ପିଏମ୍‌ଜିକେଏୱାଇ ଚାଉଳ ଦେଉ କେନ୍ଦ୍ର: ବିଜେଡି

ଭୁବନେଶ୍ବର,୪।୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍‌ଜିକେଏୱାଇ)ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଚାଉଳ ବ୍ୟତୀତ ଅତିରିକ୍ତ ଭାବେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଇ ଦିଆଯାଉଥିଲା। ଏହାକୁ କେନ୍ଦ୍ର ସରକାର ବନ୍ଦ କରିବା ଦ୍ୱାରା ଗରିବ ଏବଂ କୃଷକ ପରିବାରଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ। ତେଣୁ କେନ୍ଦ୍ର ସରକାର ତୁରନ୍ତ ପିଏମ୍‌ଜିକେଏୱାଇରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇଦେଉ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।
ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ନିକଟରେ ଆଗତ କେନ୍ଦ୍ର ବଜେଟରେ ୨୦୨୧-୨୨ରେ କେନ୍ଦ୍ର ଖର୍ଚ୍ଚ କରିଥିବା ପରିମାଣ ତୁଳନାରେ ଖାଦ୍ୟ ସବ୍‌ସିଡିରେ ପ୍ରାୟ ୭୧,୦୦୦ କୋଟି ଟଙ୍କା ହ୍ରାସ ପାଇଛି। ଏହି ହ୍ରାସ ମୁଖ୍ୟତଃ ପିଏମ୍‌ଜିକେଏୱାଇ ବନ୍ଦ ଯୋଗୁ ହୋଇଛି। ଏହା ଦ୍ୱାରା ଗରିବ ଲୋକେ ପ୍ରଭାବିତ ହେବେ। ୨୦୨୧-୨୨ ତୁଳନାରେ ଖାଦ୍ୟ ସାମଗ୍ରୀ କିଣିବାରେ କେନ୍ଦ୍ର ଚଳିତ ବଜେଟରେ ପ୍ରାୟ ୨୦,୦୦୦ କୋଟି ଟଙ୍କା ହ୍ରାସ କରିଛି। ଏହା ପୁଣି ପିଏମ୍‌ଜିକେଏୱାଇ ବନ୍ଦ ହେବା ଏବଂ କୃଷକଙ୍କ ଠାରୁ କ୍ରୟ ହ୍ରାସ ଯୋଗୁ ହୋଇଛି। କ୍ରୟ ହ୍ରାସ କାରଣରୁ କୃଷକମାନେ ଖାଦ୍ୟଶସ୍ୟ ବିକ୍ରି ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇବାକୁ ମଧ୍ୟ ବଞ୍ଚିତ ହେବେ। ଗରିବ ଏବଂ କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପିଏମ୍‌ଜିକେଏୱାଇ କାର୍ଯ୍ୟକ୍ରମକୁ ପୁନଃ ଆରମ୍ଭ କରିବାକୁ ଆମେ କେନ୍ଦ୍ରକୁ ନିବେଦନ କରୁଛୁ ବୋଲି ଦେବୀ କହିଛନ୍ତି। ସେ ଆହୁରି କହିଛନ୍ତି, ଭାଜପା ଏମ୍‌ପିମାନେ କେନ୍ଦ୍ରରେ ସେମାନଙ୍କ ଦଳ ନେତୃତ୍ୱରେ ଥିବା ସରକାରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାନ୍ତୁ।
ବିଜେଡି ଖବରଦାତା ସମ୍ମିଳନୀ ଉପରେ ପ୍ରତିକ୍ରିୟା ରଖି ଭାଜପା ନେତା ଦିଲୀପ ମଲିକ କହିଛନ୍ତି, ସତ୍ୟକୁ ବିଜେଡି ଭୟ କରୁଛି। ଏନେଇ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତା ମିଥ୍ୟା ତଥ୍ୟ ରଖି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ୨୩ ବର୍ଷ ଶାସନରେ ବିଜେଡି ଓଡ଼ିଶାର ଚାଷୀକୁଳକୁ କୌଣସି ସୁବିଧା ଯୋଗାଇ ନାହିଁ। କିନ୍ତୁ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ତାଙ୍କର ସତ୍ୟ ଅନୁଭବକୁ ପ୍ରକାଶ ନ କରି ରାଜନୈତିକ ବାଧ୍ୟବାଧକତା ଯୋଗୁ ପ୍ରଶାସନିକ ଅଧିକାରୀମାନେ ଦେଉଥିବା ଚିଠାକୁ ଗଣମାଧ୍ୟମ ଆଗରେ ପଢ଼ୁଛନ୍ତି ବୋଲି ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri