Posted inଜାତୀୟ

ସମୁଦ୍ର ମନ୍ଥନରୁ ‘ବିଷ’

ନୂଆଦିଲ୍ଲୀ/ଅହମଦାବାଦ,୧୬ା୧୧: ଦେଶର ସୁନାମଧନ୍ୟ ନିଶାଦ୍ରବ୍ୟ ନିରୋଧୀ ଏଜେନ୍ସି ଏନ୍‌ସିବି ଶୁକ୍ରବାର ୭୦୦ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ କରିଛି। ମେଥ୍‌ ବା ମେଥାମ୍ଫେଟାମାଇନ୍‌ ହେଉଛି ମାନସିକ ସ୍ଥିତି, ଚିନ୍ତାଶକ୍ତି ଓ ଧାରଣାକୁ ପ୍ରଭାବିତ କରୁଥିବା ଏକ ନିଷିଦ୍ଧ ଔଷଧ, ଯାହାକି ଡାକ୍ତରଙ୍କ ବିନା ପ୍ରେସ୍କ୍ରିପ୍‌ଶନ୍‌ରେ ବିକ୍ରି କରାଯାଇ ନ ଥାଏ। ଧଳାରଙ୍ଗର ଏହି ରାସାୟନିକ ପାଉଡର ପାଣି ବା ଆଲ୍‌କୋହଲରେ ସହଜରେ ମିଳେଇଯାଇଥାଏ। ଭାରତୀୟ ଜଳପଥରେ ଏକ ଅଣପଞ୍ଜୀକୃତ ଇରାନୀୟ ବୋଟ୍‌ରୁ ଜବତ କରିଥିବା ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧,୭୦୦ କୋଟି ଟଙ୍କା ହେବ ବୋଲି ଏନ୍‌ସିବି ଆକଳନ କରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ ଅନ୍ତର୍ଜାତୀୟ ବଜାରରେ ଜବତ ଡ୍ରଗ୍ସର ମୂଲ୍ୟ ୧,୪୦୦-୩,୫୦୦ କୋଟି ଟଙ୍କା ହେବ।
ବେଳେ ୮ ଇରାନୀୟଙ୍କୁ ଗିରଫ କରାଯାଇଛି। ଏନ୍‌ସିବି ଉପମହାନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂ କହିଛନ୍ତି, ଗୋଇନ୍ଦା ସୂଚନା ଆଧାରରେ ଏଜେନ୍ସି ପକ୍ଷରୁ ‘ସାଗର ମନ୍ଥନ-୪’ ନାମରେ ଏକ ମିଳିତ ଅପରେଶନ୍‌ କରାଯାଇଥିଲା। ଏଥିରେ ଗୁଜରାଟ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ଭାରତୀୟ ନୌସେନା ସାମିଲ ହୋଇଥିଲା। ଗିରଫ ହୋଇଥିବା ୮ ଅଭିଯୁକ୍ତ ବିନା କୌଣସି ଦସ୍ତାବିଜରେ ଡ୍ରଗ୍ସ ନେଇ ଭାରତୀୟ ଜଳପଥର ଇଣ୍ଟରନ୍ୟାନାଲ ମାରିଟାଇମ୍‌ ବାଉଣ୍ଡରି ଲାଇନ୍‌ (ଆଇଏମ୍‌ବିଏଲ୍‌)ରେ ଅନୁପ୍ରବେଶ କରୁଥିଲେ। ବୋଟ୍‌କୁ ପୋରବନ୍ଦରକୁ ଅଣାଯାଇ ଅଭିଯୁକ୍ତମାନଙ୍କୁ ପଚରାଉଚରା ଚାଲିଛି। ଜେରାବେଳେ ସେମାନେ ଇରାନ୍‌ ନାଗରିକ ବୋଲି ସ୍ବୀକାର କରିଛନ୍ତି। ଏହି ଡ୍ରଗ୍ସ କେଉଁଠୁ ଆସିଥିଲା ଏବଂ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନକୁ ଯାଉଥିଲା; ପାକିସ୍ତାନ ସହ ଏହାର ସମ୍ପୃକ୍ତି ରହିଛି କି ଏବଂ ଏଥିରୁ ମିଳିବାକୁ ଥିବା ଅର୍ଥକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ବ୍ୟବହାର କରାଯାଇଥାଆନ୍ତା କି? ଅଧିକାରୀମାନେ ବର୍ତ୍ତମାନ ଏହାର ଉତ୍ତର ଖୋଜିବା ପାଇଁ ତନାଘନା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?