ଘଟଣା ପଛର ରହସ୍ୟ ଖୋଜୁଛି ପୋଲିସ

ଭୁବନେଶ୍ୱର,୮।୭ (ବ୍ୟୁରୋ): ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ରିିଙ୍କି ଓରଫ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ କମିଶନରେଟ ପୋଲିସର ତଦନ୍ତ ଜାରି ରହିଛି। ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ନା ଏହାପଛରେ ଅନ୍ୟ କୌଣସି କାରଣ ରହିଛି, ସେ ସମସ୍ତ ଦିଗକୁ ନେଇ ଏୟାରଫିଲ୍ଡ ଥାନାର ସ୍ବତନ୍ତ୍ର ଟିମ୍‌ ତଦନ୍ତ ଜାରି ରଖିଛି।
ପ୍ରିୟଙ୍କା, ତାଙ୍କ ସ୍ବାମୀ ରାକେଶ ଏବଂ ଅଭିଯୁକ୍ତ ଜଗନ୍ନାଥଙ୍କ ଗ୍ରାମକୁ ମଙ୍ଗଳବାର ସ୍ବତନ୍ତ୍ର ଟିମ୍‌ ଯିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ସବୁଠାରୁ ବଡ଼ କଥା ହେଉଛି ରିଙ୍କି ସମେତ ତାଙ୍କର ୩ବର୍ଷର ଶିଶୁଙ୍କୁ ହତ୍ୟା କରିବା ପାଇଁ କାହିଁକି ଯୋଜନା କରିଥିଲା ଏନେଇ ମଧ୍ୟ ପୋଲିସ ତନାଘନା ଚଳାଇଛି। ଅଭିଯୁକ୍ତ ଜଗନ୍ନାଥଙ୍କୁ ହସ୍ପିଟାଲରୁ ଡାକ୍ତର ଡିସ୍‌ଚାର୍ଜ କରିବା ପରେ ପୋଲିସ ପାଇଥିବା ସମସ୍ତ ତଥ୍ୟ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବ। ତା’ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିସିପି ଉମା ଶଙ୍କର ଦାଶ କହିଛନ୍ତି। ଏଥିସହ ଫରେନ୍‌ସିକ ଲାବ୍‌କୁ ରକ୍ତ ଲାଗିଥିବା ଚିଠି ସହ ଅନ୍ୟାନ୍ୟ ଜବତ ସାମଗ୍ରୀ ପଠାଯାଇଛି। ପ୍ରିୟଙ୍କାଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଅନେକ ଗୁରୁତ୍ୱ ବହନ କରୁଛି। ଯେଉଁଥିରୁ ପ୍ରିୟଙ୍କାଙ୍କୁ ପାଶବିକ ଅତ୍ୟାଚାର କରି ଅଭିଯୁକ୍ତ ଜଗନ୍ନାଥ ଛୁରିରେ ଗଳା କାଟି ହତ୍ୟା କରିଛନ୍ତି ନା ଶ୍ୱାସରୁଦ୍ଧ କରି ଅନ୍ୟ କୌଣସି ଉପାୟରେ ହତ୍ୟା କରିଛନ୍ତି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସ୍ପଷ୍ଟ ହେବ। ଜଗନ୍ନାଥ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିବାବେଳେ ହତ୍ୟା କରିବା ପାଇଁ କାହିଁକି ଯୋଜନା କଲେ। ଉଭୟଙ୍କ ଉପରେ କୌଣସି ବାହ୍ୟ ଚାପ ରହିଥିଲା କି ଏପରି ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରହିଛି। ବିବାହ ପୂର୍ବରୁ ପ୍ରିୟଙ୍କା ଏବଂ ଜଗନ୍ନାଥଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ହେଲେ ସେ କାହିଁକି ମାରିଲେ ସେନେଇ ଜାଣି ନ ଥିବା ଜଗନ୍ନାଥଙ୍କ ପରିବାର ଲୋକେ କହିଛନ୍ତି। ଜଗନ୍ନାଥ ସୁସ୍ଥ ହେବାପରେ ପୋଲିସ ତାଙ୍କୁ ଜେରା ନିମନ୍ତେ ସିନ୍‌ ରିକ୍ରିଏଶନ କରିବାକୁ ଯୋଜନା ରଖିଛି।
ପ୍ରକାଶ ଥାଉକି ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ଗତ ସୋମବାର ସ୍ବାମୀ ରାକେଶ ଘରେ ନ ଥିବାବେଳେ ପ୍ରିୟଙ୍କାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଜଗନ୍ନାଥ ଗଳାକାଟି ହତ୍ୟା କରିବାପରେ ନିଜେ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏପରି କି ଘଟଣା ସ୍ଥଳରେ ତଳେ ମରି ପଡ଼ିଥିବା ପ୍ରିୟଙ୍କାଙ୍କ ଫଟୋ ଉଠାଇ ରାକେଶଙ୍କୁ ହ୍ବାଟ୍‌ସଆପ୍‌ରେ ପଠାଇଥିଲେ। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରୁ ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର କରିବା ସହ ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri