କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଦୁଇବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା କରାଯାଇଛି। ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ଲାଗି ୨୦୧୯ ମସିହା ପାଇଁ ଅନନ୍ତ ମହାପାତ୍ରଙ୍କୁ ଓ ୨୦୨୦ ପାଇଁ ଓଡ଼ିଶୀନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି। ଏ ନେଇ ଶୁକ୍ରବାର ସଂସ୍କୃତି ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଘୋଷଣା କରିଛନ୍ତି।
ଏଥିସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି। ହିନ୍ଦୁସ୍ଥାନୀ କଣ୍ଠସଙ୍ଗୀତ ବର୍ଗରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ ଓ ୨୦୨୦ ପାଇଁ ବନ୍ଦିତା ରାୟଙ୍କୁ ‘ସୁନନ୍ଦା ସମ୍ମାନ’ ଏବଂ ଗୀତିକବିତା ବର୍ଗରେ ୨୦୧୯ ପାଇଁ ବିନୋଦ କୁମାର ପଶାୟତ ଓ ୨୦୨୦ ପାଇଁ ଅଲେଖ ଚନ୍ଦ୍ର ପଢ଼ିହାରୀଙ୍କୁ ‘ସାରଦା ପ୍ରସନ୍ନ ସମ୍ମାନ’ ଦିଆଯିବ। ସେହିପରି ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ନବକିଶୋର ଆଚାର୍ଯ୍ୟ ଓ ମମତା ମହାନ୍ତି, ନାଟ୍ୟ ରଚନା ପାଇଁ ସୁଧାକର ନନ୍ଦ, ନିର୍ଦ୍ଦେଶନା ପାଇଁ ହରିହର ମିଶ୍ର, ମଞ୍ଚକଳା ପାଇଁ ପ୍ରଭାସ ଚନ୍ଦ୍ର ମିଶ୍ର, ଲୋକସଙ୍ଗୀତ ପାଇଁ ରାଧାଶ୍ୟାମ ସାହୁଶର୍ମା, ଲୋକବାଦ୍ୟ ପାଇଁ ଶଙ୍କର ପ୍ରଧାନ, ଲୋକନୃତ୍ୟ ପାଇଁ କାଳୁଚରଣ ସାହୁ, ଲୋକନାଟ୍ୟ ପାଇଁ କଣ୍ଠ ଗୌଡ଼, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ତାଳ) ପାଇଁ ଡ. ଜଗନ୍ନାଥ କୁଅଁର, ଯନ୍ତ୍ର ସଙ୍ଗୀତ (ତାରବାଦ୍ୟ) ପାଇଁ କୈଳାସ ଚନ୍ଦ୍ର ପାତ୍ର, ଓଡ଼ିଶୀନୃତ୍ୟ ପାଇଁ ରତିକାନ୍ତ ମହାପାତ୍ର, ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଚନ୍ଦ୍ରମଣି ଲେଙ୍କା, ସୁଗମ ସଙ୍ଗୀତ ପାଇଁ ତାନ୍‌ସେନ୍‌ ସିଂଙ୍କୁ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି।
୨୦୨୦ ନିମନ୍ତେ ଅଭିନୟ ପାଇଁ ସୁଶୀଳା ନାୟାର ଏବଂ ବିଜୟ କୁମାର ପଟ୍ଟନାୟକ, ନାଟ୍ୟ ରଚନା ପାଇଁ ଭାସ୍କର ଚନ୍ଦ୍ର ମହାପାତ୍ର, ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକ, ମଞ୍ଚକଳା ପାଇଁ ପ୍ରଭାତ ମହାରଣା, ଲୋକସଙ୍ଗୀତ ପାଇଁ ନବୀନ କିଶୋର କୁଅଁର, ଲୋକବାଦ୍ୟ ପାଇଁ କିଶୋର ଚନ୍ଦ୍ର ପ୍ରଧାନ, ଲୋକନୃତ୍ୟ ପାଇଁ ନାରାୟଣ ମହାରଣା, ଲୋକନାଟ୍ୟ ପାଇଁ ନିର୍ମଳ ଚନ୍ଦ୍ର ରାଉତ, ଯନ୍ତ୍ର ସଙ୍ଗୀତ(ଆନଦ୍ଧ ବାଦ୍ୟ) ପାଇଁ ଶରତ କୁମାର ପାଣି, ଯନ୍ତ୍ର ସଙ୍ଗୀତ(ସୁଶୀର ବାଦ୍ୟ) ପାଇଁ ନିତ୍ୟାନନ୍ଦ ମହାପାତ୍ର, ଓଡ଼ିଶୀ ନୃତ୍ୟ ପାଇଁ ଗଜେନ୍ଦ୍ର ପଣ୍ଡା, ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ରଘୁନାଥ ପାତ୍ର, ସୁଗମ ସଙ୍ଗୀତ ପାଇଁ ବିଭୁଧେନ୍ଦ୍ର ଦାସଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯିବ।
ଆସନ୍ତା ୩୦ ତାରିଖରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ମାନପତ୍ର, ଉପଢ଼ୌକନ, କୃତିଫଳକ ଓ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ମିଳିବ। ‘ସୁନନ୍ଦା ସମ୍ମାନ’ ଓ ‘ସାରଦା ପ୍ରସନ୍ନ ସମ୍ମାନ’ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଏକାଡେମୀ ସଚିବ ପ୍ରବୋଧ ରଥ ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏକାଡେମୀ ଉପସଭାପତି ମନ୍ମଥ ଶତପଥୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri