ଅସଲି ଦେଖାଇ ବିକିଥିଲେ ନକଲି ସୁନା, ୪ ମାସ ପରେ ବନ୍ଧା ହେଲେ ୨ ଠକ

ଦେବଗଡ଼,୧୪।୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି କରି ଫେରାର ହେବା ଘଟଣାରେ ପୋଲିସକୁ ସଫଳତା। ଦୀର୍ଘ ୪ମାସ ପରେ ଧରା ପଡିଛନ୍ତି ଠକ ଗ୍ୟାଙ୍ଗର ୨ ସଦସ୍ୟ। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କର୍ତାଳୀ ଆଲିପୁର ଗ୍ରାମର ଶଙ୍କର ଦାସ ଏବଂ କୋଟିଣ୍ଡା ଥାନା ନାରାୟଣପୁର ଗ୍ରାମର ସିଦ୍ଦୁ ଦାଶ l ସେମାନଙ୍କ ନିକଟରୁ ପୋଲିସ ୫ ଗୋଟି ଅସଲି ସୁନା ବଲ, ୨୮ ଟି ନକଲି ସୁନା ବଲ, ୨ ଟି ମୋବାଇଲ ଓ ନଗଦ ୧୬୦୦ ଟଙ୍କା ଜବତ କରାଯାଇଛି। ଉଭୟଙ୍କୁ ମଙ୍ଗଳବାର ପୋଲିସ କୋର୍ଟ ଚାଲାଣ କରିଛି l ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ଫେରାର ହେବାରେ ସଫଳ ହୋଇଥିବା ଜଣାପଡିଛି l

ସୂଚନାନୁଯାୟୀ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପୁଟବୁଲ ଗ୍ରାମକୁ ଗତ ଅକ୍ଟୋବର ୮ ତାରିଖ ଦିନ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଚାଲୁଣି ବିକିବା ବାହାନାରେ ପହଞ୍ଚି ଖଗେଶ୍ୱର କିସାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହିଥିଲେ l ସେହି ଗ୍ରାମରେ ସନ୍ତୋଷ କୁମାର ସାହୁ ନାମକ ଜଣେ ବ୍ୟକ୍ତି କିରାନା ଦୋକାନ କରିଥିବା ବେଳେ ୯ ତାରିଖ ଦିନ ସେମାନେ ତାଙ୍କ ଦୋକାନକୁ ଆସି କିଛି ସୁନା ଦେଖାଇ ଟ୍ରେନରୁ ପାଇଥିବା ଏବଂ ବିକ୍ରି କରିବାକୁ ଚାହୁଁଥିବା କହିଥିଲେ l ସନ୍ତୋଷ ସେହି ସୁନା କିଣିବାକୁ ରାଜି ହେବା ସହ ସେଥିରୁ କିଛି ସାମ୍ପୁଲ ନେଇ ଗାଁ ସୁନା ଦୋକାନୀକୁ ପରୀକ୍ଷା ପାଇଁ କହିଥିଲେ l ପରୀକ୍ଷା ପରେ ସୁନା ଅସଲି ଥିବା ଦୋକାନୀ କହିଥିଲେ। ଏହାପରେ ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଅକ୍ଟୋବର ୧୨ ତାରିଖ ସାରେ ୧ ଲକ୍ଷ ୯୦ ହଜାର ଟଙ୍କା ନେଇ ଠକ ଦଳ ରହୁଥିବା ଠିକଣାକୁ ଯାଇ ସେମାନଙ୍କୁ ଦେବା ସହ ତାଙ୍କ ଠାରୁ ୨୫୦ ଗ୍ରାମ ଓଜନର ସୁନା ନେଇ ଘରକୁ ଫେରିଥିଲେ l ସେମାନେ ପୁଣିଥରେ କିଣିଥିବା ସବୁ ସୁନା ଧରି ଗାଁ ବଣିଆ ନିକଟରେ ନେଇ ଦେଖାଇବା ବେଳେ ସବୁ ସୁନା ନକଲି ଥିବା ଜାଣିବାକୁ ପାଇଥିଲେ l ଏହା ଜାଣି ସନ୍ତୋଷ ତୁରନ୍ତ ଯୋଗାଯୋଗ କରିବାକୁ ଚାହିଁଥିଲେ ହେଁ ସେଠାରୁ ଠକ ଦଳ ଫେରାର ହୋଇସାରିଥିଲେ l ଠକାମୀର ଶିକାର ହୋଇଥବା ଜାଣି ସନ୍ତୋଷ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେl ଅଭିଯୋଗ ଆଧାରରେ ପୁଲିସ ୫ ଅଜ୍ଞାତ ଲୋକଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତେବେ ପ୍ରାୟ ୪ ମାସ ପରେ ଉକ୍ତ ଠକ ଦଳ ସୋମବାର ପୁଣିଥରେ ସେହି ଗ୍ରାମକୁ ଆସିଥିବା ନେଇ ଗ୍ରାମବାସୀଙ୍କ ସୂଚନା ଆଧାରରେ ପୋଲିସ ସେହି ଗ୍ରାମରେ ପହଞ୍ଚି ୨ ଜଣ ଠକଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri