମଣ କରିଛି। ଏହାଦ୍ୱାରା ବହୁ ଭାଜପା କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri