ପୋଖରୀରେ ପଡ଼ିଥିଲା ବିଷ

ଭୁବନେଶ୍ୱର, ୧୧।୩(ବ୍ୟୁରୋ):ବରଗଡ଼ ବନଖଣ୍ଡ ଅଧୀନ ଭଟଲି ରେଞ୍ଜ ଅନ୍ତର୍ଗତ ଦେଉଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ଅନେକ ମାଛ ମରି କୂଳରେ ଲାଗିଥିଲେ। ଏଥିସହ ଅନେକ କଙ୍କଡା ଓ ଚିଙ୍ଗୁଡ଼ି ମଧ୍ୟ ମରି କୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାହା ବିଷକ୍ରିୟାଜନିତ ମୃତ୍ୟୁ କି ନାହିଁ ଜାଣିବା ପାଇଁ ବରଗଡ଼ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ମଲା ମାଛ ଓ ପାଣିର ନମୁନା ଭୁବନେଶ୍ୱର ଓୟୁଏଟିସ୍ଥିତ ସେଣ୍ଟର ଫର ୱାଇଲ୍ଡ ଲାଇଫ୍‌ ହେଲ୍‌ଥକୁ ପରୀକ୍ଷା ପାଇଁ ପଠାଯାଇଥିଲା। ସେହି ନମୁନା ସବୁ ପଜିଟିଭ୍‌ ଆସିଛି। ମାଛ ଓ ପାଣି ନମୁନାରୁ ଅତ୍ୟଧିକ ପରିମାଣର କ୍ଲୋରପାଇରିଫସ ବିଷ ଥିବା ସ୍ପଷ୍ଟ ହୋଇଛି। ଏହି କ୍ଲୋରପାଇରିଫସ ଏକ ଉତ୍କଟ ରାସାୟନିକ କୀଟନାଶକ। ଏହାକୁ ଯେଉଁ ବି ପ୍ରାଣୀ ଖାଇବ ସିଏ ଅଳ୍ପ ସମୟରେ ଛଟପଟ ହୋଇ ମରିବ। ତେଣୁ ଭଟଲିରେ ସେହି ପୋଖରୀର ପାଣି ପିଇ ଅନ୍ୟ କୌଣସି ବନ୍ୟପ୍ରାଣୀ ମରିଥିବେ ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ବରଗଡ଼ ଏସିଏଫ୍‌ ତଦନ୍ତ କଲା ପରେ ପୋଖରୀରେ ବିଷ ମିଶିଥିବା କଥା ପଦାକୁ ଆସିଥିଲା। ହେଲେ ଭଟଲି ରେଞ୍ଜର ଏହି ଘଟଣାକୁ ବାଣ ଫୁଟେଇ ମାଛ ମରା କହି ତଦନ୍ତ କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ବରଗଡ଼ ଡିଏଫ୍‌ଓଙ୍କ କଡ଼ା ଆଦେଶ ଫଳରେ ଗତ ଫେବୃୟାରୀ ୨୬ରେ ସେହି ଦୂଷିତ ପୋଖରୀରୁ ମଲା ମାଛ ଏବଂ ପାଣି ନମୁନା ଓୟୁଏଟିକୁ ପଠାଯାଇଥିଲା। ନମୂନା ପଜିଟିଭ ଆସିବା ପରେ ଭଟଲି ରେଞ୍ଜ କର୍ମଚାରୀଙ୍କ ସତ ଲୁଚେଇବା କଥା ପୁଣି ଥରେ ଧରା ପଡ଼ିଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ରେ ଏହି ଭଟଲି ରେଞ୍ଜର ଏବଂ ତତ୍କାଳୀନ ଡିଏଫ୍‌ଓ ଏକ ମହାବଳ ବାଘର ମୃତ ଦେହ ଜବତ ହେବା ପରେ ତାହାକୁ କଲରାପତରିିଆ ବାଘ ବୋଲି ମିଛ ରିପୋର୍ଟ ଦେଇଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତ ହେବାରୁ ସତ ଧରା ପଡ଼ିଯାଇଥିଲା। ଯଦି ସେତେବେଳେ ତତ୍କାଳୀନ ବରଗଡ଼ ଡିଏଫ୍‌ଓ ଏବଂ ଭଟଲି ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ତେବେ ବରଗଡ଼ରେ ଶିକାରୀମାନେ ମଧ୍ୟ ଶିକାର ପାଇଁ ଭୟ କରିଥାନ୍ତେ ବୋଲି ବନ୍ୟ ପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
କ୍ଲୋରପାଇରିଫସ ଏକ ଭୟଙ୍କର ବିଷ ଯାହାକି ସେହି ପାଣିକୁ ସମ୍ପୂର୍ଣ୍ଣ ଦୂଷିତ କରିଦେଲା। ଆଉ ସେହି ପୋଖରୀରୁ ପାଣି ବ୍ୟବହାର କରାଯାଇ ପାରିବନି ବୋଲି କହିଛନ୍ତି ଏମ୍ସ ଭୁବନେଶ୍ୱରର ଫରେନ୍‌ସିକ ଏବଂ ଟକ୍ସିକୋଲୋଜି ବିଭାଗର ଆଡ଼ିଶନାଲ ପ୍ରଫେସର ଡା. ସୁଦୀପ୍ତ ରଞ୍ଜନ ସିଂହ। ସୁଦୀପ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ପାଣିକୁ ପୁନଶ୍ଚ ବ୍ୟବହାର ଉପଯୋଗୀ କରିବା ପାଇଁ ମଧ୍ୟ କିଛି ରାସାୟନିକ ନାହିଁ। ବରଂ ସମୟ କ୍ରମେ ବିଷର ପ୍ରଭାବ ଧୀରେ ଧୀରେ ନଷ୍ଟ ହେବ। ନିୟମିତ ଅନ୍ତରାଳରେ ସେହି ପୋଖରୀରୁ ପାଣି ନମୁନା ଆଣି ପରୀକ୍ଷା କରିବେ ଏବଂ ଯେତେବେଳେ ନମୁନାରୁ ବିଷ ସାମ୍ପଲ ନେଗେଟିଭ ଆସିବ ତେବେ ଯାଇ ତାହା ବ୍ୟବହାର କରିହେବ। ତାହା ପୂର୍ବରୁ ସେହି ପାଣି ବ୍ୟବହାର ଘାତକ ହେଇପାରେ। ସେହି ପାଣି ପିଇ ଯେଉଁ ଜନ୍ତୁ ମରିଥିବେ ତାଙ୍କୁ ଖାଇଥିବା ପ୍ରାଣୀ ମଧ୍ୟ ବିପଦରେ ପଡ଼ିବେ। ତେଣୁ ସେହି ପାଣିକୁ କୌଣସି ଜୀବଜନ୍ତୁ ବା ମଣିଷ ବର୍ତ୍ତମାନ ପରିସ୍ଥିତିରେ ବ୍ୟବହାର କରିବା ଆଦୌ ଉଚିତ ନୁହେଁ ବୋଲି ଡା. ସୁଦୀପ୍ତ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri