Posted inଫୁରସତ

କବି ମନମୋହନ ଆଚାର୍ଯ୍ୟ: ପେସାରେ ଶିକ୍ଷକ, କିନ୍ତୁ ନିଶା କାବ୍ୟକବିତା ଲେଖିବା…

ପେସାରେ ସେ ଜଣେ ଶିକ୍ଷକ, କିନ୍ତୁ ନିଶା କାବ୍ୟକବିତା ଲେଖିବା। ଦୀର୍ଘ ଚାରିଦଶନ୍ଧି ମଧ୍ୟରେ ତାଙ୍କ ଲେଖନୀ ମୁନରେ ଫୁଟିଉଠିଛି ଶତାଧିକ କାବ୍ୟ,କବିତା। ସେ ଏକାଧାରରେ ଜଣେ କାବ୍ୟକାର, ନିବନ୍ଧକାର, ନାଟ୍ୟକାର, ଶିଶୁସାହିତ୍ୟକ ଓ ଶିକ୍ଷାବିତ୍‌। ବିଶେଷକରି ଭଞ୍ଜ ସାହିତ୍ୟ, ସାମାଜିକ ଚଳଣି ଏବଂ ପ୍ରାକୃତିକ ଶୋଭାକୁ ନେଇ ସେ ରଚନା କରିଛନ୍ତି ପ୍ରାୟ ୫୦ଖଣ୍ଡ ପୁସ୍ତକ। ଏମିତିରେ ତାଙ୍କର ସୃଜନଶୀଳତାରେ ବାରିହୋଇପଡ଼େ ଶିଶୁସାହିତ୍ୟଠାରୁ ଆରମ୍ଭ କରି ଭଞ୍ଜ ସାହିତ୍ୟ ଯାଏ କାବ୍ୟ କବିତାର ଶବ୍ଦାବଳୀ। ପ୍ରାୟ ୩୫ବର୍ଷ ଧରି ଭଞ୍ଜ ସାହିତ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ସମ୍ପର୍କରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଲୋଚନା କରି ଆତ୍ମସନ୍ତୋଷ ଲାଭ କରିଛନ୍ତି। ଏଥିପାଇଁ ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର । ସେ ହେଲେ କବି ମନମୋହନ ଆଚାର୍ଯ୍ୟ। ଜନ୍ମ ୨୦।୩।୧୯୬୨ ମସିହାରେ। ମାତା କ୍ଷେତ୍ରମଣି ଦେବୀ, ପିତା ପୂର୍ଣ୍ଣଚନ୍ଦ୍ର ମିଶ୍ର। କିନ୍ତୁ ତାଙ୍କର ସମ୍ପର୍କୀୟ ଅଜା ଭାସ୍କର ଆଚାର୍ଯ୍ୟ ତାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଥିଲେ। ଘର କଟକ ଜିଲାର ନିଆଳି ଅଞ୍ଚଳର ଟୋଲାଗୋପୀନାଥପୁର ଗାଁରେ। ସେ କୁହନ୍ତି, ‘ମା’ବାପାଙ୍କର ଆମେ ତିନିପୁଅ ଓ ଗୋଟିଏ ଝିଅ। ଏମାନଙ୍କ ମଧ୍ୟରେ ମୁଁ ମଝିଆ। ଗାଁ ସ୍କୁଲରେ ମୋର ପାଠପଢା ଆରମ୍ଭ ହୋଇଥିଲା। ପରେ ରାମେଶ୍ୱର ବିଦ୍ୟାପୀଠରେ ୯ମଶ୍ରେଣୀ ପଢୁଥାଏ। ସେହି ସମୟରେ ମୋର ବଡ଼ଭାଇ ଔପନ୍ୟାସିକ ସୁନୀଲ ମିଶ୍ର ଘରେ ବିଭିନ୍ନ ଲେଖାଲେଖିରେ ବ୍ୟସ୍ତ ରହୁଥାନ୍ତି। ମୁଁ ବି ଘରେ ସାଇତା ହୋଇ ରହିଥିବା ବିଭିନ୍ନ ପୁରାଣ, ଭଜନ ଓ କାବ୍ୟକବିତା ଆଦି ପୁସ୍ତକକୁ ପଢୁଥିଲି। ସେତେବେଳେ ମୋ ମନକୁ ଯାହା ଜୁଟୁଥାଏ ମୋ ପାଖରେ ରଖିଥିବା ରଫଖାତାରେ ସେକଥାକୁ ଲେଖିଦେଉଥିଲି। ଏମିତି ଲେଖାଲେଖିରେ ସମୟ ବିତୁଥିଲା ଯେ ସାର୍‌ କହିଲେ, ଇଏ ବୋଧେ ମାଟି ହୋଇଯିବ! କାରଣ ଆଗକୁ ଏକାଦଶ ପରୀକ୍ଷା ଅଛି ପାଠପଢ଼ିବା ପରିବର୍ତ୍ତେ କବିତା ଲେଖାରେ ମାତିଛି। ସମୟକ୍ରମେ ସେହିସବୁ ଲେଖାଗୁଡ଼ିକ କବତା ପରି ଲାଗୁଥିଲା। ତାହାକୁ ବାରମ୍ବାର ପଢିବାକୁ ମତେ ଭଲ ଲାଗୁଥିଲା । ଏମିତିରେ ମୋର ଲେଖାଲେଖି ଆରମ୍ଭ ହୋଇଥିଲା। ପ୍ରକୃତରେ ବଡ଼ଭାଇଙ୍କ ଲେଖାଲେଖିର ପ୍ରଭାବ ମୋ ଉପରେ ପଡ଼ିଥିଲା। ପ୍ରତିଦିନ ରାତିରେ କିଛିନା କିଛି ଲେଖୁଥାଏ, ନ ଲେଖିଲେ ଭଲରେ ନିଦ ଆସେ ନାହିଁ। ନିମାପଡ଼ା କଲେଜରେ ପଢ଼ା ସରିଲା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏବଂ ଇତିହାସରେ ଏମ୍‌ଏ କଲି। ଚାକିରି ପାଇଁ ଚିନ୍ତା କରୁଥାଏ। ଯୋଗକୁ ୧୯୮୮ ମସିହାରେ କୋରାପୁଟ ଜିଲାର ଜୟପୁର ବାରେଣୀପୁଟ ପ୍ରୋଜେକ୍ଟ ହାଇସ୍କୁଲରେ ଶିକ୍ଷକତା କଲି। ଏଠାରେ ପ୍ରାୟ ୪୦ବର୍ଷ ବିତିଲା। ୨୦୨୨ ମସିହାରେ ସରକାରୀ ଶିକ୍ଷକତା କ୍ଷେତ୍ରରୁ ଅବସର ନେଇଛି। କିନ୍ତୁ ଲେଖାଲେଖି ଜାରିରଖିଛି। ମୁଁ ଯୁଆଡେ ବୁଲାବୁଲି କରିବା ପାଇଁ ଯାଏ, ସେଠାକାର ଅନୁଭୂତିକୁ ମୁଁ ମୋ ଡାଏରୀରେ ଲେଖିଥାଏ। ମୋର ପ୍ରଥମ ଲେଖା ‘ନାରାୟଣଞ୍ଜଳି’ ଏକ ଭଜନ ପୁସ୍ତକ ଭାବେ ପ୍ରକାଶିତ ହୋଇଥିଲା। ଏହାପରେ ‘ଅଭିଶପ୍ତା ’ ଚିଲିକା ଉପରେ ଆଧାରିତ ଏକ କାବ୍ୟପୁସ୍ତକ କୁଶଭଦ୍ରା, ମନମୋହନ ଆଚାର୍ଯ୍ୟ ଗ୍ରନ୍ଥାବଳୀ, ପ୍ରୀତିନିଝରଣୀ,ଭଞ୍ଜ ରସାମୃତ, ଭସେର୍ସ ଅଫ୍‌ ବ୍ରେକେନ ହାର୍ଟ ପ୍ରଭୃତି ଏକାଧିକ କାବ୍ୟ କବିତା ଓ ଶିଶୁଗଳ୍ପ ପ୍ରକାଶିତ ହୋଇସାରିଛି। ବିଭିନ୍ନ ପତ୍ରପତ୍ରିକାରେ ମୋ ଲେଖା ପ୍ରକାଶିତ ହୋଇଥିଲା। ମୁଁ ଅଧିକାଂଶ ସମୟ ଭଞ୍ଜସାହିତ୍ୟ ଆଲୋଚନାରେ ଯୋଗଦେଇଥାଏ। ମୋର ସାରସ୍ବତ ସଫଳତା ପାଇଁ -ଚଲାପଥ ସମ୍ମାନ, ପ୍ରଜାତନ୍ତ୍ର ବିଷୁବ ମିନାବଜାର, ରାଜା ସୁଢ଼ଳଦେବ ସ୍ମୃତିସମ୍ମାନ, ଶ୍ରୀକ୍ଷେତ୍ର ଶିଶୁ ସାହିତି୍ୟକ ସଂସଦ, ସୃଷ୍ଟି ଓ ସ୍ରଷ୍ଟା, ଚଳଚ୍ଚିତ୍ର ଜଗତ, ଲୋକପ୍ରାଣ ଉପାଧି, ବାଣୀଶ୍ରୀ ଉପାଧି, ନିଖିଳ ଉତ୍କଳ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଙ୍ଗଠନ, ଗାଁ ଗଣ୍ଡା ସାହିତ୍ୟ ସମ୍ମାନ, ରୁପାଥାଳିଆ ପୁରସ୍କାର, ନିଖିଳ ଉତ୍କଳ ଶିଶୁ ସାହିତ୍ୟ ସମ୍ମାନ, ଶ୍ରୀଜଗନ୍ନାଥ ସାରସ୍ବତ ସମ୍ମାନ, ରାଜର୍ଷି ବିକ୍ରମ ଦେବ ସମ୍ମାନ, ବନପ୍ରଭା ସାହିତ୍ୟ, ପଶ୍ଚିମା ସମ୍ମାନ, ଅସ୍ତରାଗ ସାହିତ୍ୟ ସଂସ୍କୃତି କବିତା ସମ୍ମାନ, ସେମିଳିଗୁଡ଼ା ପ୍ରେସ୍‌ ସାରସ୍ବତ ସମ୍ମାନ, ଶ୍ରାବଣୀ ନାଟ୍ୟ ସମ୍ମାନ, ବନଜ୍ୟୋତ୍ସ୍ନା ସାହିତ୍ୟ, ଶେତ ସଙ୍କେତ, ଜୟଦେବ କବି ସମ୍ମାନ, ସୁଲେଖା, ଗୀତାବାଣୀ ଗୀତାପୁତ୍ର ସମ୍ମାନ ସହିତ ଶିକ୍ଷକତା ପାଇଁ ରାଜ୍ୟ ଶିକ୍ଷକ ସମ୍ମାନ ବି ମିଳିଛି। ମୋ ପରିବାରରେ ପତ୍ନୀ ପ୍ରେମଲତା ଏବଂ ମୋର ଏକମାତ୍ର ଝିଅ ଓ ଜ୍ୱାଇଁକୁ ନେଇ ଛୋଟ ସଂସାରଟିଏ। ମୋ ସାରସତ୍ୱ ଜୀବନରେ ଘଟିଥିବା ଗୋଟେ ଘଟଣା ମୋର ଏବେବି ମନେପଡେ। ୧୯୯୮-୯୯ ମସିହାର କଥା ସେତେବେଳେ ମାଲକାନଗିରି ଜିଲାରେ ଆୟୋଜିତ ମାଲ୍ୟବନ୍ତ ମହୋତ୍ସବକୁ ଅତିଥିହୋଇ ଯାଇଥାଏ । ସେଠାରୁ ଜୟପୁରକୁ ଫେରିଲା ବେଳେ ରାତି ପ୍ରାୟ ୧ଟା ହେବ। ଗୋବିନ୍ଦପାଲିଠାରେ ହଠାତ୍‌ ରାସ୍ତା ଉପରେ ଚାରିଜଣ ଯୁବକ ଆମ କାରକୁ ଅଟକାଇଲେ। ଆମେ ଭୟଭୀତ ହୋଇଗଲୁ । ସେମାନଙ୍କ କହିବା ଅନୁସାରେ କାର ଭିତରୁ ବାହାରକୁ ଓହ୍ଲାଇଥିଲୁ। ଆମକୁ ସେମାନେ ଯାଞ୍ଚ କଲେ ଆଉ ପଚାରିଥିଲେ କେଉଁଆଡ଼େ ଯାଇଥିଲ। ଉତ୍ସବକୁ ଯାଇଥିବାର କହିବାରୁ ସେମାନେ ଆମକୁ ପ୍ରମାଣ ମାଗିଥିଲେ। କିନ୍ତୁ ପାଖରେ ସେମିତି କିଛି ପ୍ରମାଣପତ୍ର ନ ଥିଲା। ଯୋଗକୁ ବ୍ୟାଗ୍‌ରେ ଅତିଥିଭାବେ ପରିଧାନ କରିଥିବା ଏକ ବ୍ୟାଜ୍‌ ଥିଲା, ତାକୁ ଦେଖିଲା ପରେ ସେମାନେ ଆମକୁ ଛାଡ଼ି ଦେଇଥିଲେ। କାରଣ ସେମାନେ ଥିଲେ ମାଓବାଦୀ। ସେହିପରି ଆଉ ଥରେ ଖଡ଼ିଆଳରେ ଓଡ଼ିଶା ସାହିତ୍ୟ ଏକାଡେମିର ଏକ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେବାକୁ ଯାଇଥାଏ। କିଛିବାଟ ଯିବା ପରେ ଡ୍ରାଇଭର ସିଟ୍‌ରେ ମୁଁ ବସି କାର ଚଳାଇ ସେଠାରେ ଯାଇ ପହଞ୍ଚି ଯାଇଥିଲି । କିନ୍ତୁ ସେଠାରେ ଅପେକ୍ଷା କରିଥିବା କେତେଜଣ ସଦସ୍ୟ କାର ନିକଟକୁ ଆସି ଅତିଥିଭାବେ ମୋ ପରିବର୍ତ୍ତେ କାର ଚାଳକଙ୍କୁ ପ୍ରଥମେ ଫୁଲତୋଡ଼ା ଦେଇ ଆତିଥ୍ୟ ପ୍ରଦାନ କରିଥିଲେ। କାରଣ ସେମାନେ ପୂର୍ବରୁ ମତେ ଦେଖି ନ ଥିଲେ ।
କହିବାକୁଗଲେ ଲେଖକଟିଏ ହେବି ବୋଲି କେବେ ଭାବି ନ ଥିଲି । ବିଭିନ୍ନ ବହିକୁ ପଢ଼ିବା ଓ ନାନା ଘଟଣାକୁ ଅନୁଧ୍ୟାନ କରିବାରେ ସୃଷ୍ଟି ହେଉଥିବା ପ୍ରତ୍ୟକ୍ଷ ଅନୁଭୂତି ହିଁ ମୋତେ ଲେଖିବା ପାଇଁ ମନକୁ ଅଥୟ କରୁଥିଲା। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri