ପଏଣ୍ଟନେମୋ

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ଶ୍ରେଷ୍ଠ ଜୀବ ମଣିଷ ନିଜ ଆବଶ୍ୟକତା ଅନୁସାରେ ଗବେଷଣା ଓ ନବଭାବର ପ୍ରବର୍ତ୍ତନ କରିଥାଏ। ଜିଜ୍ଞାସୁ ମଣିଷ କେତେବେଳେ ପୃଥିବୀକୁ ଖୋଳି ଧରାବକ୍ଷରେ ଗବେଷଣା କଲାଣି ତ କେତେବେଳେ ଅନନ୍ତ ମହାକାଶର ଶୂନ୍ୟ ଗୁରୁତ୍ୱାକର୍ଷଣ କ୍ଷେତ୍ରରେ ନିଜର ପରୀକ୍ଷାଗାର ନିର୍ମାଣ କଲାଣି। କେତେବେଳେ ମଙ୍ଗଳଗ୍ରହରେ ହେଲିକପ୍ଟର ଉଡ଼ାଇବା ପାଇଁ ପ୍ରଚେଷ୍ଟା କଲାଣି ତ କେତେବେଳେ ସେ ଚନ୍ଦ୍ରରେ ପାଣି ଖୋଜିବା ପାଇଁ ଚନ୍ଦ୍ରଯାନକୁ ମହାକାଶ ପଠାଇଲାଣି। ଦୂରଦର୍ଶନ ଦେଖିବାଠାରୁ ଆରମ୍ଭକରି ମୋବାଇଲ, ଜି.ପି.ଏସ. ଚଳାଇବା ଓ ଇଣ୍ଟରନେଟ ସିଗ୍‌ନାଲ ପାଇଁ ବୈଜ୍ଞାନିକମାନେ ଅପ୍ରାକୃତିକ ଉପଗ୍ରହ ତିଆରି କରି ମହାକାଶକୁ ପଠାଇଥାଏ, ଯାହା ପୃଥିବୀ ଚାରିପଟେ ଅନବରତ ପ୍ରଦକ୍ଷିଣ କରୁଥାଏ। ଅନନ୍ତଅବୋଧ୍ୟ ଅନ୍ତରୀକ୍ଷ ବିଷୟରେ ଅଧିକ ଅନ୍ବେଷଣ କରିବା ପାଇଁ ବିଜ୍ଞାନୀମଣିଷ ମହାକାଶର ଶୂନ୍ୟ ଗୁରୁତ୍ୱାକର୍ଷଣ କ୍ଷେତ୍ରରେ ନିର୍ମାଣ କରିଛି ଆନ୍ତର୍ଜାତିକ ମହାକାଶକେନ୍ଦ୍ର, ଯାହା ପୃଥିବୀର ନିମ୍ନତର କକ୍ଷରେ ଅନବରତ ପରିକ୍ରମଣ କରିବା ସଙ୍ଗେ ସଙ୍ଗେ ଶିଳ୍ପଶାଳା, ପର୍ଯ୍ୟବେକ୍ଷାଣାଗାର ଓ ପରୀକ୍ଷାଗାର ଭାବେ କାର୍ଯ୍ୟ କରିଥାଏ। କିନ୍ତୁ ସେହି କୃତ୍ରିମ ଉପଗ୍ରହଗୁଡ଼ିକର ଉପଯୋଗିତା ସରିଲାପରେ ମହାକାଶରେ ସେମାନେ ଅଳିଆ ଆବର୍ଜନାଭାବେ ପଡ଼ିରହି ପ୍ରଦୂଷଣ ବଢ଼ାଉଛନ୍ତି। ଯଦି ସେମାନଙ୍କୁ ଯଥାସମୟରେ କକ୍ଷପଥରୁ ବିଚ୍ୟୁତ ନ କରାଯାଏ ତାହାହେଲେ ସେମାନେ କାର୍ଯ୍ୟକ୍ଷମ ଓ ନିୟୁତଡଲାର ମୂଲ୍ୟରେ ତିଆରି ସକ୍ରିୟ ଉପଗ୍ରହଗୁଡ଼ିକର ଗତିପଥରେ ବାଧାସୃଷ୍ଟି କରି ସଂଚାର ଯୋଗାଯୋଗରେ ବ୍ୟାଘାତ ସୃଷ୍ଟି କରିପାରନ୍ତି। ବର୍ତ୍ତମାନ ମହାକାଶରେ ପ୍ରାୟ ୪୫୦୦ ସକ୍ରିୟ କୃତ୍ରିମ ଉପଗ୍ରହ ପୃଥିବୀ ଚାରିପଟେ ପ୍ରଦକ୍ଷିଣ କରୁଥିଲାବେଳେ ୧୨,୦୦୦ କିମ୍ବା ତତୋଧିକ ନିଷ୍କ୍ରିୟ ଅପ୍ରାକୃତିକ ଉପଗ୍ରହ ମଣିଷର କୌଣସି କାର୍ଯ୍ୟରେ ନ ଆସି କେବଳ ଅନ୍ତରୀକ୍ଷରେ ଅଳିଆ ବଢା଼ଉଛନ୍ତି। ବୈଜ୍ଞାନିକମାନେ ଅକାମୀ ଅନୁପଯୋଗୀ କୃତ୍ରିମ ଉପଗ୍ରହଗୁଡ଼ିକ ପାଇଁ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ‘ପଏଣ୍ଟନେମୋ’ ନାମରେ ଖ୍ୟାତ ଏପରି ଏକ ନିରପେକ୍ଷ ଦୁର୍ଗମ ସଲିଳ ସମାଧିସ୍ଥଳ ଖୋଜିଛନ୍ତି, ଯାହାମଧ୍ୟରୁ ଉପଗ୍ରହଗୁଡ଼ିକର ଭଙ୍ଗାରୁଜା ଅଂଶବିଶେଷକୁ ପୁନରୁଦ୍ଧାର କରାଯାଇପାରିବ ନାହିଁ କିମ୍ବା କୌଣସି ଲୋକ ସେଠି ପହଞ୍ଚିପାରିବେ ନାହିଁ। ପୃଥିବୀର ସବୁଠୁ ନିର୍ଜନ ସ୍ଥାନ ‘ପଏଣ୍ଟନେମୋ’ ତିନୋଟି ସ୍ଥଳଭାଗରୁ ପ୍ରାୟ ୨୬୮୮ କିଲୋମିଟର ସମଦୂରବର୍ତ୍ତୀ ସ୍ଥାନରେ ଅବସ୍ଥିତ। ଏହାର ଉତ୍ତରରେ ପିଟକାଏରନ ଦ୍ବୀପପୁଞ୍ଜର ଡ୍ୟୁସିଏଦ୍ବୀପ, ଉତ୍ତରପୂର୍ବରେ ଇଷ୍ଟର ଦ୍ବୀପପୁଞ୍ଜର ମୋଟୁନୁଇ ଦ୍ବୀପ ଓ ଦକ୍ଷିଣରେ ଆଣ୍ଟାର୍କଟିକାର ମେହର ଦ୍ବୀପ ଅବସ୍ଥିତ। ୧୯୯୨ ମସିହାରେ କ୍ରୋଏସିଆର ସର୍ବେକ୍ଷଣ ଯନ୍ତ୍ରୀ ହରଭୋଜେଲୁ କାଟେଲାଜି ଓ ସ୍ପାଟିଆଲ କମ୍ପ୍ୟୁଟର ପ୍ରୋଗ୍ରାମ ମାଧ୍ୟମରେ ଏହାକୁ ଆବିଷ୍କାର କରିଥିଲେ ଓ ଏହାର ନାମକରଣ ଫ୍ରେଞ୍ଚ ଔପନ୍ୟାସିକ ଜୁଲସବରନେଙ୍କ ଉପନ୍ୟାସ ‘ସମୁଦ୍ରତଳେ ୨୦,୦୦୦ ଲିଗ’ର ନାୟକ ଓ ଡାଇଭିଂ କ୍ୟାପଟେନ ନେମୋଙ୍କ ନାମାନୁସାରେ ରଖାଯାଇଛି। ଲାଟିନ ଭାଷାରେ ‘ନେମୋ’ର ଅର୍ଥ ହେଉଛି କେହିନୁହଁ, ଅର୍ଥାତ କୌଣସି ଲୋକ ବିଶ୍ୱର ଏହି ନିକାଞ୍ଚନ ଜାଗାରେ ପହଞ୍ଚିପାରିବେ ନାହିଁ। ଏହି ଅଗମ୍ୟ କବର ସ୍ଥାନ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ୪୮ ଡିଗ୍ରୀ ୫୨.୬ମିନିଟ ଦକ୍ଷିଣ ଅକ୍ଷାଂଶରେଖା ଓ ୧୨୩ ଡିଗ୍ରୀ ୨୩.୬ ମିନିଟ ପଶ୍ଚିମ ଦ୍ରାଘିମାରେଖା ମଧ୍ୟରେ ଅବସ୍ଥିତ। ପଏଣ୍ଟନେମୋର ୨୨ନିୟୁତରୁ ଅଧିକ ବର୍ଗ କ୍ଷେତ୍ରଫଳ ଅଞ୍ଚଳରେ କେହି ଲୋକ ବାସ କରନ୍ତିନାହିଁ। ଏହାର ସବୁଠୁ ନିକଟରେ ବାସ କରୁଥିବା ଲୋକ ହେଉଛନ୍ତି ପୃଥିବୀର ୪୦୦କିମି ଉପରେ ପ୍ରଦକ୍ଷିଣ କରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରା ଆଇ.ଏସ.ଏସ.। ୧୯୭୧ରୁ ୨୦୨୦ ମଧ୍ୟରେ ପ୍ରାୟ ୨୬୦ରୁ ଅଧିକ ମହାକାଶ ଯାନକୁ ସେଠାରେ ସଲିଳ ସମାଧି ଦିଆସାରିଲାଣି। ତନ୍ମଧ୍ୟରୁ ଦୁଇଟି ହେଲା ଅବ୍ୟବହାର୍ଯ୍ୟ ଓ ଅକାମୀ ରୁଷୀୟ ମହାକାଶ କେନ୍ଦ୍ର ମୀର ଓ ଚୀନା ମହାକାଶ କେନ୍ଦ୍ର ଟିଆନଗଙ୍ଗ (୧ )। ରୁଷୀୟ ମହାକାଶ କେନ୍ଦ୍ର ମୀର ୨୦ ଫେବୃୟାରୀ ୧୯୮୬ ତାରିଖରେ ନିକ୍ଷେପ କରାଯାଇଥିଲା। ଏହାର ପ୍ରାୟ ପନ୍ଦର ବର୍ଷ ଜୀବନ ମଧ୍ୟରୁ ସାବୋରବର୍ଷ ମହାକାଶଚାରୀମାନଙ୍କ ଦ୍ୱାରା ବାସୋପଯୋଗୀ ରହିଲା ପରେ ୨୩ମାର୍ଚ୍ଚ ୨୦୦୧ ତାରିଖରେ ଦକ୍ଷିଣ ପ୍ରଶାନ୍ତ ମହାସାଗରର ‘ପଏଣ୍ଟନେମୋ’ର ୯୩୦ ମାଇଲ୍‌ ବ୍ୟାପ୍ତ ଅଞ୍ଚଳରେ ରିମୋଟ ସାହାଯ୍ୟରେ ସଲିଳ ସମାଧି ଦିଆଯାଇଥିଲା। ମୀର ହେଉଛି ବିଶ୍ୱର ପ୍ରଥମ ବୃହତ୍ତମ ମୋଡୁଲାର ମହାକାଶ କେନ୍ଦ୍ର, ଯାହାକୁ ୧୯୮୬ରୁ ୧୯୯୬ ମସିହା ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ସମାବେଶ କରାଯାଇଥିଲା। ଏହାର ଓଜନ ପ୍ରାୟ ୧୨୯,୭୦୦ କିଲୋଗ୍ରାମ ହୋଇଥିଲା ବେଳେ ଏହାର ଲମ୍ବା ପ୍ରାୟ ୧୯ମିଟର, ଚଉଡ଼ା ୩୧ମିଟର ଓ ଉଚ୍ଚତା୨୭ ମିଟର। ଏହା ମହାକାଶରେ ପ୍ରାୟ ୪୫୯୨ ଦିନରେ ୮୬୩୩୧ ଥର ପ୍ରଦକ୍ଷିଣ କରିଥିଲା।
ରୁଷୀୟ ମହାକାଶଚାରୀ ଭାଲେରୀପଲିଏକୋଭ ୧୯୯୪ ଓ ୧୯୯୫ ମଧ୍ୟରେ ମହାକାଶଯାତ୍ରା କରି ୪୩୭ ଦିନ ୧୮ଘଣ୍ଟାର ହିଁ ବିଶ୍ୱରେ ବିରଳ ରେକର୍ଡ ସୃଷ୍ଟିକରିଥିଲେ। ସେହିପରି ଚାଇନା ମହାକାଶ କେନ୍ଦ୍ର ଟିଆନଗଙ୍ଗ-୧ ମହାକାଶକେନ୍ଦ୍ର ୨୯ ସେପ୍ଟେମ୍ବର ୨୦୧୧ ମସିହାରେ ନିକ୍ଷେପ କରାଯାଇଥିଲା। ପ୍ରାୟ ପାଞ୍ଚ ବର୍ଷ ସକ୍ରିୟ ରହିଲା ପରେ ୨ ଏପ୍ରିଲ ୨୦୧୮ ତାରିଖରେ ପଏଣ୍ଟନେମୋରେ ରିମୋଟ ସାହାଯ୍ୟରେ ସଲିଳ ସମାଧି ଦିଆଯାଇଥିଲା। ମାଣ୍ଡାରିନ ଭାଷାରେ ଟିଆନଗଙ୍ଗର ଅର୍ଥ ହେଉଛି ସ୍ବର୍ଗର ରାଜପ୍ରାସାଦ। ଏହି ମହାକାଶଯାନରେ ଚାଇନା ଦେଶର ପ୍ରଥମ ମହିଳା ମହାକାଶଚାରୀ ଲିଉୟାଙ୍ଗ ୧୬ ଜୁନ ୨୦୧୨ତାରିଖରେ ଶେନଝୋଉ-୯ ମହାକାଶଯାନରେ ଯାତ୍ରା କରି ମହାକାଶରେ ୧୩ ଦିନ ରହି ଫେରିଥିଲେ। ସେହିପରି ଚାଇନା ଦେଶର ଦ୍ୱିତୀୟ ମହିଳା ମହାକାଶଚାରୀ କଲୋନେଲ ୱାଙ୍ଗୟାପିଙ୍ଗଶେନ ଝୋଉ -୧୦ ମହାକାଶଯାନ ସାହାଯ୍ୟରେ ଯାତ୍ରା କରି ଟିଆନଗଙ୍ଗ ମହାକାଶକେନ୍ଦ୍ରରେ ପନ୍ଦର ଦିନ ରହି ଫେରିଥିଲେ। ଯେପରି ପୃଥିବୀରେ ଅଳିଆ ଆବର୍ଜନା ବଢ଼ିଲେ ପ୍ରଦୂଷଣ ବଢ଼ି ବିଭିନ୍ନ ରୋଗ ସୃଷ୍ଟି ହେବାର ସମ୍ଭାବନା ଥାଏ, ସେହିପରି ସ୍ବର୍ଗରେ କୃତ୍ରିମ ଅକାମୀ ବର୍ଜ୍ୟବସ୍ତୁ ବୃଦ୍ଧି ଦ୍ୱାରା ଅଳିଆ ବିକମନୀୟ ମହାକାଶର ମହାଜାଗତିକ ସନ୍ତୁଳନରେ ବ୍ୟାଘାତ ଘଟାଇବା ଓ ସେଥିଯୋଗୁ ବିଭିନ୍ନ ବିପର୍ଯ୍ୟୟ ଦେଖାଦେବାର ସମ୍ଭାବନା ବୃଦ୍ଧିପାଉଛି।

ଡ. ଶୈଳେନ୍ଦ୍ର ନାରାୟଣ ସ୍ବାଇଁ

– ଅଧ୍ୟାପକ, ରସାୟନ ବିଭାଗ, ସରକାରୀ ମହିଳା କନିଷ୍ଠ
ମହାବିଦ୍ୟାଳୟ, ସୁନ୍ଦରଗଡ଼
ମୋ : ୯୯୩୮୭୮୩୦୫୧

 


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri