ଏମ୍‌ସ ଓପିଡି ଉଦ୍‌ଘାଟନରେ ବିଳମ୍ବ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୧୩।୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାମପଦା ଛକ ନିକଟରେ ୨୫ ଏକର ଜାଗା ଉପରେ ୨୦୧୩ରେ ଭୁବନେଶ୍ୱର ଏମ୍‌ସର ସାଟେଲାଇଟ୍‌ ସେଣ୍ଟର ହେବାର ଘୋଷଣା ହୋଇଥିଲା। ୩ଶହ ଶଯ୍ୟା ବିଶିଷ୍ଟ ଏହି ସାଟେଲାଇଟ୍‌ ସେଣ୍ଟର ପାଇଁ ୩ଶହ କୋଟି ଟଙ୍କା ଖର୍ଚ୍ଚ ବ୍ୟୟବରାଦର ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୦କୋଟି ଟଙ୍କା ଅନୁଦାନରେ ବହିର୍ବିଭାଗ ବିଲଡ଼ିଂ ସହ ପାଚେରି ନିର୍ମାଣ ସିପିଡବ୍ଲ୍ୟୁଡି (ସେଣ୍ଟ୍ରାଲ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ) ଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତ ୨୦୨୧ ଜାନୁୟାରୀରେ କାମ ଶେଷ ହେବାକୁ ଥିବାବେଳେ ମହାମାରୀ କରୋନା ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଥିଲା। କାମକୁ ତ୍ୱରାନ୍ବିତ କରାଯାଇ ଗତ ସେପ୍ଟେମ୍ବରରେ ଓପିଡ଼ି ସେବା ଆରମ୍ଭ ହେବାର ନିଷ୍ପତ୍ତି ହୋଇଥିଲା। ଏପର୍ଯ୍ୟନ୍ତ ଏମ୍‌ସ ଓପିଡ଼ି ଉଦ୍‌ଘାଟନରେ ବିଳମ୍ବ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସହର ସେଣ୍ଟ୍ରାଲ ସ୍କୁଲ ଛକ ସ୍ଥିତ ପ୍ରତିରକ୍ଷା କଲୋନୀରେ ଚାଲିଥିବା ଏମ୍‌ସର ଅସ୍ଥାୟୀ ଓପିଡ଼ି ସେବା ବନ୍ଦ ରହିଛି।
ବାଲେଶ୍ୱରର ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ନିର୍ମାଣାଧୀନ ଓପିଡ଼ି (ବହିର୍ବିଭାଗ) କୋଠା କାମ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ବହିର୍ବିଭାଗ ଚିକିତ୍ସା ସେବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ବି ଆସି ରହିଛି। ଅକ୍ସିଜେନ୍‌, ବିଦ୍ୟୁତ ସହିତ ପାଣି ବ୍ୟବସ୍ଥା ବି ସରିଛି। ପାଖାପାଖି ୨୦ଟି ବିଭାଗର ଓପିଡ଼ି ଚିକିତ୍ସା ସେବା ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି ବ୍ୟବସ୍ଥା ହୋଇଛି। ଓପିଡ଼ି କାର୍ଯ୍ୟକ୍ଷମ ହେଲେ ଉତ୍ତରଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଲୋକେ ଚିକିତ୍ସା ପାଇପାରିବେ। ଲୋକଙ୍କୁ ଭୁବନେଶ୍ୱରକୁ ଆଉ ଦୌଡ଼ିବାକୁ ପଡ଼ିବ ନାହଁି। କେବଳ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯିବ।
ନିର୍ମାଣ ଦାୟିତ୍ୱରେ ଥିବା ସରୋଜ କୁମାର ବିଶ୍ୱାଳ କହନ୍ତି, ବିଲ୍‌ଡିଂ କାମ ସମ୍ପୂର୍ଣ୍ଣ ହୋଇଯାଇଛି। ଆଖପାଖରେ କିଛି ଛୋଟ ଛୋଟ କାମ ଥିଲା ତାହା ଏବେ ଶେଷ ହୋଇଯାଇଛି। ଭୁବନେଶ୍ୱର ଏମ୍‌ସ ଓ ସିପିଡବ୍ଲ୍ୟୁଡିକୁ ବିଲ୍‌ଡିଂ ହସ୍ତାନ୍ତର କରିଦିଆଯିବାର ପ୍ରକାଶ କରିଛନ୍ତି।
ସାଟେଲାଇଟ୍‌ ସେଣ୍ଟର କନ୍‌ଷ୍ଟ୍ରକସନ୍‌ ସୁପରଭାଇଜର କମିଟିର ଡା. ସରୋଜ କୁମାର ଦାସମଜୁମଦାର କହନ୍ତି, ଶୀଘ୍ର ଓପିଡ଼ି ସେବା ଯୋଗାଇ ଦେବା ପାଇଁ କାମ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିଲା। ହେଲେ ୬୦ ଡାକ୍ତର ବଦଳରେ ମାତ୍ର ୧୫/୨୦ ଡାକ୍ତର ଆବେଦନ କରିଥିଲେ। ସେଥିରେ ପୁଣି ଆବେଦନ କରିଥିବା ଡାକ୍ତରଙ୍କ ଅଭିଜ୍ଞତା କମ୍‌ ରହିଛି। ତେଣୁ ପୁଣି ଥରେ ବିଜ୍ଞାପନ ଦିଆଯାଇ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତି କରାଯିବ। କରୋନା ପାଇଁ କାମ ବିଳମ୍ବ ହୋଇଛି ସତ। ତେବେ ଆସନ୍ତା ଦୁଇମାସ ଭିତରେ ଓପିଡ଼ି ସେବା ଆରମ୍ଭ କରିବାକୁ ଯୋଜନା କରିଛୁ। ଦ୍ୱିତୀୟ ପର୍ଯ୍ୟାୟରେ ସାଟେଲାଇଟ୍‌ ସେଣ୍ଟର କରାଯାଇ ଏଥିରେ ମଲ୍‌ଟି ସ୍ପେଶାଲିଟି ଡାକ୍ତରଖାନା ପାଇଁ କାମ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?