ପୋଖରୀରେ ପଡ଼ିଥିଲା ବିଷ

ଭୁବନେଶ୍ୱର, ୧୧।୩(ବ୍ୟୁରୋ):ବରଗଡ଼ ବନଖଣ୍ଡ ଅଧୀନ ଭଟଲି ରେଞ୍ଜ ଅନ୍ତର୍ଗତ ଦେଉଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ଅନେକ ମାଛ ମରି କୂଳରେ ଲାଗିଥିଲେ। ଏଥିସହ ଅନେକ କଙ୍କଡା ଓ ଚିଙ୍ଗୁଡ଼ି ମଧ୍ୟ ମରି କୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାହା ବିଷକ୍ରିୟାଜନିତ ମୃତ୍ୟୁ କି ନାହିଁ ଜାଣିବା ପାଇଁ ବରଗଡ଼ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ମଲା ମାଛ ଓ ପାଣିର ନମୁନା ଭୁବନେଶ୍ୱର ଓୟୁଏଟିସ୍ଥିତ ସେଣ୍ଟର ଫର ୱାଇଲ୍ଡ ଲାଇଫ୍‌ ହେଲ୍‌ଥକୁ ପରୀକ୍ଷା ପାଇଁ ପଠାଯାଇଥିଲା। ସେହି ନମୁନା ସବୁ ପଜିଟିଭ୍‌ ଆସିଛି। ମାଛ ଓ ପାଣି ନମୁନାରୁ ଅତ୍ୟଧିକ ପରିମାଣର କ୍ଲୋରପାଇରିଫସ ବିଷ ଥିବା ସ୍ପଷ୍ଟ ହୋଇଛି। ଏହି କ୍ଲୋରପାଇରିଫସ ଏକ ଉତ୍କଟ ରାସାୟନିକ କୀଟନାଶକ। ଏହାକୁ ଯେଉଁ ବି ପ୍ରାଣୀ ଖାଇବ ସିଏ ଅଳ୍ପ ସମୟରେ ଛଟପଟ ହୋଇ ମରିବ। ତେଣୁ ଭଟଲିରେ ସେହି ପୋଖରୀର ପାଣି ପିଇ ଅନ୍ୟ କୌଣସି ବନ୍ୟପ୍ରାଣୀ ମରିଥିବେ ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ବରଗଡ଼ ଏସିଏଫ୍‌ ତଦନ୍ତ କଲା ପରେ ପୋଖରୀରେ ବିଷ ମିଶିଥିବା କଥା ପଦାକୁ ଆସିଥିଲା। ହେଲେ ଭଟଲି ରେଞ୍ଜର ଏହି ଘଟଣାକୁ ବାଣ ଫୁଟେଇ ମାଛ ମରା କହି ତଦନ୍ତ କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ବରଗଡ଼ ଡିଏଫ୍‌ଓଙ୍କ କଡ଼ା ଆଦେଶ ଫଳରେ ଗତ ଫେବୃୟାରୀ ୨୬ରେ ସେହି ଦୂଷିତ ପୋଖରୀରୁ ମଲା ମାଛ ଏବଂ ପାଣି ନମୁନା ଓୟୁଏଟିକୁ ପଠାଯାଇଥିଲା। ନମୂନା ପଜିଟିଭ ଆସିବା ପରେ ଭଟଲି ରେଞ୍ଜ କର୍ମଚାରୀଙ୍କ ସତ ଲୁଚେଇବା କଥା ପୁଣି ଥରେ ଧରା ପଡ଼ିଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ରେ ଏହି ଭଟଲି ରେଞ୍ଜର ଏବଂ ତତ୍କାଳୀନ ଡିଏଫ୍‌ଓ ଏକ ମହାବଳ ବାଘର ମୃତ ଦେହ ଜବତ ହେବା ପରେ ତାହାକୁ କଲରାପତରିିଆ ବାଘ ବୋଲି ମିଛ ରିପୋର୍ଟ ଦେଇଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତ ହେବାରୁ ସତ ଧରା ପଡ଼ିଯାଇଥିଲା। ଯଦି ସେତେବେଳେ ତତ୍କାଳୀନ ବରଗଡ଼ ଡିଏଫ୍‌ଓ ଏବଂ ଭଟଲି ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ତେବେ ବରଗଡ଼ରେ ଶିକାରୀମାନେ ମଧ୍ୟ ଶିକାର ପାଇଁ ଭୟ କରିଥାନ୍ତେ ବୋଲି ବନ୍ୟ ପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
କ୍ଲୋରପାଇରିଫସ ଏକ ଭୟଙ୍କର ବିଷ ଯାହାକି ସେହି ପାଣିକୁ ସମ୍ପୂର୍ଣ୍ଣ ଦୂଷିତ କରିଦେଲା। ଆଉ ସେହି ପୋଖରୀରୁ ପାଣି ବ୍ୟବହାର କରାଯାଇ ପାରିବନି ବୋଲି କହିଛନ୍ତି ଏମ୍ସ ଭୁବନେଶ୍ୱରର ଫରେନ୍‌ସିକ ଏବଂ ଟକ୍ସିକୋଲୋଜି ବିଭାଗର ଆଡ଼ିଶନାଲ ପ୍ରଫେସର ଡା. ସୁଦୀପ୍ତ ରଞ୍ଜନ ସିଂହ। ସୁଦୀପ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ପାଣିକୁ ପୁନଶ୍ଚ ବ୍ୟବହାର ଉପଯୋଗୀ କରିବା ପାଇଁ ମଧ୍ୟ କିଛି ରାସାୟନିକ ନାହିଁ। ବରଂ ସମୟ କ୍ରମେ ବିଷର ପ୍ରଭାବ ଧୀରେ ଧୀରେ ନଷ୍ଟ ହେବ। ନିୟମିତ ଅନ୍ତରାଳରେ ସେହି ପୋଖରୀରୁ ପାଣି ନମୁନା ଆଣି ପରୀକ୍ଷା କରିବେ ଏବଂ ଯେତେବେଳେ ନମୁନାରୁ ବିଷ ସାମ୍ପଲ ନେଗେଟିଭ ଆସିବ ତେବେ ଯାଇ ତାହା ବ୍ୟବହାର କରିହେବ। ତାହା ପୂର୍ବରୁ ସେହି ପାଣି ବ୍ୟବହାର ଘାତକ ହେଇପାରେ। ସେହି ପାଣି ପିଇ ଯେଉଁ ଜନ୍ତୁ ମରିଥିବେ ତାଙ୍କୁ ଖାଇଥିବା ପ୍ରାଣୀ ମଧ୍ୟ ବିପଦରେ ପଡ଼ିବେ। ତେଣୁ ସେହି ପାଣିକୁ କୌଣସି ଜୀବଜନ୍ତୁ ବା ମଣିଷ ବର୍ତ୍ତମାନ ପରିସ୍ଥିତିରେ ବ୍ୟବହାର କରିବା ଆଦୌ ଉଚିତ ନୁହେଁ ବୋଲି ଡା. ସୁଦୀପ୍ତ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri