ପୋଲିସ ନଜରରେ ସମ୍ବେଦନଶୀଳ ଅଞ୍ଚଳ

କେନ୍ଦୁଝର,୧୩।୨(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଘଷିପୁରା, ହାଟଡିହି, ଆନନ୍ଦପୁର ବ୍ଲକ ଅଞ୍ଚଳଗୁଡ଼ିକ ରାଜନୈତିକ ଦୃଷ୍ଟି କୋଣରୁ ସମ୍ବେଦନଶୀଳ ା
ଉକ୍ତ ଅଞ୍ଚଳରେ ରାଜନୈିତକ ଦଳମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ। ସେହିପରି ଦୈତାରୀ, ହରିଚନ୍ଦନପୁର, ବ୍ରାହ୍ମଣୀପାଳ, ତେଲକୋଇ, ନୟାକୋଟ ଥାନା ଅଞ୍ଚଳ ନକ୍ସଲ ପ୍ରଭାବିତ। ପୂର୍ବରୁ ମାଓବାଦୀ କାର୍ଯ୍ୟକଳାପ ଘଟିଥିବା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଭାବେ ଚିହ୍ନଟ କରାଯାଇଛି। ସେହିପରି ଖଣିଖାଦାନ ଭରା ବଡ଼ବିଲ, ଯୋଡ଼ା, ବାମେବାରୀ ଓ ରୁଗୁଡ଼ି ଥାନା ଅଞ୍ଚଳ ମଧ୍ୟ ରାଜନୈତିକ ହିଂସା ଓ ନକ୍ସଲ କାର୍ଯ୍ୟକଳାପ ଦୃଷ୍ଟିରୁ ସମ୍ବେଦନଶୀଳ। ମାଓବାଦୀ ପ୍ରବଣ ଝାଡ଼ଖଣ୍ଡ ରାଜ୍ୟ ଓ ସୁନ୍ଦରଗଡ଼ ଜିଲା ସୀମାରେ ଏହି ଅଞ୍ଚଳଗୁଡ଼ିକ ରହିଛି। ସେହିପରି ପାଟଣା ଓ ବାରିଆ ଥାନା ଅଞ୍ଚଳରେ ରାଜନୈିତକ ହିସାଂକାଣ୍ଡ ଆଶଙ୍କା କରାଯାଇଛି। ଖଣି ଅଞ୍ଚଳରେ ବିସ୍ଥାପିତଙ୍କ ପ୍ରତିବାଦ, ଖଣିରୁ ଛଟେଇ ହୋଇ ବେରୋଜଗାର ହୋଇଥିବା ଶ୍ରମିକମାନେ ବିରୋଧ ଜାରି ରଖିଛନ୍ତି। ଏହା ବ୍ୟତୀତ ଏହି ସବୁ ଅଞ୍ଚଳରେ ଝାଡ଼ଖଣ୍ଡ,ବିହାର ଓ ପଶ୍ଚିମବଙ୍ଗରୁ ଶ୍ରମିକମାନେ ଆସି କାମ କରୁଥିବା ବା ବସବାସ କରୁଥିବାରୁ ଅପରାଧିମାନେ ଏହାର ଫାଇଦା ଉଠାଇ ଗଣ୍ଡଗୋଳ କରିବା ଆଶଙ୍କା ରହିଛି। ବେଆଇନ ମଦ କାରବାର ରୋକିବା ସହ ରାତ୍ରୀକାଳିନ ଗାଡ଼ି ଯାଞ୍ଚ, ଅଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ଧରପଗଡ଼, ବନ୍ଧୁକ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ଯାଞ୍ଚ ଆଦି କରିବା ପାଇଁ ପଦକ୍ଷେପ ନିଆଯାଉଛି। ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବାବେଳେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପୂର୍ବରୁ ଅପରାଧିକ ମାମଲା ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri