Posted inଫୁରସତ

ଦୃଷ୍ଟିକୋଣ

ଗଲା ଗ୍ରହଣ ପରର କଥା। କେତୁବାଦୀ- ହେତୁବାଦୀଙ୍କ କି ବିବାଦ ଆରମ୍ଭ ହେଲା ଯେ ଥମିବାର ନାଁ ଧରୁନି । ବିଚରା ଆମ ଭଳି ସାଧାରଣ ଲୋକଙ୍କ ଏ ହାଣ୍ଡି ଛାଡ଼ ହାଣ୍ଡି ଧରମାନଙ୍କ ଝଗଡା ଦେଖି ମୁଣ୍ଡ ଟିଣା। ଟିଭିରେ ଖବର ଦେଖୁଥିଲି । ଜଣେ ସାମ୍ବାଦିକ ବିଭିନ୍ନ ସହର ବୁଲି ଗ୍ରହଣରେ ଖାଇବା ଉଚିତ କି ଅନୁଚିତ ସେ ବିଷୟରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା ପଚାରି ବୁଝୁଥାନ୍ତି। ପୁରୀର ଜଣେ ପଣ୍ଡାଙ୍କୁ ପଚାରିବାରୁ ପଣ୍ଡା ଭାଇନା କହିଲେ, ”ଗ୍ରହଣରେ ବିରିୟାନୀ ଖାଇଛି ଯିଏ ଅଷ୍ଟକିଳା ନବ ସିଏ।“

ତାକୁ ଶୁଣି ମୋ ହାଲତ ଖରାପ। କାରଣ ଭୋକ ବିକଳରେ ସେଦିନ ମୁଁ ଲୁଚେଇ ଲୁଚେଇ ବେଶ୍‌ କିଛି ବିସ୍କୁଟ, ମିକ୍ଚର, ଆଳୁ ଚିପ୍ସ ଓ କୁରୁକୁରେ ଖାଇଥିଲି । ଅବଶ୍ୟ ଆଗରୁ ଜଣେ ପଣ୍ଡିତ କହିଥିବାର ମୁଁ ଶୁଣିଥିଲି ଏ ସବୁ ପାଟି ଟକଳା ଖାଦ୍ୟ କାଳେ ପାକ ଛାଡ଼ ସୂଚୀରେ ନାହିଁ । ତଥାପି ମନ ଭିତରେ କେଁ ରହିଗଲା । ସହଜେ ଏବେ ମୋ ଉପରେ ଶନି ସବାର ହେଇ ବସିଛନ୍ତି।

ପୁଣି ଭାଇନା କହିଲେଣି ଅଷ୍ଟକିଳା କଥା। ମନ ମାନିଲା ନାହିଁ। ଜଣେ ପରିଚିତ ପଣ୍ଡିତଙ୍କୁ ପଚାରିଲି । ସେ କିଛି ସମୟ ଚିନ୍ତା କରି କହିଲେ- ”ବିସ୍କୁଟ ଚଳିବ। ସେଥିରେ ବଟର ମାନେ ଘିଅ ଅଂଶ ରହୁଛି। ତେଣୁ ସେଇଟା ଅରୁଆ ଲିଷ୍ଟରେ ଯାଉଛି କିନ୍ତୁ ଆଳୁଚିପ୍ସ, କୁରୁକୁରେ, ମିକ୍ଚର ସବୁ ତେଲରେ ତିଆରି। ସେଗୁଡ଼ାକ ଉଷୁନାରେ ଯିବ। ‘ଗ୍ରହଣ’ ଦିନ କିଛି ଗ୍ରହଣ କରିବ ନାହିଁ ଯଦି ଆବଶ୍ୟକ ପଡେ ଅରୁଆ ଖାଇଲେ ଦୋଷ କମ ଲାଗିବ । ହଉ କିଛି କଥା ନାହିଁ । ଖାଇ ତ ସାରିଲେଣି ଏବେ ପ୍ରତିକାର କରିଦିଅ । ଦୋଷ କଟିଯିବ ।

ମଙ୍ଗଳବାର ପଞ୍ଚମୁଖୀ ହନୁମାନଙ୍କ ପାଖରେ ସର୍ବ ଠାକୁରଙ୍କୁ ସ୍ମରଣକରି ନଡ଼ିଆ ବସେଇ ଦିଅ ।“ ମୁଁ ଏବେ ଭାବୁଛି ଯଦି ଦୋଷ କଟିବା ପାଇଁ ଏତେ ସହଜ ପ୍ରତିକାର ଅଛି ତେବେ ଦୋଷ କରିବା ପାଇଁ ଜଣେ ଡରିବ କାହିଁକି? ଆମ ଘର ପାଖରେ ଜଣଙ୍କୁ ଦେଖୁଛି । ଯାବତୀୟ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରି ରାତିରେ ହାତୀଏ କମଉଛନ୍ତି । ନିତି ସକାଳୁ ବାବୁଆଣୀ ବୁଲା ଗୋରୁଙ୍କୁ ରୁଟି ଖାଇବାକୁ ଦିଅନ୍ତି । ରୁଟି ଗୁଡ଼ ଖାଇବାକୁ ଦେଲା ପରେ ରାସ୍ତାରେ ଲମ୍ବ ହୋଇ ଗୋ ମାତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରନ୍ତି । ଏଥିରେ କାଳେ ପାପ ଧୋଇ ହୋଇଯାଏ । ସ୍ବାମୀ ଦିନଯାକ ଖାଇବା ତେଲରେ ପୋଡା ମୋବିଲ ମିଶେଇ ଯାହା ପାପ ଅର୍ଜନ୍ତି ସ୍ତ୍ରୀ ସକାଳୁ ବୁଲା ଗୋରୁଙ୍କୁ ରୁଟି ଦେଇ ସବୁ ପାପରୁ ମୁକ୍ତି ପାଆନ୍ତି । ଅର୍ଥାତ୍‌ ତାଙ୍କ ପାଖରେ ପାପ ବୋଲି କିଛି କେବେ ଷ୍ଟକ୍‌ରେ ନ ଥାଏ ।

ମଙ୍ଗଳବାର ନାଲିଗାଈ, ଗୁରୁବାର ଧଳାଗାଈ, ଶନିବାର କାଳୀଗାଈଙ୍କୁ ଅଡେଇ ବାବୁଆଣୀଙ୍କ ପାଖକୁ ଆଣିବା ପାଇଁ ଖାସ୍‌ ଜଣେ ଲୋକ ନିଯୁକ୍ତି ପାଇଛି । କାରଣ ବାବୁଆଣୀଙ୍କ ପୃଥୁଳ ଶରୀର ସହ ଆଣ୍ଠୁ ଯନ୍ତ୍ରଣା ପାଇଁ ତାଙ୍କୁ ଗୋ ମାତାଙ୍କ ପାଖଯାଏ ଯିବାକୁ କଷ୍ଟ ଲାଗେ। ସେ ଲୋକର ଦିନଯାକର କାମ ହେଲା ବାରି ଅନୁସାରେ ସେହି ରଙ୍ଗର ଗାଈ ଓ ବାକି ଦିନମାନଙ୍କ ପାଇଁ ବୁଲା ଷଣ୍ଢ ଖୋଜି ବାବୁଙ୍କ ଘର ଯାଏ ଅଡ଼େଇ ଆଣିବା । ଥରେ ସୁଯୋଗ ଦେଖି ସେ ଲୋକକୁ ପଚାରିଲି ଏତେ କଷ୍ଟ କରିବା ଅପେକ୍ଷା ସବୁ ରଙ୍ଗର ଗୋଟେ ଲେଖାଏ ଗାଈ ଓ ଷଣ୍ଢକୁ ଘରେ ପାଳିଲେ ସବୁଦିନ ଖୋଜିବାକୁ ପଡ଼ନ୍ତା ନାହିଁ । କିନ୍ତୁ ତା’ କହିବା ଅନୁସାରେ ”ମାନ୍ୟତା ଅଛି କାଳେ ବୁଲାଗୋରୁଙ୍କୁ ଖାଇବାକୁ ଦେଲେ ରିଷ୍ଟ ଶତକଡ଼ା ଶହେ ଭାଗ କଟିବ। ଗୃହପାଳିତ ଗୋରୁଙ୍କୁ ସକାଳୁ ରୁଟି ଖାଇବାକୁ ଦେଲେ କିଛି ପାପ ରହିଯିବ। ବାବୁ ଅପମିଶ୍ରିତ ଖାଦ୍ୟ ବିକି ନିଇତି ଲୋକଙ୍କୁ ମରଣ ମୁହଁକୁ ପଠେଇ ଯେତିକି ପାପ ଅର୍ଜୁଛନ୍ତି ସେଥିରେ କୌଣସି ଚାନ୍ସ ନେଇ ହେବନି ।“ ମୁଁ କହିଲି ହଁ ତୋ କଥା ସତ ଲାଗୁଛି ଯଦି ଶାସ୍ତ୍ର ଅନୁଯାୟୀ ବିସ୍କୁଟ ଅରୁଆ ଓ ଆଳୁ ଚିପ୍ସ ଉଷୁନା ହେଲା ତେବେ ବୁଲାଗାଈ ଓ ଗୃହପାଳିତ ଗାଈ ଭିତରେ ପ୍ରଭେଦ ନିଶ୍ଚେ ଥିବ ।

ଥରେ ଜଣେ ଜ୍ୟୋତିଷ କହିଲେ ମୋ ରାଶିକୁ ଦୁର୍ଘଟଣା ଯୋଗ ଅଛି । ପ୍ରତିକାର ହେଲା ଘରୁ ବାହାରିବା ବେଳେ ବାଟମଙ୍ଗଳାଙ୍କୁ ସ୍ମରଣ କରି ବାହାରିବା ପାଇଁ। ସେହିଦିନଠୁ ମୁଁ ଘରୁ ବାହାରିଲା ବେଳେ ବାଟମଙ୍ଗଳାଙ୍କୁ ପ୍ରଣାମ କରି କୁହେ ମା’ ଜରୁରୀ କାମରେ ଗାଡିନେଇ ଘରୁ ବାହାରୁଛି, ରାସ୍ତାରେ ଟିକେ ନିଘା ରଖିଥିବୁ । କେଉଁଠି ବାଟମଙ୍ଗଳାଙ୍କ ମନ୍ଦିର ଦେଖିଲେ ନିଶ୍ଚେ ଦୀପଟିଏ ଜାଳେ । ଆପଣ ବିଶ୍ୱାସ କରନ୍ତୁ କି ନାହିଁ କିନ୍ତୁ ଏହା ସତ୍ୟ ଆଜି ଯାଏ ମୋ ଗାଡି ଧକ୍କାରେ ଅନେକ ଲୋକ ଆହତ ହୋଇ ମେଡିକାଲ ଗଲେଣି ଅଥଚ ମୋର କୌଣସି କ୍ଷତି ହୋଇନି । ଥରେ ସେ ଜ୍ୟୋତିଷଙ୍କୁ ପଚାରିଥିଲି ତାଙ୍କ କହିବା ଅନୁଯାୟୀ ତୁମେ ପରୀକ୍ଷାଫଳ ପାଇଁ ଠାକୁରଙ୍କ ପାଖରେ ମାନସିକ କରି ଯଦି କହିବ ବାହାଘର କାହିଁକି ଡେରି ହେଉଛି ସେଥିରେ ଠାକୁରଙ୍କ କ’ଣ ଦୋଷ । ସେମିତି ତୁମେ ଘରୁ ବାହାରିଲା ବେଳେ ମା’ଙ୍କୁ ତୁମ ସୁରକ୍ଷା ପାଇଁ ଡାକିବ ଆଉ ତୁମ ଗାଡି ଚାଳନାରେ ଅନ୍ୟମାନେ କ୍ଷତିଗ୍ରସ୍ତ ହେଲେ ସେଥିରେ ମା’ଙ୍କ କ’ଣ ଭୁଲ୍‌ । ତୁମେ ସୁରକ୍ଷିତ ଅଛ କି ନାହିଁ ଆଗ କୁହ ।

ସେହିଦିନଠୁ ମୁଁ ମା’ଙ୍କୁ ମୋ ସୁରକ୍ଷା ସହ ମୋ ଗାଡ଼ି ଆଗକୁ ଆସୁଥିବା ସମସ୍ତ ପଶୁ ପକ୍ଷୀ ମଣିଷଙ୍କ ସୁରକ୍ଷା ପାଇଁ ବି ଡାକିଦିଏ । ମାସେ ହେଲାଣି ସବୁ ଠିକ୍‌ଠାକ୍‌ ଚାଲିଛି ନା ମୋର ନା ମୋ ଗାଡି ଚାଳନାଜନିତ ଆଉ କାହାର କିଛି କ୍ଷତି ହେଇଚି ।
ମୁଁ ବି ବେଳେବେଳେ ଭାବେ ଆମ ଦେଶରେ ଦିନକୁ ଦିନ ଅନ୍ୟାୟ, ଦୁର୍ନୀତି ବ୍ୟଭିଚାର ଇତ୍ୟାଦି ବଢ଼ିବାର ଏକମାତ୍ର କାରଣ ହେଲା ପାପ ମୋଚନର ସହଜ ଓ ସରଳ ଉପାୟ । ‘ରଥେତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ’। ଯଦି ରଥାରୂଢ଼ ପ୍ରଭୁଙ୍କୁ ବାମନ ରୂପରେ ଦର୍ଶନ ମାତ୍ରେ ହିଁ କୋଟି ଜନ୍ମ ପାପରୁ ମୁକ୍ତି ପାଇବ, ସ୍ବର୍ଗଦ୍ୱାରରେ ପୋଡା ହେଲେ ସ୍ବର୍ଗ ପ୍ରାପ୍ତ ହେବ, ବାର ମାସରେ ତେର ପର୍ବ, ଓଷା ବ୍ରତ ପାଳିଲେ ଯାବତୀୟ ପାପ ମୋଚନ ସହ ଧନ ଯଶ ପ୍ରାପ୍ତି ହେବ ତେବେ ଜଣେ ଅଯଥାରେ ପରିଶ୍ରମ କରି ସାଧୁତାର ସହ ଜୀବନ କାହିଁକି ବିତେଇବ? ଭୋଗ ବିଳାସର ସୁଖପ୍ରଦ ଜୀବନକୁ ଛାଡି ନୈସ୍ତିକ କଷ୍ଟଦାୟକ ଜୀବନ କାହିଁକି ବାଛିବ ? ଭିନ୍ନ ଭିନ୍ନ ପାପ ମୋଚନ ପାଇଁ ସ୍ବତନ୍ତ୍ର ଦେବଦେବୀ ଅଛନ୍ତି । ଯାହାଙ୍କୁ ଦର୍ଶନ କରି କିଛି ଭୋଗ ଅର୍ପଣ କଲେ ମନୁଷ୍ୟର ସକଳ ପାପରାଶି ଦୂରୀଭୂତ ହୋଇ ମହାପୁଣ୍ୟ ଅର୍ଜନ କରିବ। ଯଦି ବା କ୍ୱଚିତ ପାପ ରହିଯାଏ ତେବେ ରିଷ୍ଟ ଖଣ୍ଡନ ପାଇଁ ଯାବତୀୟ ଓଷା ବ୍ରତର ସୂକ୍ଷ୍ମ ବିଧି ବିଧାନ ଆମ ପୂର୍ବ ପୁରୁଷମାନେ ବତେଇ ଦେଇଛନ୍ତି । ମୋର ଦୁଃଖ ଯେ ଅସତ୍‌ରୁ ସତ୍‌କୁ ପରିବର୍ତ୍ତନ ହେବାର ଏତେ ସବୁ ସରଳ ଉପାୟ ଥାଉ ଥାଉ ପିଲାଟି ଦିନରୁ ଶିକ୍ଷକଙ୍କଠାରୁ ଆରମ୍ଭ କରି ଘରେ ବାପାଙ୍କ ପର୍ଯ୍ୟନ୍ତ ସମସ୍ତେ ସତ୍‌ ଶିକ୍ଷା ସହ ସତ୍‌ ଜୀବନ ଯାପନ କରିବା ପାଇଁ ମୋତେ ଅସତ୍‌ ଶିକ୍ଷା ଦେଇ ମୋର ଅନେକ ମୂଲ୍ୟବାନ ସମୟ ନଷ୍ଟ କରିଛନ୍ତି । ଏବେ କିନ୍ତୁ ମୋର ଆଖି ଖୋଲିଯାଇଛି । ଆଗକୁ ଅସତ୍‌ ଉପାୟରେ ଯାଇ ସତ୍‌ ଉପାୟରେ ପାପ ମୋଚନର ଶର୍ଟକଟ ଉପାୟ ଅବଲମ୍ବନ କରିବି । ସମଗ୍ର ବିଶ୍ୱକୁ ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ଦେଉଥିବା ଆମ ଦେବଭୂମିରେ ତୁଚ୍ଛାଟାରେ ହେତୁବାଦୀ କେତୁବାଦୀମାନେ ବିଜ୍ଞାନ ଓ ପରମ୍ପରା ନାଁରେ ଝଗଡ଼ା କରୁଛନ୍ତି । ଗ୍ରହଣ ଦିନ ପେଟପୂରା ଖାଇଲେ ହେତୁବାଦୀ ଖୁସ୍‌ । ଖାଇ ସାରି ଶାସ୍ତ୍ରନୁଯାୟୀ ପଞ୍ଚମୁଖୀ ହନୁମାନଙ୍କ ପାଖରେ ମାନସିକ ନଡ଼ିଆ ରଖି ଭୋଗ କରିଦେଲେ ରାହୁ କେତୁଜନିତ ଅଷ୍ଟକିଳା ଖଣ୍ଡନ ହେବା ସହ ପରମ୍ପରାବାଦୀମାନେ ବି ଖୁସ୍‌ ।

ଆମ ଦେବଭୂମିର ବିଶେଷ ଉପଲବ୍ଧି ହେଲା ଆମର ଏଠି ପାପ କରିବା ଯେତିକି ସହଜ ପାପ ମୋଚନ ମଧ୍ୟ ସେତିକି ସରଳ । ଆମ ପୂର୍ବପୁରୁଷମାନେ ଦେଖେଇ ଯାଇଥିବା ସୂକ୍ଷ୍ମ ଉପାୟମାନ ଜାଣି ସୁଦ୍ଧା ଅତି ସାଧାରଣ କଥା ପାଇଁ କିଛି ହାଣ୍ଡି ଧର ଓ ହାଣ୍ଡି ଛାଡ଼ ଗୋଷ୍ଠୀ ଟିଆର୍‌ପି ପାଇଁ ବିଚ୍‌ ରାସ୍ତାରେ ଝଗଡ଼ା କରି ଆମ ଦେବଭୂମିକୁ ବିଶ୍ୱଗୁରୁ ହେବାରେ ବାଧକ ସାଜୁଛନ୍ତି । ଆମ ଭଳି ସାଧାରଣ ଖଟିଖିଆ ଲୋକଙ୍କୁ ମହଙ୍ଗା ତେଲ ଲୁଣର ହିସାବ କରିବାକୁ ଦିନ ଅଣ୍ଟୁ ନ ଥିବା ବେଳେ ଏ ବିଜ୍ଞାନ ଓ ପରମ୍ପରାର ଝଗଡ଼ା ବୁଝିବାକୁ ସମୟ କାହିଁ ? ଆମ ଭାଗ୍ୟକୁ ତ ସବୁଦିନ ଗ୍ରହଣ ଲାଗୁଛି। ଆମେ ଏତିକି ବୁଝୁ ଯେଉଁଦିନ ଆମେ ଖାଇଲୁ ସେଦିନ ଆମେ ହେତୁବାଦୀ, ଯେଉଁଦିନ କାମ ନ ପାଇ ଉପାସ ରହିଲୁ ସେଦିନ ଆମେ କେତୁବାଦୀ ।
ଏସବୁ ବାଦେ କିଛି କର୍ମଜୀବୀଙ୍କ ଗୁରୁତର ଅଭିଯୋଗ କ୍ୟାଲେଣ୍ଡର ତିଆରି କଲାବାଲାଙ୍କ ଉପରେ । ସେମାନଙ୍କ ଅଭିଯୋଗ ମଧ୍ୟ ଯୁକ୍ତିଯୁକ୍ତ ।

ଯଦି ଗ୍ରହଣ ଲାଗିବାର ଥିଲା ତେବେ ଛୁଟିଦିନରେ ଗ୍ରହଣ ଲଗେଇବା କ’ଣ ଜରୁରୀ ଥିଲା? ଅଯଥାରେ ଗ୍ରହଣଜନିତ ସରକାରୀ ଛୁଟିଗୁଡା ମାରା ହେଉଛି। ଆଶା କ୍ୟାଲେଣ୍ଡର ଗଣନାକାରୀମାନେ ଆଗକୁ ଭଲ ଆମିଷ ବାରି ଦେଖି ଗ୍ରହଣ ତାରିଖ ନିର୍ଦ୍ଧାରଣ କରିବେ । ଯାହାର ଇଚ୍ଛା ସେ ଉପାସ କରିବ ଆଉ ଯାହାର ଇଚ୍ଛା ସେ ଚିକେନ୍‌ ବିରିୟାନୀ ଖାଇବ ।

-ବନମାଳୀ ଭବନ, ଖାନ୍‌ ନଗର, କଟକ, ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri