କାରଖାନା ଛାଡୁଛି ବିଷାକ୍ତ ପାଣି: ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ

ଯାଜପୁର ଅଫିସ,୧ା୧୦: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପାରିପାର୍ଶ୍ୱିକ ବାୟୁର ମାନ ମାପିବା ପାଇଁ ସ୍ଥାପିତ ପରୀକ୍ଷଣ ଯନ୍ତ୍ର ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟରିଂ ଷ୍ଟାଟସ (ଏଏକ୍ୟୁଏମ୍‌ଏସ୍‌) ୩ ରୁ ୨ଟି ଅଚଳ ରହିଛି। ଏଥିଯୋଗୁ ବାୟୁ ପ୍ରଦୂଷଣ ତଥ୍ୟ ଲୁଚି ଯାଉଛି। ହେଲେ ଜଳ ପ୍ରଦୂଷଣ ସଂକ୍ରାନ୍ତରେ ଏକ ସମ୍ବେଦନଶୀଳ ତଥ୍ୟ ହସ୍ତଗତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସେଣ୍ଟ୍ରାଲ ଲାବରେଟାରିରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଗଣ୍ଡନାଳା, ଖରସ୍ରୋତା ଓ ବ୍ରାହ୍ମଣୀ ନଦୀର ବିଭିନ୍ନ ସ୍ଥାନରୁ ସଂଗୃହୀତ ନମୁନା ପରୀକ୍ଷା ରିପୋର୍ଟରେ ସର୍ବାଧିକ ୯ ଗୁଣ ଅଧିକ ଫେନୋଲିକ୍‌ କମ୍ପାଉଣ୍ଡ ରହିଛି। ଏଭଳି ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ ସହିତ ଲୋକଙ୍କ ସ୍ବାସ୍ଥ୍ୟହାନି ଘଟି ଏକ ମାରାତ୍ମକ ରୂପ ନେବାରେ ଲାଗିଛି। ନଦୀଜଳ ବିଶୋଧନ ପାଇଁ ସଜାଗ ନ ରହିଲେ ଆଗାମୀ ଦିନରେ ଜଳବାହିତ ରୋଗ ଉଗ୍ରରୂପ ଧାରଣ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ମିଳିଥିବା ରିପୋର୍ଟ ଅନୁସାରେ ଏସ୍‌ପିସିବି ପକ୍ଷରୁ ଗତ ୧୯ା୮ା୨୦୨୧ରେ କଳିଙ୍ଗନଗର ଅଞ୍ଚଳସ୍ଥିତ ବ୍ରାହ୍ମଣୀ, ଖରସ୍ରୋତା ଓ ଗଣ୍ଡାନାଳରୁ ଜଳ ନମୁନା ସଂଗ୍ରହ କରାଯାଇଥିଲା। ଏହି ଜଳ ନମୁନାକୁ ୨୩ା୮ା୨୦୨୧ରୁ ୨୫ା୮ା୨୦୨୧ପର୍ଯ୍ୟନ୍ତ ଏସ୍‌ପିସିବିର ସେଣ୍ଟ୍ରାଲ ଲାବରେଟାରିରେ ପରୀକ୍ଷା କରାଯାଇଥିଲା।

ଉକ୍ତ ରିପୋର୍ଟ ଅନୁସାରେ କଳିଙ୍ଗନଗରର ବିଭିନ୍ନ କାରଖାନାର ବର୍ଜ୍ୟଜଳ ମିଶୁଥିବା ଗଣ୍ଡନାଳାର କୁସୁନପୁରଠାରୁ ସଂଗୃହୀତ ଜଳନମୁନାରେ ଅନୁଜ୍ଞେୟ ସୀମିତ (ପର୍‌ମିସିବୁଲ୍‌ ଲିମିଟ) ୦.୦୦୫ (ମିଲିଗ୍ରାମ/ଲିଟର)ଠାରୁ ୦.୦୪୪ (ମିଲିଗ୍ରାମ/ଲିଟର) ଫେନୋଲିକ୍‌ କମ୍ପାଉଣ୍ଡ ରହିଛି, ଯାହାକି ୮.୮ ଗୁଣ ଅଧିକ। ଏହାବାଦ୍‌ ବ୍ରାହ୍ମଣୀ ନଦୀର କବାଟବନ୍ଧଠାରୁ ସଂଗ୍ରହୀତ ନମୁନାରେ ଲିଟର ପିଛା ୦.୦୨୮ ମିଲିଗ୍ରାମ ଫେନୋଲିକ୍‌, ଖରସ୍ରୋତା ନଦୀର ଟିସ୍କୋ ଇନ୍‌ଟେକ୍‌ ପଏଣ୍ଟରୁ ସଂଗୃହୀତ ଜଳ ନମୁନାରେ ୦.୦୨୫ ଫେନୋଲିକ୍‌, ଗଣ୍ଡନାଳାର ଓଳଳ ଗ୍ରାମ ପାଖରୁ ସଂଗୃହୀତ ଜଳନମୁନାରେ ୦.୦୨୨ ଫେନୋଲିକ୍‌, ଖରସ୍ରୋତା ନଦୀର ଯୋକଡିଆ ବ୍ରିଜ ନିକଟ ସଂଗୃହୀତ ପାଣିରୁ ୦.୦୧୮ ଫେନୋଲିକ୍‌, ଗଣ୍ଡନାଳା ମାର୍ଥାପୁର ଗ୍ରାମ ନିକଟରୁ ସଂଗ୍ରହୀତ ପାଣିରେ ୦.୦୩୧ ମିମି ଫେନୋଲିକ୍‌ ଏବଂ ଖରସ୍ରୋତା ନଦୀର ଖଣ୍ଡତୀର ଗ୍ରାମ ନିକଟରୁ ସଂଗୃହୀତ ଜଳରେ ୦.୧୬ ମିମି ଫେନୋଲିକ୍‌ ବାହାରିଛି। ତେବେ ଗଣ୍ଡନାଳାର କୁସୁନପୁରଠାରେ ଅନୁଜ୍ଞେୟ ସୀମିତଠାରୁ ଅଧିକ ଫେନୋଲିକ୍‌ ରହିଥିବାରୁ ଏସ୍‌ପିସିବି ଚିନ୍ତାବ୍ୟକ୍ତ କରିଛି। ତେବେ ଏସ୍‌ପିସିବିର ଏହି ରିପୋର୍ଟକୁ ଅବଲୋକନ କଲେ କାରଖାନାରୁ ବାହାରକୁ ବର୍ଜ୍ୟଜଳ ଛାଡୁଥିବା ପ୍ରମାଣିତ କରୁଛି। ଏହାବାଦ୍‌ କେତେକ କାରଖାନାର ବର୍ଜ୍ୟଜଳ ଚାଷଜମି ଦେଇ ଗଣ୍ଡନାଳାରେ ମିଶୁଛି। ଅନ୍ୟପକ୍ଷେ କାରଖାନାର ବର୍ଜ୍ୟଜଳ ମିଶୁଥିବା ନଦୀ ତଟବର୍ତ୍ତୀ ଅଞ୍ଚଳରେ ଅନ୍‌ଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ୍‌ ଲଗାଇବାକୁ ପୂର୍ବରୁ ହୋଇଥିବା ନିଷ୍ପତ୍ତି କେବଳ କାଗଜପତ୍ରରେ ସୀମିତ ରହିଛି।
ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଶିଳ୍ପାୟନ ବି ଲୋଡ଼ା। ତେଣୁ ରାଜ୍ୟର ବୃହତ୍ତର ସ୍ବାର୍ଥରେ ଶିଳ୍ପାୟନର ରାସ୍ତାରେ କୌଣସି ବ୍ରେକ୍‌ ଲାଗିବା କଥା ନୁହେଁ। ତେଣୁ ପ୍ରଦୂଷଣ ସମସ୍ୟାକୁ ଆଖିବୁଜି ଦେଲେ ବି ଚଳିବ। ଲୋକେ ଶିଳ୍ପ ବିଷରେ ହନ୍ତସନ୍ତ ହୁଅନ୍ତୁ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ କରି ଶିଳ୍ପପତିଙ୍କ ମନରେ କଷ୍ଟ ଦିଅନାହିଁ ନୀତିରେ ଏସ୍‌ପିସିବି କର୍ତ୍ତୃପକ୍ଷ ଜଳ ପ୍ରଦୂଷଣକୁ ଆଖି ବୁଜି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରୁ ଅଧିକ ଫେନୋଲିକ୍‌ କମ୍ପାଉଣ୍ଡ ରହିଥିବା ଦେଖିବାକୁ ମିଳିଛି। ତେଣୁ କଳିଙ୍ଗନଗର ଶିଳ୍ପାଞ୍ଚଳର କାରଖାନାର ପାଣିରେ ଫେନୋଲିକ୍‌ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇ ପାରୁନାହିଁ। ଏନେଇ ତର୍ଜମା ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri