ଲୋକେ ନଥିବା ଗାଁ ପୋଡ଼ମପେଟା: ସମୁଦ୍ର ଗର୍ଭରେ ଲୀନ ହେଲାଣି ଶହେରୁ ଊର୍ଦ୍ଧ୍ୱ ଘର

ଗଞ୍ଜାମ,୫।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ସମୁଦ୍ରକୂଳ ନିକଟବର୍ତ୍ତୀ ପୁରୁଣା ପୋଡ଼ମପେଟା ଗ୍ରାମ। ଏହି ଗାଁ ଏବେ ଜନଶୂନ୍ୟ। ପୂର୍ବେ ଏହି ଗାଁ ରେ (ପୋଡ଼ମପେଟା) ୫୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ବସବାସ କରି ଆସୁଥିଲେ । ସମୁଦ୍ରରେ ମାଛ ମାରିବା ତାଙ୍କର ମୁଖ୍ୟ ବେଉସା ଥିଲା। ବେଳକୁ ବେଳ ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଦିନେ ଏହି ଗ୍ରାମଟି ସମ୍ପୂର୍ଣ ସମୁଦ୍ର ଗର୍ଭରେ ଲୀନ ହେଇଯିବା ଆଶଙ୍କା କରାଯାଉଛି। ଜିଲା ପ୍ରଶାସନ୨୦୦୪ରେ ସେମାନଙ୍କ ଥଇଥାନ ବ୍ୟବସ୍ଥା ଆରମ୍ଭ କରିଥିଲା । ପ୍ରଶାସନ ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ଓ ଥଇଥାନ ପ୍ରକଳ୍ପ (ଓଡିଆରପି )ପ୍ରଥମେ ଉକ୍ତ ଗ୍ରାମର ୧୧୦ ପରିବାରକୁ ଓଡିଆରପି ଯୋଜନାରେ ରାମଗଡ଼ ପଞ୍ଚାୟତ ଡୁମୁନାଗିରି ପାହାଡ଼ ପାଦଦେଶ ସାହେବ କେନାଲ ପାର୍ଶ୍ୱରେ ଥଇଥାନ କରିଥିଲା। ପରେ ୨୦୧୩ରେ ଓଡିଆରପି କଲୋନୀରେ ୧୦୨ ପରିବାରକୁ ସ୍ଥାନାନ୍ତରିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୮ରେ ଏକାକାଳୀନ ୩୦୦ରୁ ଊର୍ଦ୍ଧ୍ୱ ପରିବାରକୁ ମୟୂରପଦା ଗ୍ରାମ ନିକଟସ୍ଥ ସାହେବ କେନାଲ ପାର୍ଶ୍ୱରେ ଥଇଥାନ କରିଛି ପ୍ରଶାସନ। ବର୍ତ୍ତମାନ ପୋଡ଼ମପେଟା ଗ୍ରାମ ଜନଶୂନ୍ୟ । ସମୁଦ୍ରକୂଳ ଠାରୁ ପ୍ରାୟ ତିନି କିମି ଦୂରରେ ଏହି ଗ୍ରାମ ଥିବା ବେଳେ ପ୍ରାୟ ତିନୋଟି ସାହି ଅର୍ଥାତ ଶହେରୁ ଊର୍ଦ୍ଧ୍ୱ ଘର ସମୁଦ୍ର ଗର୍ଭରେ ଲୀନ ହୋଇସାରିଥିବା ସେହି ଗ୍ରାମର ଜି. ରାମେୟା ସୂଚନା ଦେଇଛନ୍ତି।ଏବେ ସୁଦ୍ଧା ସେଠାରେ ବହୁ ଘର ସେମିତି ଥିବା ଦେଖିବାକୁ ମିଳୁଛି । ସେହି ଗାଁରେ କେହି ଲୋକ ରହୁ ନ ଥିଲେ ମଧ୍ୟ ମତ୍ସ୍ୟଜୀବୀଙ୍କ ଇଷ୍ଟ ଦେବୀ ଏବେବି ଉକ୍ତ ପୋଡ଼ମପେଟା ଗ୍ରାମ ଶେଷରେ ଥିବା ମନ୍ଦିରରେ ପୂଜା ପାଉଛନ୍ତି । ଜଣେ ଅବିବାହିତ ମହିଳା ମା’ ଙ୍କୁ ପୂଜାର୍ଚନା କରି ନିଜ ଘରକୁ ଯାଉଥିବା ସୂଚନା ମିଳିଛି। ଗତ କିଛିଦିନ ମଧ୍ୟରେ ସମୁଦ୍ର ଅଶାନ୍ତ ହୋଇ ପଡିବା ସହ ପ୍ରବଳ ଜୁଆର ମାଡି ଆସୁଥିବା କହିଛନ୍ତି ଜଣେ ମତ୍ସ୍ୟଜୀବୀ। ସମୟ ଆସିବ ଦିନେ ଗଞ୍ଜାମ ମାନଚିତ୍ରରୁ ଲିଭିଯିବ ପୋଡ଼ମପେଟା ଗ୍ରାମ ବୋଲି ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ ଅବ୍ୟାହତ: ଦିନକୁ ୨ ଘଣ୍ଟା ଆନ୍ଦୋଳନ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ): ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ)ପକ୍ଷରୁ ୧୮ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଅବ୍ୟାହତ ରହିଛି । ଫଳରେ...

କୁମ୍ଭୀର ଗଣନା ପାଇଁ ୩ ଦିନ ଭିତରକନିକା ବନ୍ଦ

କେନ୍ଦ୍ରାପଡା,୭।୧: ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ପାଇଁ ଭିତରକନିକା ବନ୍ଦ ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ଗଣନା ପାଇଁ ୮ରୁ...

ରାଷ୍ଟ୍ରପତି ପଦ ହରାଇବେ ଟ୍ରମ୍ପ! ଭୟରେ ଥରହର ହେଲେଣି ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୭।୧: ଆମେରିକାରେ ଏହି ବର୍ଷ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବାକୁ ଯାଉଛି, ଏବଂ ରାଷ୍ଟ୍ରପତି ଟ୍ରମ୍ପ ଏହା ବିଷୟରେ ଚିନ୍ତିତ ହୋଇପଡୁଛନ୍ତି। ତେଣୁ, ସେ ଚିନ୍ତା ପ୍ରକାଶ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ…

ନୂଆଦିଲ୍ଲୀ,୭।୧: ୨୦୨୬ର ICC ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର୍‌ ମିଚେଲ ସାଣ୍ଟନରଙ୍କୁ କିୱି ଦଳର ଦାୟିତ୍ୱ ଦିଆଯାଇଛି। ମନୋନୀତ...

ଶୀତରେ ଥରୁଛି ରାଜଧାନୀ: ହାଡ଼ ଭଙ୍ଗା ଶୀତକୁ କୋହଲା ପାଗ

ଭୁବନେଶ୍ୱର,୭।୧: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ। ସକାଳ ୫ଟା ୩୦ରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୭.୪ ଡିଗ୍ରୀ ଓ...

ବାଂଲାଦେଶ କ୍ରିକେଟ ବୋର୍ଡକୁ ଝଟକା ଦେଲା ICC: ହରଡ଼ଘଣାରେ ପଡିଲା ବିସିବି, ଏବେ କରିବ କ’ଣ…

ନୂଆଦିଲ୍ଲୀ,୭।୧: ସୁରକ୍ଷା ଦୃଷ୍ଟିରୁ ୨୦୨୬ ଟି୨୦ ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶ କ୍ରିକେଟ ବୋର୍ଡର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି। ଗଣମାଧ୍ୟମ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ଶୀତ ମହୋତ୍ସବ ଥିବାରୁ ଦାରିଙ୍ଗବାଡିକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୀତ କମିବାରେ...

୨୫ରୁ ଊର୍ଦ୍ଧ୍ୱ ପିଲା ଜଣ୍ଡିସ ଆକ୍ରାନ୍ତ: ଗାଁରେ ପହଞ୍ଚଲା ଡାକ୍ତରୀ ଟିମ୍‌

ମୋରଡ଼ା,୭ା୧(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ଏହି ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ଖୁରୁଣ୍ଟିଆ ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ ପିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri