Posted inଜାତୀୟ

ରାଜଧାନୀ ପବନରେ ଜହର,୭୫ ପ୍ରତିଶତରୁ ଅଧିକ ଛୋଟପିଲା ହେଉଛନ୍ତି ଶ୍ୱାସରୁଦ୍ଧ…

ନୂଆଦିଲ୍ଲୀ,୧୩।୧୦: ଶୀତ ଆରମ୍ଭ ହେବା ସହିତ ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳର ଗୁଣବତ୍ତାମାନ ପ୍ରତିବର୍ଷ ଖରାପ ହେବାକୁ ଲାଗିଥାଏ। ପବନରେ ଜହର ଯୋଗୁ ରାଜଧାନୀର ୭୫ ପ୍ରତିଶତରୁ ଅଧିକ ପିଲା ଶ୍ୱାସରୁଦ୍ଧ ହେଉଛନ୍ତି। ସେମାନେ ନେବୁଲାଇଜର ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ (ଟିଇଆର୍‌ଆଇ) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଉପରେ ଆଧାରିତ ଏକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି।

୧୪ରୁ ୧୭ ବର୍ଷ ବୟସ୍କ ୪୧୩ ଜଣ ଶିଶୁଙ୍କ ଉପରେ ସ୍ବାସ୍ଥ୍ୟ ସର୍ଭେ କରାଯାଇଥିଲା। ସେଥିମଧ୍ୟରୁ ୭୫.୪ ପ୍ରତିଶତଙ୍କଠାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିଥିବା କହିଛନ୍ତି। ସେହିପରି ୨୪.୨ ପ୍ରତିଶତଙ୍କ ଆଖି ସମସ୍ୟା, ୨୨.୩ ପ୍ରତିଶତଙ୍କୁ ନିୟମିତ ଛିଙ୍କ ହେବା ଅବା ସର୍ଦ୍ଦି ସମସ୍ୟା ଦେଖାଦେଇଛି। ଅପରପକ୍ଷରେ ୨୦.୯ ପ୍ରତିଶତ ଛୋଟପିଲାଙ୍କୁ ସକାଳେ କାଶ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ବାୟୁ ପ୍ରଦୂଷଣ ଯୋଗୁ ପିଲାଙ୍କଠାରେ ଶ୍ୱାସକ୍ରିୟା ଏବଂ ହୃଦରୋଗ ସମସ୍ୟା ବଢ଼ିବାରେ ଲାଗିଛି।

ରାଜଧାନୀ ବାୟୁମଣ୍ଡଳରେ କ୍ୟାଡମିୟମ ଏବଂ ଆର୍ସେନିକର ପରିମାଣ ବୃଦ୍ଧି ପାଉଥିବାରୁ ଲୋକଙ୍କଠାରେ କର୍କଟ, କିଡନୀ ସମସ୍ୟା ଏବଂ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ହୃଦରୋଗର ଆଶଙ୍କା ଅଧିକ ଦେଖାଦେଉଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ୧.୨ ଟ୍ରିଲିୟନ ଡଲାର ଯୋଜନା: ଚାଇନା ହାତରୁ ଛଡ଼ାଇ ଅଣାଯିବ କାରଖାନା…

ନୂଆଦିଲ୍ଲୀ,୩।୧୦ : ଚାଇନା ହାତରୁ ବିଭିନ୍ନ କାରଖାନା ଛଡ଼ାଇ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୧.୨ ଟ୍ରିଲିୟନ ଡଲାର ଯୋଜନା କରାଯାଇଥିବା...

କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ: ଆମ୍ବୁଲାନ୍ସ୍‌ରେ ଘଣ୍ଟା ଘଣ୍ଟା ପଡ଼ି ରହିଲା ମୃତଦେହ

ମିରଟ,୧୨।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣଠାରୁ ଅଧିକ ହୃଦୟ ବିଦାରକ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାରକୁ ନେଇ ଘଟୁଥିବା...

ନିର୍ବାଚନ ଭଣ୍ଡୁର ଲାଗି ଆଇଏସ୍‌ଆଇ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୭।୧(ଆଇଏଏନ୍‌ଏସ୍‌): ପଞ୍ଜାବ ଓ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ଚଳାଇଥିବା ଜଣାପଡ଼ିଛି। ସେଥିପାଇଁ ପଞ୍ଜାବରେ...

ପିଲା ଚୋର କହି ସାଧୁଙ୍କୁ ନିସ୍ତୁକ ପିଟିଲେ…

ମୁମ୍ବାଇ,୧୪।୯ : ମହାରାଷ୍ଟ୍ରରେ ସାଧୁଙ୍କ ଉପରେ ଆକ୍ରମଣର ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂଗଲିର ଏକ ସଦ୍ୟତମ ଘଟଣାରେ ଗ୍ରାମବାସୀମାନେ ଚାରିଜଣ ସାଧୁଙ୍କୁ ପିଲା...

ବିଭାଜନ ନୁହେଁ, ଆମେ ଲୋକଙ୍କୁ କରୁ ଏକଜୁଟ: ମମତା

କୋଲକତା,୨୧।୧୨: ଆମେ ଲୋକଙ୍କୁ ବିଭାଜନ କରୁନାହୁଁ ବରଂ ସେମାନଙ୍କୁ ଏକଜୁଟ କରୁଛୁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କୋଲକାତାରେ ଖ୍ରୀଷ୍ଟମାସ ପୂର୍ବରୁ ଆୟୋଜିତ...

ଚାଇନା ଦଖଲରୁ ଜାଗା କେବେ ଫେରିବ

ହିସୁଆ, ୨୪ା୧୦: ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଲଦାଖରେ ଚାଇନା ଜୋର୍‌ଜବରଦସ୍ତ...

ନମାମି ଗଙ୍ଗେ ପ୍ରକଳ୍ପ: ପ୍ରତିଦିନ ୧୫୧ ନିୟୁତ ଲିଟରରୁ ଅଧିକ ଜଳ ହେବ ଶୋଧନ, ଟଙ୍କାଏରେ ପାଣି ସଂଯୋଗ ସୁବିଧା

ହରିଦ୍ୱାର, ୨୯।୯: ନମାମି ଗଙ୍ଗେ ମିଶନ ପ୍ରକଳ୍ପ ଅର୍ନ୍ତଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରଖଣ୍ଡରେ ୬ ମେଗା ପରିଯୋଜନାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଣେ ମୃତ,୨ ଗୁରୁତର

ହାଇଦ୍ରାବାଦ,୨୬।୧୦: ହାଇଦ୍ରାବାଦର ଚିଲକାଲଗୁଡା ଅଞ୍ଚଳର ଏକ ଘରେ ବୁଧବାର ସକାଳେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିଛି। ଫଳରେ ୫୫ ବର୍ଷିୟ ନାରାୟଣସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କ...

Advertisement
Archives

Model This Week