ଜୁଆଆଡ୍ଡାରେ ଚଢ଼ାଉ: ନଗଦ ୨୬୬୮୦ ଟଙ୍କା ଜବତ,୯ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨୪ା୨(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ମସିନ୍ତା ଡୁଙ୍ଗରୀ ପାହାଡ଼ରେ କୁକୁଡା ଲଢ଼େଇ ଏବଂ ଜୁଆଆଡ୍ଡା ଚାଲିଥିବା ସୂଚନା ପାଇ ବାରକୋଟ ଥାନା ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ୧୧ଟି ବାଇକ୍‌, ୨ କୁକୁଡା ଏବଂ ନଗଦ ୨୬୬୮୦ ଟଙ୍କା ଜବତ ହୋଇଥିବା ବେଳେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ରବିବାର ବାରକୋଟ ଜେଏମ୍‌ଏଫ୍‌ସି କୋର୍ଟଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର ହୋଇଥିବା ନେଇ ରାତି ୧୦ ଟାରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟ, ଉକ୍ତ ଅଞ୍ଚଳରେ ବାରକୋଟ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବେଆଇନ ଭାବେ କୁକୁଡ଼ା ଲଢ଼େଇ ଏବଂ ଜୁଆଆଡ୍ଡା ଚାଲିଥିବା ପୋଲିସ ସୂଚନା ପାଇଥିଲା । ପରେ ବାରକୋଟ ଥାନା ଅଧିକାରୀ ଯାଜ୍ଞସେନୀ ପ୍ରଧାନଙ୍କ ନିର୍ଦ୍ଦେଶରେ ଚଢଉ କରାଯାଇଥିଲା। ପୋଲିସକୁ ଦେଖି ଘଟଣାସ୍ଥଳରୁ କିଛି ଅଭିଯୁକ୍ତ ଫେରାର ମାରିଥିବା ବେଳେ ୯ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ସୁନ୍ଦରଗଡ଼ ଜିଲା ମହୁଲଡିହା ଥାନା ସଦରସ୍ଥିତ ସୁଶାନ୍ତ ସାହୁ(୩୨), ବାରକୋଟ ଥାନା ଆମ୍ବଗାଁର କେଶବ ନାୟକ (୪୫), ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ସବରା ଗାଁର କ୍ଷେତ୍ର କିଷାନ (୫୦) ଓ ପ୍ରତାପ ଧୀବର (୩୦), ଲହୁଣୀପଡ଼ା ଥାନା ଶଙ୍ଖପଶି ଗାଁର ଆନନ୍ଦ ମୁଣ୍ଡା (୩୮), ବଣେଇଗଡ଼ ଥାନା ସଦର ମହକୁମାର ପ୍ରତିମ କୁମାର ସାହୁ (୨୧), ବଣେଇଗଡ଼ ଥାନା କେନାଭେଟା ଗାଁର ସିପୁନ ପାତ୍ର (୨୪), ବଣେଇଗଡ଼ ଥାନା ଦେଓଗାଁର ମିରାଶଙ୍କର ସାହୁ (୨୮) ଏବଂ ଟାରଙ୍ଗପାଲି ଥାନା କାଠିର ଗାଁର ପାଣ୍ଡେ ସିଂ (୩୦) ପ୍ରମୁଖ ଗିରଫ ହୋଇଛନ୍ତି। ତେବେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ମଞ୍ଜୁର ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri