ଖାଦ୍ୟ ନାଁରେ ବିଷ ବେପାର

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଖାଦ୍ୟ ନାଁରେ ବିଷ ବେପାର ଚାଲିଛି। ଅଧିକ ମୁନାଫା କମାଇବା ଆଶାରେ ଅସାଧୁ ବ୍ୟବସାୟୀମାନେ ଜନସ୍ବାସ୍ଥ୍ୟ ସହ ଭୟଙ୍କର ଖେଳ ଖେଳୁଛନ୍ତି। ଖାଦ୍ୟସାମଗ୍ରୀ ଅପମିଶ୍ରଣ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ଭାବେ ଦେଖାଦେଇଛି। ତେଲ, ଘିଅ, ସସ୍‌ ଓ ବିଭିନ୍ନ ପ୍ରକାର ମସଲାଗୁଣ୍ଡରେ ଅପମିଶ୍ରଣ ବଢ଼ି ଚାଲିଥିବାବେଳେ ଏବେ ସିନ୍ଥେଟିକ୍‌ ପନିର ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଦୋକାନ ବଜାରରେ ମିଳୁଥିବା ସାମଗ୍ରୀକୁ ଗ୍ରାହକମାନେ ଆଖିବୁଜି କ୍ରୟ କରୁଛନ୍ତି। ତେବେ ପ୍ୟାକେଟ୍‌ରେ ଥିବା ଖାଦ୍ୟସାମଗ୍ରୀ କେତେ ସୁରକ୍ଷିତ ତାହା ସମସ୍ତଙ୍କୁ ଅଜଣା। କଟକଠାରୁ ଆରମ୍ଭ କରି ବାଲେଶ୍ୱର ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଖାଦ୍ୟ ଅପମିଶ୍ରଣର ଚୋରା ବେପାର ବଢ଼ିଚାଲିଛି। ଏସବୁ ଉପରେ ଲଗାମ ଲଗାଇବାରେ ପୋଲିସ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ପ୍ରକାର ବିଫଳ ହୋଇଛି। ଖାଦ୍ୟସାମଗ୍ରୀର ନିୟମିତ ଯାଞ୍ଚ ହେଉ ନ ଥିବାରୁ ପରିସ୍ଥିତି ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗିଛି।
ଖାଦ୍ୟସାମଗ୍ରୀ ଭେଜାଲ ରୋକିବାକୁ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)ଗାଇଡ୍‌ଲାଇନ ଜାରି କରିଛନ୍ତି। ନିୟମିତ ଖାଦ୍ୟ ନମୁନା ସଂଗ୍ରହ କରି ସେଗୁଡ଼ିକୁ ଲାବରେଟୋରିରେ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା ରହିଛି। ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରୁ ନମୁନା ସଂଗ୍ରହ କରିବା ସହ ନକଲି ଖାଦ୍ୟସାମଗ୍ରୀ ପ୍ରତି ଜନସଚେତନତା ସୃଷ୍ଟି କରିବାକୁ ଏଫ୍‌ଏସ୍‌ଏସ୍‌ଏଆଇ ମୋବାଇଲ ଲାବରେଟୋରି ବ୍ୟବସ୍ଥା କରିଛନ୍ତି। ଅନ୍ୟ ରାଜ୍ୟ ସମେତ ଓଡ଼ିଶାକୁ ମଧ୍ୟ ଖାଦ୍ୟ ନମୁନା ଯାଞ୍ଚ କରିବାକୁ ମୋବାଇଲ ଲାବରେଟୋରି ଯୋଗାଇ ଦିଆଯାଇଛି। ୨୦୧୮ରୁ ମୋବାଇଲ ଭ୍ୟାନ୍‌ ଜରିଆରେ ଖାଦ୍ୟ ନମୁନା ସଂଗ୍ରହ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି। ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ରାଜ୍ୟରେ ଭେଜାଲ ଖାଦ୍ୟସାମଗ୍ରୀ କାରଖାନା ହୁ ହୁ ବଢ଼ିଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ରେ ୧୯୨୬ଟି ଖାଦ୍ୟସାମଗ୍ରୀ ନମୁନା ସଂଗ୍ରହ କରାଯାଇଥିବା ବେଳେ ୨୦୧୯-୨୦ ବର୍ଷରେ ଏହା ୨୯୦୨କୁ ବୃଦ୍ଧି ପାଇଛି । ଏହି ୨୯୦୨ ଖାଦ୍ୟ ନମୁନା ମଧ୍ୟରୁ ୫୯୬ ଅପମିଶ୍ରିତ ବା ଭେଜାଲ ଜଣାପଡ଼ିଛି। ସରକାରୀ ଭାବେ ଏହା କୁହାଯାଉଥିବା ବେଳେ ଗତ ୪ ବର୍ଷ ମଧ୍ୟରେ ଖାଦ୍ୟ ଅପମିଶ୍ରଣକାରୀଙ୍କ ବିରୋଧରେ ମାତ୍ର ୫୮ ଫୌଜଦାରି ଏବଂ ୧୬୫ ଦଓ୍ବୋନୀ ମକଦ୍ଦମା କରାଯାଇଛି । ଜରିମାନା ବାବଦରେ ୪.୨୪ ଲକ୍ଷ ଟଙ୍କା ଆଦାୟ କରାଯାଇଛି ।
ଗୋଟିଏପଟେ ରାଜ୍ୟରେ ଖାଦ୍ୟସାମଗ୍ରୀ ଅପମିଶ୍ରଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପକ୍ଷରେ ଜାତୀୟ ନିରାପଦ ଖାଦ୍ୟ ସୂଚକାଙ୍କ( ଫୁଡ୍‌ ସେଫ୍ଟି ଇଣ୍ଡେକ୍ସ )ରେ ଓଡ଼ିଶା ୨୦୧୯-୨୦ରେ ୧୩ ସ୍ଥାନ ଉପରକୁ ଉଠିଛି । ୨୦୧୮-୧୯ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୬ ଥିବାବେଳେ ୨୦୧୯-୨୦ରେ ରାଜ୍ୟ ଏବେ ୧୩ ତମ ସ୍ଥାନକୁ ଉନ୍ନୀତ ହୋଇଛି । ବିଭିନ୍ନ ସହର, ଶିଳ୍ପାଞ୍ଚଳ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କେନ୍ଦ୍ରଗୁଡ଼ିକରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ନିରାପଦ ଖାଦ୍ୟ ସାଧାରଣ ସ୍ବାସ୍ଥ୍ୟ ନିମନ୍ତେ ଅଧିକ ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟ ଅପମିଶ୍ରଣ ବିରୁଦ୍ଧ କାର୍ଯ୍ୟକ୍ରମକୁ ଏକ ମୁଖ୍ୟ କାର୍ଯ୍ୟ ଭାବେ ବିଚାର କରିବାକୁ ପୋଲିସ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ପରିଦର୍ଶନ କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ନିମନ୍ତେ ମଧ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନିରାପଦ ଖାଦ୍ୟ ସମ୍ବନ୍ଧିତ ବିଷୟକୁ ପାଠ୍ୟ ଖସଡ଼ାରେ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ପିଲାମାନେ ଖାଦ୍ୟ ଅପମିଶ୍ରଣ ବିଷୟରେ ସଚେତନ ହୋଇପାରିବେ। ଏଥିସହିତ କୃଷି ଓ କୃଷକ ସଶକ୍ତୀକରଣ, ଜଳ ସମ୍ପଦ ବିଭାଗ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥିବା ପରୀକ୍ଷାଗାରରେ ଖାଦ୍ୟ ନମୁନା ପରୀକ୍ଷା ବ୍ୟବସ୍ଥା କରାଯିବ। ଏକ ବୈଷୟିକ କମିଟି ମାଧ୍ୟମରେ ଆବଶ୍ୟକ ସରଞ୍ଜାମ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଇତିମଧ୍ୟରେ ରାଜ୍ୟର ଖାଦ୍ୟ ଯାଞ୍ଚ ପରୀକ୍ଷାଗାର ଭାରତୀୟ ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ କର୍ତ୍ତୃପକ୍ଷଙ୍କ ସ୍ବୀକୃତି ହାସଲ କରିଛି । ଖାଦ୍ୟ ବ୍ୟବସାୟୀମାନଙ୍କର ପଞ୍ଜୀକରଣ ଏବଂ ଲାଇସେନ୍ସ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରାଯାଇଛି । ଏହା ଫଳରେ ଉଭୟ ପଞ୍ଜୀକରଣ ସଂଖ୍ୟା ଓ ରାଜସ୍ବ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ରାଜ୍ୟରେ ମାସକୁ ୨୦୦ରୁ ୩୦୦ ନମୁନା ସଂଗ୍ରହ କରାଯାଇ ସେଗୁଡ଼ିକୁ ପରୀକ୍ଷା କରାଯାଉଛି। ବର୍ଷକୁ ୩ରୁ ୪ ହଜାର ନମୁନା ସଂଗ୍ରହ କରାଯାଉଛି। ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବା ସହ ନମୁନା ସଂଗ୍ରହକୁ ଆହୁରି ତ୍ୱରାନ୍ବିତ କରାଯିବ ବୋଲି ଓଡ଼ିଶା ଫୁଡ୍‌ ସେଫ୍ଟି କମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri