ଏମ୍‌ସ ଓପିଡି ଉଦ୍‌ଘାଟନରେ ବିଳମ୍ବ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୧୩।୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାମପଦା ଛକ ନିକଟରେ ୨୫ ଏକର ଜାଗା ଉପରେ ୨୦୧୩ରେ ଭୁବନେଶ୍ୱର ଏମ୍‌ସର ସାଟେଲାଇଟ୍‌ ସେଣ୍ଟର ହେବାର ଘୋଷଣା ହୋଇଥିଲା। ୩ଶହ ଶଯ୍ୟା ବିଶିଷ୍ଟ ଏହି ସାଟେଲାଇଟ୍‌ ସେଣ୍ଟର ପାଇଁ ୩ଶହ କୋଟି ଟଙ୍କା ଖର୍ଚ୍ଚ ବ୍ୟୟବରାଦର ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୦କୋଟି ଟଙ୍କା ଅନୁଦାନରେ ବହିର୍ବିଭାଗ ବିଲଡ଼ିଂ ସହ ପାଚେରି ନିର୍ମାଣ ସିପିଡବ୍ଲ୍ୟୁଡି (ସେଣ୍ଟ୍ରାଲ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ) ଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତ ୨୦୨୧ ଜାନୁୟାରୀରେ କାମ ଶେଷ ହେବାକୁ ଥିବାବେଳେ ମହାମାରୀ କରୋନା ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଥିଲା। କାମକୁ ତ୍ୱରାନ୍ବିତ କରାଯାଇ ଗତ ସେପ୍ଟେମ୍ବରରେ ଓପିଡ଼ି ସେବା ଆରମ୍ଭ ହେବାର ନିଷ୍ପତ୍ତି ହୋଇଥିଲା। ଏପର୍ଯ୍ୟନ୍ତ ଏମ୍‌ସ ଓପିଡ଼ି ଉଦ୍‌ଘାଟନରେ ବିଳମ୍ବ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସହର ସେଣ୍ଟ୍ରାଲ ସ୍କୁଲ ଛକ ସ୍ଥିତ ପ୍ରତିରକ୍ଷା କଲୋନୀରେ ଚାଲିଥିବା ଏମ୍‌ସର ଅସ୍ଥାୟୀ ଓପିଡ଼ି ସେବା ବନ୍ଦ ରହିଛି।
ବାଲେଶ୍ୱରର ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ନିର୍ମାଣାଧୀନ ଓପିଡ଼ି (ବହିର୍ବିଭାଗ) କୋଠା କାମ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ବହିର୍ବିଭାଗ ଚିକିତ୍ସା ସେବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ବି ଆସି ରହିଛି। ଅକ୍ସିଜେନ୍‌, ବିଦ୍ୟୁତ ସହିତ ପାଣି ବ୍ୟବସ୍ଥା ବି ସରିଛି। ପାଖାପାଖି ୨୦ଟି ବିଭାଗର ଓପିଡ଼ି ଚିକିତ୍ସା ସେବା ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି ବ୍ୟବସ୍ଥା ହୋଇଛି। ଓପିଡ଼ି କାର୍ଯ୍ୟକ୍ଷମ ହେଲେ ଉତ୍ତରଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଲୋକେ ଚିକିତ୍ସା ପାଇପାରିବେ। ଲୋକଙ୍କୁ ଭୁବନେଶ୍ୱରକୁ ଆଉ ଦୌଡ଼ିବାକୁ ପଡ଼ିବ ନାହଁି। କେବଳ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯିବ।
ନିର୍ମାଣ ଦାୟିତ୍ୱରେ ଥିବା ସରୋଜ କୁମାର ବିଶ୍ୱାଳ କହନ୍ତି, ବିଲ୍‌ଡିଂ କାମ ସମ୍ପୂର୍ଣ୍ଣ ହୋଇଯାଇଛି। ଆଖପାଖରେ କିଛି ଛୋଟ ଛୋଟ କାମ ଥିଲା ତାହା ଏବେ ଶେଷ ହୋଇଯାଇଛି। ଭୁବନେଶ୍ୱର ଏମ୍‌ସ ଓ ସିପିଡବ୍ଲ୍ୟୁଡିକୁ ବିଲ୍‌ଡିଂ ହସ୍ତାନ୍ତର କରିଦିଆଯିବାର ପ୍ରକାଶ କରିଛନ୍ତି।
ସାଟେଲାଇଟ୍‌ ସେଣ୍ଟର କନ୍‌ଷ୍ଟ୍ରକସନ୍‌ ସୁପରଭାଇଜର କମିଟିର ଡା. ସରୋଜ କୁମାର ଦାସମଜୁମଦାର କହନ୍ତି, ଶୀଘ୍ର ଓପିଡ଼ି ସେବା ଯୋଗାଇ ଦେବା ପାଇଁ କାମ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିଲା। ହେଲେ ୬୦ ଡାକ୍ତର ବଦଳରେ ମାତ୍ର ୧୫/୨୦ ଡାକ୍ତର ଆବେଦନ କରିଥିଲେ। ସେଥିରେ ପୁଣି ଆବେଦନ କରିଥିବା ଡାକ୍ତରଙ୍କ ଅଭିଜ୍ଞତା କମ୍‌ ରହିଛି। ତେଣୁ ପୁଣି ଥରେ ବିଜ୍ଞାପନ ଦିଆଯାଇ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତି କରାଯିବ। କରୋନା ପାଇଁ କାମ ବିଳମ୍ବ ହୋଇଛି ସତ। ତେବେ ଆସନ୍ତା ଦୁଇମାସ ଭିତରେ ଓପିଡ଼ି ସେବା ଆରମ୍ଭ କରିବାକୁ ଯୋଜନା କରିଛୁ। ଦ୍ୱିତୀୟ ପର୍ଯ୍ୟାୟରେ ସାଟେଲାଇଟ୍‌ ସେଣ୍ଟର କରାଯାଇ ଏଥିରେ ମଲ୍‌ଟି ସ୍ପେଶାଲିଟି ଡାକ୍ତରଖାନା ପାଇଁ କାମ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri