ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧୀନ କେରାଣ୍ଡିତୋଳା ଗ୍ରାମରେ ଏକ ହତ୍ୟା ମାମଲାର ଫେରାର ଥିବା ଅଭିଯୁକ୍ତ ଜଣକୁ ଦୀର୍ଘ ୨୪ ବର୍ଷ ପରେ ଚମାଖଣ୍ଡି ପୋଲିସ ଗିରଫ କରିଛି l ୨୦୦୧ରେ ଏକ ଝଗଡାକୁ ନେଇ ପ୍ରଶାନ୍ତ ପ୍ରଧାନକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା। ଏହାକୁ ନେଇ ପ୍ରଶାନ୍ତର ବାପା କୈବଲ୍ୟ ପ୍ରଧାନ ଛତ୍ରପୁର ଥାନାରେ ମୂଷା ପ୍ରଧାନ, ପଞ୍ଚମା ପ୍ରଧାନ ଓ ଉଦୟ ପ୍ରଧାନ ନାମରେ ଅଭିଯୋଗ କରିଥିଲେl ସେହି ସମୟରେ ପୋଲିସ ମୂଷା ପ୍ରଧାନକୁ ଗିରଫ କରିଥିଲା । ଏବେ ଦୀର୍ଘ ୨୪ ଏହି ହତ୍ୟା ମାମଲାର ଜଡିତ ଥିବା ଅଭିଯୁକ୍ତ ଉଦୟ ପ୍ରଧାନକୁ ଚମାଖଣ୍ଡି ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ପୋଲିସ ଟିମ ଚେନାଇରୁ ଗିରଫ କରିଛି । ରାଜ୍ୟ ପୋଲିସର ସ୍ବତନ୍ତ୍ର ଡ୍ରାଇଭ ( ଗରୁଡ଼) ମାଧ୍ୟମରେ ପୁରୁଣା ଅପରାଧୀ ମାନଙ୍କୁ ଧରପଗଡ଼ ନେଇ ଚମାଖଣ୍ଡି ଥାନାଧିକାରୀ ମଲ୍ଲଙ୍କ ନେତୃତ୍ୱରେ ଏସଆଇ ଅଭିଜିତ ସାମଲ ଏକ ଟିମ ଗଠନ କରି ଅଭିଯୁକ୍ତକୁ ଚେନାଇରୁ ଗିରଫ କରି ଆଜି କୋର୍ଟଚାଲଣ କରାଯାଇଛି।


