ଘଟଣା ପଛର ରହସ୍ୟ ଖୋଜୁଛି ପୋଲିସ

ଭୁବନେଶ୍ୱର,୮।୭ (ବ୍ୟୁରୋ): ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ରିିଙ୍କି ଓରଫ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ କମିଶନରେଟ ପୋଲିସର ତଦନ୍ତ ଜାରି ରହିଛି। ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ନା ଏହାପଛରେ ଅନ୍ୟ କୌଣସି କାରଣ ରହିଛି, ସେ ସମସ୍ତ ଦିଗକୁ ନେଇ ଏୟାରଫିଲ୍ଡ ଥାନାର ସ୍ବତନ୍ତ୍ର ଟିମ୍‌ ତଦନ୍ତ ଜାରି ରଖିଛି।
ପ୍ରିୟଙ୍କା, ତାଙ୍କ ସ୍ବାମୀ ରାକେଶ ଏବଂ ଅଭିଯୁକ୍ତ ଜଗନ୍ନାଥଙ୍କ ଗ୍ରାମକୁ ମଙ୍ଗଳବାର ସ୍ବତନ୍ତ୍ର ଟିମ୍‌ ଯିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ସବୁଠାରୁ ବଡ଼ କଥା ହେଉଛି ରିଙ୍କି ସମେତ ତାଙ୍କର ୩ବର୍ଷର ଶିଶୁଙ୍କୁ ହତ୍ୟା କରିବା ପାଇଁ କାହିଁକି ଯୋଜନା କରିଥିଲା ଏନେଇ ମଧ୍ୟ ପୋଲିସ ତନାଘନା ଚଳାଇଛି। ଅଭିଯୁକ୍ତ ଜଗନ୍ନାଥଙ୍କୁ ହସ୍ପିଟାଲରୁ ଡାକ୍ତର ଡିସ୍‌ଚାର୍ଜ କରିବା ପରେ ପୋଲିସ ପାଇଥିବା ସମସ୍ତ ତଥ୍ୟ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବ। ତା’ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିସିପି ଉମା ଶଙ୍କର ଦାଶ କହିଛନ୍ତି। ଏଥିସହ ଫରେନ୍‌ସିକ ଲାବ୍‌କୁ ରକ୍ତ ଲାଗିଥିବା ଚିଠି ସହ ଅନ୍ୟାନ୍ୟ ଜବତ ସାମଗ୍ରୀ ପଠାଯାଇଛି। ପ୍ରିୟଙ୍କାଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଅନେକ ଗୁରୁତ୍ୱ ବହନ କରୁଛି। ଯେଉଁଥିରୁ ପ୍ରିୟଙ୍କାଙ୍କୁ ପାଶବିକ ଅତ୍ୟାଚାର କରି ଅଭିଯୁକ୍ତ ଜଗନ୍ନାଥ ଛୁରିରେ ଗଳା କାଟି ହତ୍ୟା କରିଛନ୍ତି ନା ଶ୍ୱାସରୁଦ୍ଧ କରି ଅନ୍ୟ କୌଣସି ଉପାୟରେ ହତ୍ୟା କରିଛନ୍ତି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସ୍ପଷ୍ଟ ହେବ। ଜଗନ୍ନାଥ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିବାବେଳେ ହତ୍ୟା କରିବା ପାଇଁ କାହିଁକି ଯୋଜନା କଲେ। ଉଭୟଙ୍କ ଉପରେ କୌଣସି ବାହ୍ୟ ଚାପ ରହିଥିଲା କି ଏପରି ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରହିଛି। ବିବାହ ପୂର୍ବରୁ ପ୍ରିୟଙ୍କା ଏବଂ ଜଗନ୍ନାଥଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ହେଲେ ସେ କାହିଁକି ମାରିଲେ ସେନେଇ ଜାଣି ନ ଥିବା ଜଗନ୍ନାଥଙ୍କ ପରିବାର ଲୋକେ କହିଛନ୍ତି। ଜଗନ୍ନାଥ ସୁସ୍ଥ ହେବାପରେ ପୋଲିସ ତାଙ୍କୁ ଜେରା ନିମନ୍ତେ ସିନ୍‌ ରିକ୍ରିଏଶନ କରିବାକୁ ଯୋଜନା ରଖିଛି।
ପ୍ରକାଶ ଥାଉକି ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ଗତ ସୋମବାର ସ୍ବାମୀ ରାକେଶ ଘରେ ନ ଥିବାବେଳେ ପ୍ରିୟଙ୍କାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଜଗନ୍ନାଥ ଗଳାକାଟି ହତ୍ୟା କରିବାପରେ ନିଜେ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏପରି କି ଘଟଣା ସ୍ଥଳରେ ତଳେ ମରି ପଡ଼ିଥିବା ପ୍ରିୟଙ୍କାଙ୍କ ଫଟୋ ଉଠାଇ ରାକେଶଙ୍କୁ ହ୍ବାଟ୍‌ସଆପ୍‌ରେ ପଠାଇଥିଲେ। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରୁ ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର କରିବା ସହ ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri