ଓଡ଼ିଶାର ମିଲେଟ୍‌-ପ୍ରେନ୍ୟୁଅର୍ସଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୩୦।୧(ବ୍ୟୁରୋ):ଓଡ଼ିଶାର ମିଲେଟ୍‌-ପ୍ରେନ୍ୟୁଅର୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ, ଆପଣଙ୍କୁ ଗୋଟିଏ କଥା ପଚାରିବି? ଆପଣମାନେ ଏଣ୍ଟରପ୍ରେନ୍ୟୁଅର ଶବ୍ଦଟି ଶୁଣିଥିବେ। କିନ୍ତୁ ଆପଣ କେବେ ମିଲେଟ୍‌-ପ୍ରିନିୟର୍ସ ଶବ୍ଦଟି ଶୁଣିଛନ୍ତି କି? ଓଡ଼ିଶାର ମିଲେଟ୍‌-ପ୍ରେନ୍ୟୁଅର୍ସ ଆଜିକାଲି ବହୁତ ଚର୍ଚ୍ଚାରେ ରହିଛନ୍ତି। ଆଦିବାସୀ ଜିଲା ସୁନ୍ଦରଗଡ଼ର ପ୍ରାୟ ଦେଢ଼ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓଡ଼ିଶା ମିଲେଟ୍‌ସ ମିଶନ୍‌ ସହିତ ଜଡ଼ିତ। ଏଠାରେ ମହିଳାମାନେ ମିଲେଟ୍‌ସରେ କୁକିଜ୍‌, ରସଗୋଲା, ଗୋଲାପ ଜାମୁ ଏବଂ କେକ୍‌ ମଧ୍ୟ ତିଆରି କରୁଛନ୍ତି। ବଜାରରେ ଏହାର ଚାହିଦା ବହୁତ ବଢ଼ୁଥିବାରୁ ମହିଳାଙ୍କ ଆୟ ମଧ୍ୟ ବୃଦ୍ଧି ପାଇଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଯୋଗ ଏବଂ ମିଲେଟ୍‌ସ ମଧ୍ୟରେ ବହୁତ କିଛି ସାଧାରଣ ରହିଛି ବୋଲି କହିଥିଲେ। ସ୍ବାସ୍ଥ୍ୟ ପାଇଁ ଉଭୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଲୋକେ ଏବେ ମିଲେଟ୍‌ସକୁ ନିଜ ଖାଦ୍ୟରେ ସାମିଲ କଲେଣି। ଏହି ପରିବର୍ତ୍ତନର ବହୁତ ବଡ଼ ପ୍ରଭାବ ମଧ୍ୟ ଦେଖାଗଲାଣି। ଫଳରେ ମିଲେଟ୍‌ସ ଚାଷ କରୁଥିବା କ୍ଷୁଦ୍ର ଚାଷୀମାନେ ବହୁତ ଉତ୍ସାହିତ ହୋଇଛନ୍ତି। ବିଶ୍ୱ ଏବେ ସେମାନଙ୍କ ଶସ୍ୟର ମୂଲ୍ୟ ବୁଝିପାରିଛି। ଏହି ଅବସରରେ ମୋଦି ଓଡ଼ିଶା ସମେତ ଛତିଶଗଡ଼, କର୍ନାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ମିଲେଟ୍‌ର ଚାହିଦା କିପରି ବୃଦ୍ଧି ପାଉଛି ସେ ସମ୍ପର୍କରେ ଉଦାହରଣ ଦେଇ କହିଥିଲେ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅନେକ ଦିଗକୁ ପ୍ରଶଂସା କରାଯାଉଛି। ଜାନୁୟାରୀ ୨୬ ପରେଡରେ କର୍ତ୍ତବ୍ୟ ପଥ ନିର୍ମାଣ କରୁଥିବା ଶ୍ରମିକଙ୍କୁ ଦେଖି ବହୁତ ଭଲ ଲାଗିଲା। ପ୍ରଥମଥର ପାଇଁ ଏହି ପରେଡରେ ଅଂଶଗ୍ରହଣ କରିଥିବା ମହିଳା ଓଟ ଆରୋହୀ ଏବଂ ସିଆର୍‌ପିଏଫ୍‌ର ମହିଳା କଣ୍ଟିଜେଣ୍ଟ ମଧ୍ୟ ଉଚ୍ଚ ପ୍ରଶଂସିତ ହେଉଛନ୍ତି। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ଏବଂ ଆମେମାନେ ମଧ୍ୟ ଗର୍ବିତ ଯେ ଆମ ଦେଶ ମଧ୍ୟ ଗଣତନ୍ତ୍ରର ଜନନୀ। ଗଣତନ୍ତ୍ର ଆମ ଶିରାରେ, ଆମ ସଂସ୍କୃତିରେ ଅଛି। ବର୍ଷ ବର୍ଷ ଧରି ଏହା ଆମର କାର୍ଯ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପଦ୍ମ ପୁରସ୍କାର ମଧ୍ୟ ଏବେ ଆଦିବାସୀ ସମ୍ପ୍ରଦାୟ ଏବଂ ଆଦିବାସୀ ସମାଜ ସହ ଜଡିତ ଲୋକମାନଙ୍କୁ ଦିଆଯାଇଛି। ଆଦିବାସୀ ଜୀବନ ସହର ଜୀବନଠାରୁ ଭିନ୍ନ, ଏହାର ନିଜସ୍ବ ଚାଲେଞ୍ଜ ମଧ୍ୟ ଅଛି। ଏସବୁ ସତ୍ତ୍ୱେ ଆଦିବାସୀ ସମାଜ ଏହାର ପରମ୍ପରାକୁ ବଞ୍ଚାଇବାକୁ ସର୍ବଦା ଆଗ୍ରହୀ। ଆଦିବାସୀ ସମ୍ପ୍ରଦାୟ ସହିତ ଜଡିତ ଜିନିଷଗୁଡ଼ିକର ସଂରକ୍ଷଣ ଏବଂ ଗବେଷଣା ପାଇଁ ମଧ୍ୟ ଉଦ୍ୟମ ହେଉଛି। ସେହିଭଳି ଟୋଟୋ, ହୋ, କୁଇ, କୁଭି ଏବଂ ମାଣ୍ଡା ପରି ଆଦିବାସୀ ଭାଷାରେ କାମ କରୁଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପଦ୍ମ ପୁରସ୍କାର ପାଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri