ସମସ୍ୟା ଘେରରେ ପୋଲସରା ଉପଡାକଘର

ପୋଲସରା,୨୮।୮(ଡି.ଏନ୍‌.ଏ.): ପୋଲସରା ସହରରେ ପ୍ରମୁଖ ଉପଡାକଘର ଭାବେ ମାନ୍ୟତା ପାଇଥିବା ଡାକଘରଟି ଆଜି ବହୁ ସମସ୍ୟା ମଧ୍ୟରେ ଛନ୍ଦି ହୋଇଥିବା ଦେଖିବାକୁ ମିଳିଛି। ପୋଲସରାର ଉଭୟ ବ୍ଲକ ଓ ଏନ୍‌ଏସିର ୨ ଲକ୍ଷରୁ ଊଦ୍ଧର୍‌ବ ଜନସାଧାରଣ ଏହି ବହୁ ପୁରାତନ ଉପଡାକଘର ଉପରେ ନିର୍ଭର କରିଥାନ୍ତି। ଏହାଦ୍ୱାରା ଦଶନ୍ଧି ଦଶନ୍ଧି ଧରି ଜନସାଧାରଣଙ୍କ ସେବାକୁ ପ୍ରାଧାନ୍ୟ ଦିଆଯାଉଥିଲା। ହେଲେ ଆଜିକୁ ପ୍ରାୟ ୭ ବର୍ଷ ଧରି ପୋଲସରାର ଏହି ଉପଡାକଘରେ ସ୍ଥାୟୀ ପୋଷ୍ଟ ମାଷ୍ଟର ଓ ଅଭିଜ୍ଞ କର୍ମଚାରୀ ନାହାନ୍ତି। ଫଳରେ ଦୂରଦୂରାନ୍ତରୁ ଉପଡାକଘର ଉପରେ ନିର୍ଭର କରି ଆସୁଥିବା ବହୁ ଗ୍ରାହକ ଏବଂ ଜମାକାରୀ ନିରାଶ ହେଉଛନ୍ତି। ଏପରି କି ୨୦୧୫ରୁ କମ୍‌ସଂଖ୍ୟକ କର୍ମଚାରୀଙ୍କୁ ନେଇ ଯେନତେନ ପ୍ରକାରେ ପୋଲସରା ପ୍ରମୁଖ ଉପଡାକଘର ଚାଲୁ ରହିଛି। ଯାହା ସରକାରଙ୍କ ଯୋଜନା ସମ୍ପର୍କିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇପାରୁ ନ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗ୍ରାହକ ଓ ଜମାକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରିବାକୁ ନେଇ ପୋଲସରା ଉପଡାକଘରେ ଦକ୍ଷ ଅଭିଜ୍ଞ କର୍ମଠ କର୍ମଚାରୀ ନିଯୁକ୍ତ ଥିଲେ ଏବଂ କିଛିମାତ୍ରାରେ ଜନସାଧାରଣଙ୍କ କାର୍ଯ୍ୟକୁ ସହଜ ଏବଂ ସଫଳ କରିପାରୁଥିଲେ। ସମୟାନୁକ୍ରମେ ସେହି ଦକ୍ଷତାସମ୍ପନ୍ନ କର୍ମଚାରୀଙ୍କୁ ଡେପୁଟେଶନ ମାଧ୍ୟମରେ ସୁମଣ୍ଡଳ ଡାକଘରକୁ ପଠାଗଲା। ଆଉ ତାଙ୍କ ସ୍ଥାନରେ ଛତ୍ରପୁରରୁ ଡେପୁଟେଶନରୁ ଅନ୍ୟ ଜଣେ କର୍ମଚାରୀଙ୍କୁ ଅଣାଗଲା। କିନ୍ତୁ ପ୍ରତ୍ୟେକ ଦିନ ଲୋକଙ୍କ ସମସ୍ୟା ହ୍ରାସ ହେବା ବଦଳରେ ବୃଦ୍ଧି ପାଇବାରେ ଲାଗିଲା। ପୋଲସରା ସହରରେ ଅବସ୍ଥାପିତ ଏହି ପ୍ରମୁଖ ଉପ ଡାକଘରେ ପ୍ରାୟତଃ ୨୧ ହଜାରରୁ ଊଦ୍ଧର୍‌ବ ଗ୍ରାହକ ଏବଂ ଜମାକାରୀଙ୍କ ଖାତା ରହିଛି, ଯାହାକୁ ନେଇ ପ୍ରତ୍ୟେକ ଦିନ ପୋଲସରା ଏନ୍‌ଏସି ଓ ଏହାର ଆଖପାଖ ବିଭିନ୍ନ ପଞ୍ଚାୟତରୁ ବହୁ ମହିଳା ଏବଂ ପୁରୁଷ ଗ୍ରାହକଙ୍କ ଭିଡ଼ ହୋଇଥାଏ। ଗୋଟିଏପଟେ କର୍ମଚାରୀ ଅଭାବ ସାଙ୍ଗକୁ ସ୍ଥାୟୀ ପୋଷ୍ଟ ମାଷ୍ଟର ନ ଥିବାରୁ ସମସ୍ତ କାର୍ଯ୍ୟ ମନ୍ଥର ହେଉଛି। ଆଉ ଏପଟେ ଗ୍ରାହକ ସାମାନ୍ୟ ସେବା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅସହାୟଙ୍କ ପରି ଧାଡ଼ିରେ ଛିଡ଼ା ହେଉଛି। ପୋଲସରା ବ୍ଲକର ମଥୁରା, କଳମ୍ବ, ମଧୁପଲି, ଜକର, ବେଲଗାଁ, ଗୋଛାବାଡି, ପଣ୍ଡିରିପଡ଼ା, ଭାବରଡ଼ା, ବନ୍ଥପଲି, ଚିରିକିପଡା ଶାସନ, ମଧୁପଲ୍ଲୀ, ନିମିନା, ମାଳତେନ୍ତୁଳିଆ, ଆଠଗଡ଼, ବୁଢ଼ାମ୍ବ ଭଳି ୧୫ ମିନି ବ୍ରାଞ୍ଚ୍‌ ରହିଛି। ସେହି ବ୍ରାଞ୍ଚ୍‌ଗୁଡ଼ିକରେ ମଧ୍ୟ ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁ ସରକାରଙ୍କ ପ୍ରାୟ ସେବା କେବଳ କାଗଜକଲମରେ ସୀମିତ ହୋଇ ରହୁଥିବା ଅଭିଯୋଗ ହୋଇଛି। ଗୋଟିଏପଟେ ସରକାର ପୋଷ୍ଟ ଅଫିସ୍‌ରେ ଜନମଙ୍ଗଳ ଯୋଜନାର ଆଧୁନିକତା ଆଣି ଡିଜିଟାଲ ସମ୍ପର୍କିତ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି। ସେପଟେ କିନ୍ତୁ ଡାକଘରେ କର୍ମଚାରୀ ମରୁଡ଼ି ନେଇ ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରେ ରହୁଥିବା ଭଳି ଚିତ୍ର ସାମ୍ନାକୁ ଆସୁଛି। ଏଭଳି ସଙ୍ଗିନ ସ୍ଥିତିକୁ ନେଇ ପୋଲସରା ଉପଡାକଘର ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଥିବା ଶାଖା ପରିଚାଳକ ମନୋଜ କୁମାର ରାହା କୁହନ୍ତି, ପ୍ରମୁଖ ସମସ୍ୟାକୁ ନେଇ ବ୍ରହ୍ମପୁର ମୁଖ୍ୟ ଡାକଘର ଅଧ୍ୟକ୍ଷଙ୍କୁ ବହୁବାର ଅଭିଯୋଗ କରିଛୁ। କିନ୍ତୁ କୌଣସି ସମସ୍ୟା ସୁଧୁରିନି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri