ପଏଣ୍ଟନେମୋ

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ଶ୍ରେଷ୍ଠ ଜୀବ ମଣିଷ ନିଜ ଆବଶ୍ୟକତା ଅନୁସାରେ ଗବେଷଣା ଓ ନବଭାବର ପ୍ରବର୍ତ୍ତନ କରିଥାଏ। ଜିଜ୍ଞାସୁ ମଣିଷ କେତେବେଳେ ପୃଥିବୀକୁ ଖୋଳି ଧରାବକ୍ଷରେ ଗବେଷଣା କଲାଣି ତ କେତେବେଳେ ଅନନ୍ତ ମହାକାଶର ଶୂନ୍ୟ ଗୁରୁତ୍ୱାକର୍ଷଣ କ୍ଷେତ୍ରରେ ନିଜର ପରୀକ୍ଷାଗାର ନିର୍ମାଣ କଲାଣି। କେତେବେଳେ ମଙ୍ଗଳଗ୍ରହରେ ହେଲିକପ୍ଟର ଉଡ଼ାଇବା ପାଇଁ ପ୍ରଚେଷ୍ଟା କଲାଣି ତ କେତେବେଳେ ସେ ଚନ୍ଦ୍ରରେ ପାଣି ଖୋଜିବା ପାଇଁ ଚନ୍ଦ୍ରଯାନକୁ ମହାକାଶ ପଠାଇଲାଣି। ଦୂରଦର୍ଶନ ଦେଖିବାଠାରୁ ଆରମ୍ଭକରି ମୋବାଇଲ, ଜି.ପି.ଏସ. ଚଳାଇବା ଓ ଇଣ୍ଟରନେଟ ସିଗ୍‌ନାଲ ପାଇଁ ବୈଜ୍ଞାନିକମାନେ ଅପ୍ରାକୃତିକ ଉପଗ୍ରହ ତିଆରି କରି ମହାକାଶକୁ ପଠାଇଥାଏ, ଯାହା ପୃଥିବୀ ଚାରିପଟେ ଅନବରତ ପ୍ରଦକ୍ଷିଣ କରୁଥାଏ। ଅନନ୍ତଅବୋଧ୍ୟ ଅନ୍ତରୀକ୍ଷ ବିଷୟରେ ଅଧିକ ଅନ୍ବେଷଣ କରିବା ପାଇଁ ବିଜ୍ଞାନୀମଣିଷ ମହାକାଶର ଶୂନ୍ୟ ଗୁରୁତ୍ୱାକର୍ଷଣ କ୍ଷେତ୍ରରେ ନିର୍ମାଣ କରିଛି ଆନ୍ତର୍ଜାତିକ ମହାକାଶକେନ୍ଦ୍ର, ଯାହା ପୃଥିବୀର ନିମ୍ନତର କକ୍ଷରେ ଅନବରତ ପରିକ୍ରମଣ କରିବା ସଙ୍ଗେ ସଙ୍ଗେ ଶିଳ୍ପଶାଳା, ପର୍ଯ୍ୟବେକ୍ଷାଣାଗାର ଓ ପରୀକ୍ଷାଗାର ଭାବେ କାର୍ଯ୍ୟ କରିଥାଏ। କିନ୍ତୁ ସେହି କୃତ୍ରିମ ଉପଗ୍ରହଗୁଡ଼ିକର ଉପଯୋଗିତା ସରିଲାପରେ ମହାକାଶରେ ସେମାନେ ଅଳିଆ ଆବର୍ଜନାଭାବେ ପଡ଼ିରହି ପ୍ରଦୂଷଣ ବଢ଼ାଉଛନ୍ତି। ଯଦି ସେମାନଙ୍କୁ ଯଥାସମୟରେ କକ୍ଷପଥରୁ ବିଚ୍ୟୁତ ନ କରାଯାଏ ତାହାହେଲେ ସେମାନେ କାର୍ଯ୍ୟକ୍ଷମ ଓ ନିୟୁତଡଲାର ମୂଲ୍ୟରେ ତିଆରି ସକ୍ରିୟ ଉପଗ୍ରହଗୁଡ଼ିକର ଗତିପଥରେ ବାଧାସୃଷ୍ଟି କରି ସଂଚାର ଯୋଗାଯୋଗରେ ବ୍ୟାଘାତ ସୃଷ୍ଟି କରିପାରନ୍ତି। ବର୍ତ୍ତମାନ ମହାକାଶରେ ପ୍ରାୟ ୪୫୦୦ ସକ୍ରିୟ କୃତ୍ରିମ ଉପଗ୍ରହ ପୃଥିବୀ ଚାରିପଟେ ପ୍ରଦକ୍ଷିଣ କରୁଥିଲାବେଳେ ୧୨,୦୦୦ କିମ୍ବା ତତୋଧିକ ନିଷ୍କ୍ରିୟ ଅପ୍ରାକୃତିକ ଉପଗ୍ରହ ମଣିଷର କୌଣସି କାର୍ଯ୍ୟରେ ନ ଆସି କେବଳ ଅନ୍ତରୀକ୍ଷରେ ଅଳିଆ ବଢା଼ଉଛନ୍ତି। ବୈଜ୍ଞାନିକମାନେ ଅକାମୀ ଅନୁପଯୋଗୀ କୃତ୍ରିମ ଉପଗ୍ରହଗୁଡ଼ିକ ପାଇଁ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ‘ପଏଣ୍ଟନେମୋ’ ନାମରେ ଖ୍ୟାତ ଏପରି ଏକ ନିରପେକ୍ଷ ଦୁର୍ଗମ ସଲିଳ ସମାଧିସ୍ଥଳ ଖୋଜିଛନ୍ତି, ଯାହାମଧ୍ୟରୁ ଉପଗ୍ରହଗୁଡ଼ିକର ଭଙ୍ଗାରୁଜା ଅଂଶବିଶେଷକୁ ପୁନରୁଦ୍ଧାର କରାଯାଇପାରିବ ନାହିଁ କିମ୍ବା କୌଣସି ଲୋକ ସେଠି ପହଞ୍ଚିପାରିବେ ନାହିଁ। ପୃଥିବୀର ସବୁଠୁ ନିର୍ଜନ ସ୍ଥାନ ‘ପଏଣ୍ଟନେମୋ’ ତିନୋଟି ସ୍ଥଳଭାଗରୁ ପ୍ରାୟ ୨୬୮୮ କିଲୋମିଟର ସମଦୂରବର୍ତ୍ତୀ ସ୍ଥାନରେ ଅବସ୍ଥିତ। ଏହାର ଉତ୍ତରରେ ପିଟକାଏରନ ଦ୍ବୀପପୁଞ୍ଜର ଡ୍ୟୁସିଏଦ୍ବୀପ, ଉତ୍ତରପୂର୍ବରେ ଇଷ୍ଟର ଦ୍ବୀପପୁଞ୍ଜର ମୋଟୁନୁଇ ଦ୍ବୀପ ଓ ଦକ୍ଷିଣରେ ଆଣ୍ଟାର୍କଟିକାର ମେହର ଦ୍ବୀପ ଅବସ୍ଥିତ। ୧୯୯୨ ମସିହାରେ କ୍ରୋଏସିଆର ସର୍ବେକ୍ଷଣ ଯନ୍ତ୍ରୀ ହରଭୋଜେଲୁ କାଟେଲାଜି ଓ ସ୍ପାଟିଆଲ କମ୍ପ୍ୟୁଟର ପ୍ରୋଗ୍ରାମ ମାଧ୍ୟମରେ ଏହାକୁ ଆବିଷ୍କାର କରିଥିଲେ ଓ ଏହାର ନାମକରଣ ଫ୍ରେଞ୍ଚ ଔପନ୍ୟାସିକ ଜୁଲସବରନେଙ୍କ ଉପନ୍ୟାସ ‘ସମୁଦ୍ରତଳେ ୨୦,୦୦୦ ଲିଗ’ର ନାୟକ ଓ ଡାଇଭିଂ କ୍ୟାପଟେନ ନେମୋଙ୍କ ନାମାନୁସାରେ ରଖାଯାଇଛି। ଲାଟିନ ଭାଷାରେ ‘ନେମୋ’ର ଅର୍ଥ ହେଉଛି କେହିନୁହଁ, ଅର୍ଥାତ କୌଣସି ଲୋକ ବିଶ୍ୱର ଏହି ନିକାଞ୍ଚନ ଜାଗାରେ ପହଞ୍ଚିପାରିବେ ନାହିଁ। ଏହି ଅଗମ୍ୟ କବର ସ୍ଥାନ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ୪୮ ଡିଗ୍ରୀ ୫୨.୬ମିନିଟ ଦକ୍ଷିଣ ଅକ୍ଷାଂଶରେଖା ଓ ୧୨୩ ଡିଗ୍ରୀ ୨୩.୬ ମିନିଟ ପଶ୍ଚିମ ଦ୍ରାଘିମାରେଖା ମଧ୍ୟରେ ଅବସ୍ଥିତ। ପଏଣ୍ଟନେମୋର ୨୨ନିୟୁତରୁ ଅଧିକ ବର୍ଗ କ୍ଷେତ୍ରଫଳ ଅଞ୍ଚଳରେ କେହି ଲୋକ ବାସ କରନ୍ତିନାହିଁ। ଏହାର ସବୁଠୁ ନିକଟରେ ବାସ କରୁଥିବା ଲୋକ ହେଉଛନ୍ତି ପୃଥିବୀର ୪୦୦କିମି ଉପରେ ପ୍ରଦକ୍ଷିଣ କରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରା ଆଇ.ଏସ.ଏସ.। ୧୯୭୧ରୁ ୨୦୨୦ ମଧ୍ୟରେ ପ୍ରାୟ ୨୬୦ରୁ ଅଧିକ ମହାକାଶ ଯାନକୁ ସେଠାରେ ସଲିଳ ସମାଧି ଦିଆସାରିଲାଣି। ତନ୍ମଧ୍ୟରୁ ଦୁଇଟି ହେଲା ଅବ୍ୟବହାର୍ଯ୍ୟ ଓ ଅକାମୀ ରୁଷୀୟ ମହାକାଶ କେନ୍ଦ୍ର ମୀର ଓ ଚୀନା ମହାକାଶ କେନ୍ଦ୍ର ଟିଆନଗଙ୍ଗ (୧ )। ରୁଷୀୟ ମହାକାଶ କେନ୍ଦ୍ର ମୀର ୨୦ ଫେବୃୟାରୀ ୧୯୮୬ ତାରିଖରେ ନିକ୍ଷେପ କରାଯାଇଥିଲା। ଏହାର ପ୍ରାୟ ପନ୍ଦର ବର୍ଷ ଜୀବନ ମଧ୍ୟରୁ ସାବୋରବର୍ଷ ମହାକାଶଚାରୀମାନଙ୍କ ଦ୍ୱାରା ବାସୋପଯୋଗୀ ରହିଲା ପରେ ୨୩ମାର୍ଚ୍ଚ ୨୦୦୧ ତାରିଖରେ ଦକ୍ଷିଣ ପ୍ରଶାନ୍ତ ମହାସାଗରର ‘ପଏଣ୍ଟନେମୋ’ର ୯୩୦ ମାଇଲ୍‌ ବ୍ୟାପ୍ତ ଅଞ୍ଚଳରେ ରିମୋଟ ସାହାଯ୍ୟରେ ସଲିଳ ସମାଧି ଦିଆଯାଇଥିଲା। ମୀର ହେଉଛି ବିଶ୍ୱର ପ୍ରଥମ ବୃହତ୍ତମ ମୋଡୁଲାର ମହାକାଶ କେନ୍ଦ୍ର, ଯାହାକୁ ୧୯୮୬ରୁ ୧୯୯୬ ମସିହା ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ସମାବେଶ କରାଯାଇଥିଲା। ଏହାର ଓଜନ ପ୍ରାୟ ୧୨୯,୭୦୦ କିଲୋଗ୍ରାମ ହୋଇଥିଲା ବେଳେ ଏହାର ଲମ୍ବା ପ୍ରାୟ ୧୯ମିଟର, ଚଉଡ଼ା ୩୧ମିଟର ଓ ଉଚ୍ଚତା୨୭ ମିଟର। ଏହା ମହାକାଶରେ ପ୍ରାୟ ୪୫୯୨ ଦିନରେ ୮୬୩୩୧ ଥର ପ୍ରଦକ୍ଷିଣ କରିଥିଲା।
ରୁଷୀୟ ମହାକାଶଚାରୀ ଭାଲେରୀପଲିଏକୋଭ ୧୯୯୪ ଓ ୧୯୯୫ ମଧ୍ୟରେ ମହାକାଶଯାତ୍ରା କରି ୪୩୭ ଦିନ ୧୮ଘଣ୍ଟାର ହିଁ ବିଶ୍ୱରେ ବିରଳ ରେକର୍ଡ ସୃଷ୍ଟିକରିଥିଲେ। ସେହିପରି ଚାଇନା ମହାକାଶ କେନ୍ଦ୍ର ଟିଆନଗଙ୍ଗ-୧ ମହାକାଶକେନ୍ଦ୍ର ୨୯ ସେପ୍ଟେମ୍ବର ୨୦୧୧ ମସିହାରେ ନିକ୍ଷେପ କରାଯାଇଥିଲା। ପ୍ରାୟ ପାଞ୍ଚ ବର୍ଷ ସକ୍ରିୟ ରହିଲା ପରେ ୨ ଏପ୍ରିଲ ୨୦୧୮ ତାରିଖରେ ପଏଣ୍ଟନେମୋରେ ରିମୋଟ ସାହାଯ୍ୟରେ ସଲିଳ ସମାଧି ଦିଆଯାଇଥିଲା। ମାଣ୍ଡାରିନ ଭାଷାରେ ଟିଆନଗଙ୍ଗର ଅର୍ଥ ହେଉଛି ସ୍ବର୍ଗର ରାଜପ୍ରାସାଦ। ଏହି ମହାକାଶଯାନରେ ଚାଇନା ଦେଶର ପ୍ରଥମ ମହିଳା ମହାକାଶଚାରୀ ଲିଉୟାଙ୍ଗ ୧୬ ଜୁନ ୨୦୧୨ତାରିଖରେ ଶେନଝୋଉ-୯ ମହାକାଶଯାନରେ ଯାତ୍ରା କରି ମହାକାଶରେ ୧୩ ଦିନ ରହି ଫେରିଥିଲେ। ସେହିପରି ଚାଇନା ଦେଶର ଦ୍ୱିତୀୟ ମହିଳା ମହାକାଶଚାରୀ କଲୋନେଲ ୱାଙ୍ଗୟାପିଙ୍ଗଶେନ ଝୋଉ -୧୦ ମହାକାଶଯାନ ସାହାଯ୍ୟରେ ଯାତ୍ରା କରି ଟିଆନଗଙ୍ଗ ମହାକାଶକେନ୍ଦ୍ରରେ ପନ୍ଦର ଦିନ ରହି ଫେରିଥିଲେ। ଯେପରି ପୃଥିବୀରେ ଅଳିଆ ଆବର୍ଜନା ବଢ଼ିଲେ ପ୍ରଦୂଷଣ ବଢ଼ି ବିଭିନ୍ନ ରୋଗ ସୃଷ୍ଟି ହେବାର ସମ୍ଭାବନା ଥାଏ, ସେହିପରି ସ୍ବର୍ଗରେ କୃତ୍ରିମ ଅକାମୀ ବର୍ଜ୍ୟବସ୍ତୁ ବୃଦ୍ଧି ଦ୍ୱାରା ଅଳିଆ ବିକମନୀୟ ମହାକାଶର ମହାଜାଗତିକ ସନ୍ତୁଳନରେ ବ୍ୟାଘାତ ଘଟାଇବା ଓ ସେଥିଯୋଗୁ ବିଭିନ୍ନ ବିପର୍ଯ୍ୟୟ ଦେଖାଦେବାର ସମ୍ଭାବନା ବୃଦ୍ଧିପାଉଛି।

ଡ. ଶୈଳେନ୍ଦ୍ର ନାରାୟଣ ସ୍ବାଇଁ

– ଅଧ୍ୟାପକ, ରସାୟନ ବିଭାଗ, ସରକାରୀ ମହିଳା କନିଷ୍ଠ
ମହାବିଦ୍ୟାଳୟ, ସୁନ୍ଦରଗଡ଼
ମୋ : ୯୯୩୮୭୮୩୦୫୧

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, କମ୍‌ ବୟସରେ ହୁଅନ୍ତି ଧନୀ; ଜାଣନ୍ତୁ…

କିଛି ଲୋକ କମ୍‌ ପରିଶ୍ରମରେ ସଫଳତାର ସ୍ବାଦ ଚାଖିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଗହ-ନକ୍ଷତ୍ରର ଚଳନ ଯୋଗୁ ବ୍ୟକ୍ତିଟିଏ ସଫଳ ହୋଇପାରେ। ଆମେ କଥା ହେବା ସେଭଳି...

ଉପକାରୀ କାଢ଼ା

ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁର କୁପ୍ରଭାବ ଦ୍ୱାରା ବିଶ୍ୱବାସୀ ଆଶଙ୍କାରେ ଏକ ଦ୍ୱନ୍ଦ୍ୱ ମାନସିକତା ଦେଇ ଗତିକରୁଥିବା ବେଳେ, ବର୍ତ୍ତମାନ ସୁଦ୍ଧା ‘କୋଭିଡ୍‌-୧୯’ ଭୂତାଣୁକୁ ପ୍ରତିରୋଧ...

ଲକ୍ଷ୍ମୀଙ୍କୁ ନ ଡାକିଲେ ମଧ୍ୟ ଆପଣାଛାଏଁ ଆସନ୍ତି ଏହି ୩ ସ୍ଥାନକୁ: ଜାଣନ୍ତୁ କେମିତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି।  ସେଗୁଡ଼ିକୁ ଗ୍ରହଣ କରି ଜୀବନରୁ ଦୁଃଖ ଦୂର ହୋଇପାରିବ ବୋଲି ବିବେଚନା କରାଯାଏ। ଚାଣକ୍ୟ...

ଦୃଷ୍ଟିଶକ୍ତିକୁ ପ୍ରଖର କରେ ଅଲିଭ ତେଲ

ଦୃଷ୍ଟିଶକ୍ତିଜନିତ କୌଣସି ସମସ୍ୟାର ଲକ୍ଷଣ ବିଷୟରେ ଜାଣିପାରିଲେ ତାହାକୁ ଆଦୌ ଅବହେଳା କରିବା ଠିକ୍‌ ନୁହେଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ...

ଉପକାରୀ ଅଣ୍ଡା

ସ୍ବାସ୍ଥ୍ୟ ପାଇଁ ଅଣ୍ଡା ବେଶ୍‌ ଉପକାରୀ। ଏଥିରେ ନ୍ୟୁଟ୍ରିଏଣ୍ଟ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ଭିଟାମିନ୍‌ ‘ଡି’ ଏବଂ ଭିଟାମିନ୍‌ ‘ବି-୨’...

ସୁନିଦ୍ରାକୁ ପ୍ରଭାବିତ କରେ ଅଧିକ ଚା’ ପିଇବା

କ୍ଳାନ୍ତ ମନକୁ ହାଲକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଧନିଆ ପତ୍ର ପାଣି

ତରକାରୀ ହେଉ କି ସାଲାଡ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ରର ଆବଶ୍ୟକତା ପଡିଥାଏ। କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ, ଶରୀର...

କଲରାର ଉପକାରୀ ଗୁଣ

କଲରା ପାଟିକୁ ପିତା ଲାଗୁଥିଲେ ବି ଏହା ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ ପ୍ରୋଟିନ, କ୍ୟାଲସିୟମ, କାବ୍ରୋହାଇଡ୍ରେଟ୍ସ, ଫସଫରସ୍ ଓ ଭିଟାମିନ୍ ମିଳିଥାଏ...

Advertisement


Archives

Model This Week