ଖାଦ୍ୟ ନାଁରେ ବିଷ ବେପାର

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଖାଦ୍ୟ ନାଁରେ ବିଷ ବେପାର ଚାଲିଛି। ଅଧିକ ମୁନାଫା କମାଇବା ଆଶାରେ ଅସାଧୁ ବ୍ୟବସାୟୀମାନେ ଜନସ୍ବାସ୍ଥ୍ୟ ସହ ଭୟଙ୍କର ଖେଳ ଖେଳୁଛନ୍ତି। ଖାଦ୍ୟସାମଗ୍ରୀ ଅପମିଶ୍ରଣ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ଭାବେ ଦେଖାଦେଇଛି। ତେଲ, ଘିଅ, ସସ୍‌ ଓ ବିଭିନ୍ନ ପ୍ରକାର ମସଲାଗୁଣ୍ଡରେ ଅପମିଶ୍ରଣ ବଢ଼ି ଚାଲିଥିବାବେଳେ ଏବେ ସିନ୍ଥେଟିକ୍‌ ପନିର ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଦୋକାନ ବଜାରରେ ମିଳୁଥିବା ସାମଗ୍ରୀକୁ ଗ୍ରାହକମାନେ ଆଖିବୁଜି କ୍ରୟ କରୁଛନ୍ତି। ତେବେ ପ୍ୟାକେଟ୍‌ରେ ଥିବା ଖାଦ୍ୟସାମଗ୍ରୀ କେତେ ସୁରକ୍ଷିତ ତାହା ସମସ୍ତଙ୍କୁ ଅଜଣା। କଟକଠାରୁ ଆରମ୍ଭ କରି ବାଲେଶ୍ୱର ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଖାଦ୍ୟ ଅପମିଶ୍ରଣର ଚୋରା ବେପାର ବଢ଼ିଚାଲିଛି। ଏସବୁ ଉପରେ ଲଗାମ ଲଗାଇବାରେ ପୋଲିସ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ପ୍ରକାର ବିଫଳ ହୋଇଛି। ଖାଦ୍ୟସାମଗ୍ରୀର ନିୟମିତ ଯାଞ୍ଚ ହେଉ ନ ଥିବାରୁ ପରିସ୍ଥିତି ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗିଛି।
ଖାଦ୍ୟସାମଗ୍ରୀ ଭେଜାଲ ରୋକିବାକୁ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)ଗାଇଡ୍‌ଲାଇନ ଜାରି କରିଛନ୍ତି। ନିୟମିତ ଖାଦ୍ୟ ନମୁନା ସଂଗ୍ରହ କରି ସେଗୁଡ଼ିକୁ ଲାବରେଟୋରିରେ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା ରହିଛି। ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରୁ ନମୁନା ସଂଗ୍ରହ କରିବା ସହ ନକଲି ଖାଦ୍ୟସାମଗ୍ରୀ ପ୍ରତି ଜନସଚେତନତା ସୃଷ୍ଟି କରିବାକୁ ଏଫ୍‌ଏସ୍‌ଏସ୍‌ଏଆଇ ମୋବାଇଲ ଲାବରେଟୋରି ବ୍ୟବସ୍ଥା କରିଛନ୍ତି। ଅନ୍ୟ ରାଜ୍ୟ ସମେତ ଓଡ଼ିଶାକୁ ମଧ୍ୟ ଖାଦ୍ୟ ନମୁନା ଯାଞ୍ଚ କରିବାକୁ ମୋବାଇଲ ଲାବରେଟୋରି ଯୋଗାଇ ଦିଆଯାଇଛି। ୨୦୧୮ରୁ ମୋବାଇଲ ଭ୍ୟାନ୍‌ ଜରିଆରେ ଖାଦ୍ୟ ନମୁନା ସଂଗ୍ରହ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି। ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ରାଜ୍ୟରେ ଭେଜାଲ ଖାଦ୍ୟସାମଗ୍ରୀ କାରଖାନା ହୁ ହୁ ବଢ଼ିଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ରେ ୧୯୨୬ଟି ଖାଦ୍ୟସାମଗ୍ରୀ ନମୁନା ସଂଗ୍ରହ କରାଯାଇଥିବା ବେଳେ ୨୦୧୯-୨୦ ବର୍ଷରେ ଏହା ୨୯୦୨କୁ ବୃଦ୍ଧି ପାଇଛି । ଏହି ୨୯୦୨ ଖାଦ୍ୟ ନମୁନା ମଧ୍ୟରୁ ୫୯୬ ଅପମିଶ୍ରିତ ବା ଭେଜାଲ ଜଣାପଡ଼ିଛି। ସରକାରୀ ଭାବେ ଏହା କୁହାଯାଉଥିବା ବେଳେ ଗତ ୪ ବର୍ଷ ମଧ୍ୟରେ ଖାଦ୍ୟ ଅପମିଶ୍ରଣକାରୀଙ୍କ ବିରୋଧରେ ମାତ୍ର ୫୮ ଫୌଜଦାରି ଏବଂ ୧୬୫ ଦଓ୍ବୋନୀ ମକଦ୍ଦମା କରାଯାଇଛି । ଜରିମାନା ବାବଦରେ ୪.୨୪ ଲକ୍ଷ ଟଙ୍କା ଆଦାୟ କରାଯାଇଛି ।
ଗୋଟିଏପଟେ ରାଜ୍ୟରେ ଖାଦ୍ୟସାମଗ୍ରୀ ଅପମିଶ୍ରଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପକ୍ଷରେ ଜାତୀୟ ନିରାପଦ ଖାଦ୍ୟ ସୂଚକାଙ୍କ( ଫୁଡ୍‌ ସେଫ୍ଟି ଇଣ୍ଡେକ୍ସ )ରେ ଓଡ଼ିଶା ୨୦୧୯-୨୦ରେ ୧୩ ସ୍ଥାନ ଉପରକୁ ଉଠିଛି । ୨୦୧୮-୧୯ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୬ ଥିବାବେଳେ ୨୦୧୯-୨୦ରେ ରାଜ୍ୟ ଏବେ ୧୩ ତମ ସ୍ଥାନକୁ ଉନ୍ନୀତ ହୋଇଛି । ବିଭିନ୍ନ ସହର, ଶିଳ୍ପାଞ୍ଚଳ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କେନ୍ଦ୍ରଗୁଡ଼ିକରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ନିରାପଦ ଖାଦ୍ୟ ସାଧାରଣ ସ୍ବାସ୍ଥ୍ୟ ନିମନ୍ତେ ଅଧିକ ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟ ଅପମିଶ୍ରଣ ବିରୁଦ୍ଧ କାର୍ଯ୍ୟକ୍ରମକୁ ଏକ ମୁଖ୍ୟ କାର୍ଯ୍ୟ ଭାବେ ବିଚାର କରିବାକୁ ପୋଲିସ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ପରିଦର୍ଶନ କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ନିମନ୍ତେ ମଧ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନିରାପଦ ଖାଦ୍ୟ ସମ୍ବନ୍ଧିତ ବିଷୟକୁ ପାଠ୍ୟ ଖସଡ଼ାରେ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ପିଲାମାନେ ଖାଦ୍ୟ ଅପମିଶ୍ରଣ ବିଷୟରେ ସଚେତନ ହୋଇପାରିବେ। ଏଥିସହିତ କୃଷି ଓ କୃଷକ ସଶକ୍ତୀକରଣ, ଜଳ ସମ୍ପଦ ବିଭାଗ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥିବା ପରୀକ୍ଷାଗାରରେ ଖାଦ୍ୟ ନମୁନା ପରୀକ୍ଷା ବ୍ୟବସ୍ଥା କରାଯିବ। ଏକ ବୈଷୟିକ କମିଟି ମାଧ୍ୟମରେ ଆବଶ୍ୟକ ସରଞ୍ଜାମ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଇତିମଧ୍ୟରେ ରାଜ୍ୟର ଖାଦ୍ୟ ଯାଞ୍ଚ ପରୀକ୍ଷାଗାର ଭାରତୀୟ ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ କର୍ତ୍ତୃପକ୍ଷଙ୍କ ସ୍ବୀକୃତି ହାସଲ କରିଛି । ଖାଦ୍ୟ ବ୍ୟବସାୟୀମାନଙ୍କର ପଞ୍ଜୀକରଣ ଏବଂ ଲାଇସେନ୍ସ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରାଯାଇଛି । ଏହା ଫଳରେ ଉଭୟ ପଞ୍ଜୀକରଣ ସଂଖ୍ୟା ଓ ରାଜସ୍ବ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ରାଜ୍ୟରେ ମାସକୁ ୨୦୦ରୁ ୩୦୦ ନମୁନା ସଂଗ୍ରହ କରାଯାଇ ସେଗୁଡ଼ିକୁ ପରୀକ୍ଷା କରାଯାଉଛି। ବର୍ଷକୁ ୩ରୁ ୪ ହଜାର ନମୁନା ସଂଗ୍ରହ କରାଯାଉଛି। ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବା ସହ ନମୁନା ସଂଗ୍ରହକୁ ଆହୁରି ତ୍ୱରାନ୍ବିତ କରାଯିବ ବୋଲି ଓଡ଼ିଶା ଫୁଡ୍‌ ସେଫ୍ଟି କମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri