Posted inଫୁରସତ

କବି ମନମୋହନ ଆଚାର୍ଯ୍ୟ: ପେସାରେ ଶିକ୍ଷକ, କିନ୍ତୁ ନିଶା କାବ୍ୟକବିତା ଲେଖିବା…

ପେସାରେ ସେ ଜଣେ ଶିକ୍ଷକ, କିନ୍ତୁ ନିଶା କାବ୍ୟକବିତା ଲେଖିବା। ଦୀର୍ଘ ଚାରିଦଶନ୍ଧି ମଧ୍ୟରେ ତାଙ୍କ ଲେଖନୀ ମୁନରେ ଫୁଟିଉଠିଛି ଶତାଧିକ କାବ୍ୟ,କବିତା। ସେ ଏକାଧାରରେ ଜଣେ କାବ୍ୟକାର, ନିବନ୍ଧକାର, ନାଟ୍ୟକାର, ଶିଶୁସାହିତ୍ୟକ ଓ ଶିକ୍ଷାବିତ୍‌। ବିଶେଷକରି ଭଞ୍ଜ ସାହିତ୍ୟ, ସାମାଜିକ ଚଳଣି ଏବଂ ପ୍ରାକୃତିକ ଶୋଭାକୁ ନେଇ ସେ ରଚନା କରିଛନ୍ତି ପ୍ରାୟ ୫୦ଖଣ୍ଡ ପୁସ୍ତକ। ଏମିତିରେ ତାଙ୍କର ସୃଜନଶୀଳତାରେ ବାରିହୋଇପଡ଼େ ଶିଶୁସାହିତ୍ୟଠାରୁ ଆରମ୍ଭ କରି ଭଞ୍ଜ ସାହିତ୍ୟ ଯାଏ କାବ୍ୟ କବିତାର ଶବ୍ଦାବଳୀ। ପ୍ରାୟ ୩୫ବର୍ଷ ଧରି ଭଞ୍ଜ ସାହିତ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ସମ୍ପର୍କରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଲୋଚନା କରି ଆତ୍ମସନ୍ତୋଷ ଲାଭ କରିଛନ୍ତି। ଏଥିପାଇଁ ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର । ସେ ହେଲେ କବି ମନମୋହନ ଆଚାର୍ଯ୍ୟ। ଜନ୍ମ ୨୦।୩।୧୯୬୨ ମସିହାରେ। ମାତା କ୍ଷେତ୍ରମଣି ଦେବୀ, ପିତା ପୂର୍ଣ୍ଣଚନ୍ଦ୍ର ମିଶ୍ର। କିନ୍ତୁ ତାଙ୍କର ସମ୍ପର୍କୀୟ ଅଜା ଭାସ୍କର ଆଚାର୍ଯ୍ୟ ତାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଥିଲେ। ଘର କଟକ ଜିଲାର ନିଆଳି ଅଞ୍ଚଳର ଟୋଲାଗୋପୀନାଥପୁର ଗାଁରେ। ସେ କୁହନ୍ତି, ‘ମା’ବାପାଙ୍କର ଆମେ ତିନିପୁଅ ଓ ଗୋଟିଏ ଝିଅ। ଏମାନଙ୍କ ମଧ୍ୟରେ ମୁଁ ମଝିଆ। ଗାଁ ସ୍କୁଲରେ ମୋର ପାଠପଢା ଆରମ୍ଭ ହୋଇଥିଲା। ପରେ ରାମେଶ୍ୱର ବିଦ୍ୟାପୀଠରେ ୯ମଶ୍ରେଣୀ ପଢୁଥାଏ। ସେହି ସମୟରେ ମୋର ବଡ଼ଭାଇ ଔପନ୍ୟାସିକ ସୁନୀଲ ମିଶ୍ର ଘରେ ବିଭିନ୍ନ ଲେଖାଲେଖିରେ ବ୍ୟସ୍ତ ରହୁଥାନ୍ତି। ମୁଁ ବି ଘରେ ସାଇତା ହୋଇ ରହିଥିବା ବିଭିନ୍ନ ପୁରାଣ, ଭଜନ ଓ କାବ୍ୟକବିତା ଆଦି ପୁସ୍ତକକୁ ପଢୁଥିଲି। ସେତେବେଳେ ମୋ ମନକୁ ଯାହା ଜୁଟୁଥାଏ ମୋ ପାଖରେ ରଖିଥିବା ରଫଖାତାରେ ସେକଥାକୁ ଲେଖିଦେଉଥିଲି। ଏମିତି ଲେଖାଲେଖିରେ ସମୟ ବିତୁଥିଲା ଯେ ସାର୍‌ କହିଲେ, ଇଏ ବୋଧେ ମାଟି ହୋଇଯିବ! କାରଣ ଆଗକୁ ଏକାଦଶ ପରୀକ୍ଷା ଅଛି ପାଠପଢ଼ିବା ପରିବର୍ତ୍ତେ କବିତା ଲେଖାରେ ମାତିଛି। ସମୟକ୍ରମେ ସେହିସବୁ ଲେଖାଗୁଡ଼ିକ କବତା ପରି ଲାଗୁଥିଲା। ତାହାକୁ ବାରମ୍ବାର ପଢିବାକୁ ମତେ ଭଲ ଲାଗୁଥିଲା । ଏମିତିରେ ମୋର ଲେଖାଲେଖି ଆରମ୍ଭ ହୋଇଥିଲା। ପ୍ରକୃତରେ ବଡ଼ଭାଇଙ୍କ ଲେଖାଲେଖିର ପ୍ରଭାବ ମୋ ଉପରେ ପଡ଼ିଥିଲା। ପ୍ରତିଦିନ ରାତିରେ କିଛିନା କିଛି ଲେଖୁଥାଏ, ନ ଲେଖିଲେ ଭଲରେ ନିଦ ଆସେ ନାହିଁ। ନିମାପଡ଼ା କଲେଜରେ ପଢ଼ା ସରିଲା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏବଂ ଇତିହାସରେ ଏମ୍‌ଏ କଲି। ଚାକିରି ପାଇଁ ଚିନ୍ତା କରୁଥାଏ। ଯୋଗକୁ ୧୯୮୮ ମସିହାରେ କୋରାପୁଟ ଜିଲାର ଜୟପୁର ବାରେଣୀପୁଟ ପ୍ରୋଜେକ୍ଟ ହାଇସ୍କୁଲରେ ଶିକ୍ଷକତା କଲି। ଏଠାରେ ପ୍ରାୟ ୪୦ବର୍ଷ ବିତିଲା। ୨୦୨୨ ମସିହାରେ ସରକାରୀ ଶିକ୍ଷକତା କ୍ଷେତ୍ରରୁ ଅବସର ନେଇଛି। କିନ୍ତୁ ଲେଖାଲେଖି ଜାରିରଖିଛି। ମୁଁ ଯୁଆଡେ ବୁଲାବୁଲି କରିବା ପାଇଁ ଯାଏ, ସେଠାକାର ଅନୁଭୂତିକୁ ମୁଁ ମୋ ଡାଏରୀରେ ଲେଖିଥାଏ। ମୋର ପ୍ରଥମ ଲେଖା ‘ନାରାୟଣଞ୍ଜଳି’ ଏକ ଭଜନ ପୁସ୍ତକ ଭାବେ ପ୍ରକାଶିତ ହୋଇଥିଲା। ଏହାପରେ ‘ଅଭିଶପ୍ତା ’ ଚିଲିକା ଉପରେ ଆଧାରିତ ଏକ କାବ୍ୟପୁସ୍ତକ କୁଶଭଦ୍ରା, ମନମୋହନ ଆଚାର୍ଯ୍ୟ ଗ୍ରନ୍ଥାବଳୀ, ପ୍ରୀତିନିଝରଣୀ,ଭଞ୍ଜ ରସାମୃତ, ଭସେର୍ସ ଅଫ୍‌ ବ୍ରେକେନ ହାର୍ଟ ପ୍ରଭୃତି ଏକାଧିକ କାବ୍ୟ କବିତା ଓ ଶିଶୁଗଳ୍ପ ପ୍ରକାଶିତ ହୋଇସାରିଛି। ବିଭିନ୍ନ ପତ୍ରପତ୍ରିକାରେ ମୋ ଲେଖା ପ୍ରକାଶିତ ହୋଇଥିଲା। ମୁଁ ଅଧିକାଂଶ ସମୟ ଭଞ୍ଜସାହିତ୍ୟ ଆଲୋଚନାରେ ଯୋଗଦେଇଥାଏ। ମୋର ସାରସ୍ବତ ସଫଳତା ପାଇଁ -ଚଲାପଥ ସମ୍ମାନ, ପ୍ରଜାତନ୍ତ୍ର ବିଷୁବ ମିନାବଜାର, ରାଜା ସୁଢ଼ଳଦେବ ସ୍ମୃତିସମ୍ମାନ, ଶ୍ରୀକ୍ଷେତ୍ର ଶିଶୁ ସାହିତି୍ୟକ ସଂସଦ, ସୃଷ୍ଟି ଓ ସ୍ରଷ୍ଟା, ଚଳଚ୍ଚିତ୍ର ଜଗତ, ଲୋକପ୍ରାଣ ଉପାଧି, ବାଣୀଶ୍ରୀ ଉପାଧି, ନିଖିଳ ଉତ୍କଳ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଙ୍ଗଠନ, ଗାଁ ଗଣ୍ଡା ସାହିତ୍ୟ ସମ୍ମାନ, ରୁପାଥାଳିଆ ପୁରସ୍କାର, ନିଖିଳ ଉତ୍କଳ ଶିଶୁ ସାହିତ୍ୟ ସମ୍ମାନ, ଶ୍ରୀଜଗନ୍ନାଥ ସାରସ୍ବତ ସମ୍ମାନ, ରାଜର୍ଷି ବିକ୍ରମ ଦେବ ସମ୍ମାନ, ବନପ୍ରଭା ସାହିତ୍ୟ, ପଶ୍ଚିମା ସମ୍ମାନ, ଅସ୍ତରାଗ ସାହିତ୍ୟ ସଂସ୍କୃତି କବିତା ସମ୍ମାନ, ସେମିଳିଗୁଡ଼ା ପ୍ରେସ୍‌ ସାରସ୍ବତ ସମ୍ମାନ, ଶ୍ରାବଣୀ ନାଟ୍ୟ ସମ୍ମାନ, ବନଜ୍ୟୋତ୍ସ୍ନା ସାହିତ୍ୟ, ଶେତ ସଙ୍କେତ, ଜୟଦେବ କବି ସମ୍ମାନ, ସୁଲେଖା, ଗୀତାବାଣୀ ଗୀତାପୁତ୍ର ସମ୍ମାନ ସହିତ ଶିକ୍ଷକତା ପାଇଁ ରାଜ୍ୟ ଶିକ୍ଷକ ସମ୍ମାନ ବି ମିଳିଛି। ମୋ ପରିବାରରେ ପତ୍ନୀ ପ୍ରେମଲତା ଏବଂ ମୋର ଏକମାତ୍ର ଝିଅ ଓ ଜ୍ୱାଇଁକୁ ନେଇ ଛୋଟ ସଂସାରଟିଏ। ମୋ ସାରସତ୍ୱ ଜୀବନରେ ଘଟିଥିବା ଗୋଟେ ଘଟଣା ମୋର ଏବେବି ମନେପଡେ। ୧୯୯୮-୯୯ ମସିହାର କଥା ସେତେବେଳେ ମାଲକାନଗିରି ଜିଲାରେ ଆୟୋଜିତ ମାଲ୍ୟବନ୍ତ ମହୋତ୍ସବକୁ ଅତିଥିହୋଇ ଯାଇଥାଏ । ସେଠାରୁ ଜୟପୁରକୁ ଫେରିଲା ବେଳେ ରାତି ପ୍ରାୟ ୧ଟା ହେବ। ଗୋବିନ୍ଦପାଲିଠାରେ ହଠାତ୍‌ ରାସ୍ତା ଉପରେ ଚାରିଜଣ ଯୁବକ ଆମ କାରକୁ ଅଟକାଇଲେ। ଆମେ ଭୟଭୀତ ହୋଇଗଲୁ । ସେମାନଙ୍କ କହିବା ଅନୁସାରେ କାର ଭିତରୁ ବାହାରକୁ ଓହ୍ଲାଇଥିଲୁ। ଆମକୁ ସେମାନେ ଯାଞ୍ଚ କଲେ ଆଉ ପଚାରିଥିଲେ କେଉଁଆଡ଼େ ଯାଇଥିଲ। ଉତ୍ସବକୁ ଯାଇଥିବାର କହିବାରୁ ସେମାନେ ଆମକୁ ପ୍ରମାଣ ମାଗିଥିଲେ। କିନ୍ତୁ ପାଖରେ ସେମିତି କିଛି ପ୍ରମାଣପତ୍ର ନ ଥିଲା। ଯୋଗକୁ ବ୍ୟାଗ୍‌ରେ ଅତିଥିଭାବେ ପରିଧାନ କରିଥିବା ଏକ ବ୍ୟାଜ୍‌ ଥିଲା, ତାକୁ ଦେଖିଲା ପରେ ସେମାନେ ଆମକୁ ଛାଡ଼ି ଦେଇଥିଲେ। କାରଣ ସେମାନେ ଥିଲେ ମାଓବାଦୀ। ସେହିପରି ଆଉ ଥରେ ଖଡ଼ିଆଳରେ ଓଡ଼ିଶା ସାହିତ୍ୟ ଏକାଡେମିର ଏକ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେବାକୁ ଯାଇଥାଏ। କିଛିବାଟ ଯିବା ପରେ ଡ୍ରାଇଭର ସିଟ୍‌ରେ ମୁଁ ବସି କାର ଚଳାଇ ସେଠାରେ ଯାଇ ପହଞ୍ଚି ଯାଇଥିଲି । କିନ୍ତୁ ସେଠାରେ ଅପେକ୍ଷା କରିଥିବା କେତେଜଣ ସଦସ୍ୟ କାର ନିକଟକୁ ଆସି ଅତିଥିଭାବେ ମୋ ପରିବର୍ତ୍ତେ କାର ଚାଳକଙ୍କୁ ପ୍ରଥମେ ଫୁଲତୋଡ଼ା ଦେଇ ଆତିଥ୍ୟ ପ୍ରଦାନ କରିଥିଲେ। କାରଣ ସେମାନେ ପୂର୍ବରୁ ମତେ ଦେଖି ନ ଥିଲେ ।
କହିବାକୁଗଲେ ଲେଖକଟିଏ ହେବି ବୋଲି କେବେ ଭାବି ନ ଥିଲି । ବିଭିନ୍ନ ବହିକୁ ପଢ଼ିବା ଓ ନାନା ଘଟଣାକୁ ଅନୁଧ୍ୟାନ କରିବାରେ ସୃଷ୍ଟି ହେଉଥିବା ପ୍ରତ୍ୟକ୍ଷ ଅନୁଭୂତି ହିଁ ମୋତେ ଲେଖିବା ପାଇଁ ମନକୁ ଅଥୟ କରୁଥିଲା। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ...

ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ…

ନୂଆଦିଲ୍ଲୀ,୨।୧୨: ଭାରତରେ, ଚାଖାଣା ବିନା ମଦ୍ୟପାନ ଅସମ୍ପୂର୍ଣ୍ଣ। ଲୁଣିଆ ଏବଂ ମସଲାଯୁକ୍ତ ଖାଇବା ବିନା ମଦ୍ୟପାନ ଆସର ଅସମ୍ପୂର୍ଣ୍ଣ। ଫ୍ୟାନ୍ସି ବାର୍‌ ହେଉ କିମ୍ୱା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri