Posted inଜାତୀୟ

ବ୍ରିକ୍ସ ଶିଖର ସମ୍ମିଳନୀ: ସୀମା ବିବାଦ ମଧ୍ୟରେ ପୁଣି ସାମ୍ନା ସାମ୍ନି ହେବେ ଭାରତ-ଚାଇନା

ନୂଆଦିଲ୍ଲୀ,୧୭ ।୧୧: ବୈଦେଶିକ ମନ୍ତ୍ରଣାଳର ସୂଚନା ଅନୁଯାୟୀ ମଙ୍ଗଳବାର ଆୟୋଜିତ ହେଉଛି ବିକ୍ସ ଶିଖର ସମ୍ମିଳନୀ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୧୨ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀର ଆୟୋଜନ ଭର୍ଚୁଆଲ ମାଧ୍ୟମରେ କରାଯିବ । ଏଥିରେ ଚାଇନା ରାଷ୍ଟ୍ରପତି ସି ଜିନପିଂଗ, ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀ ଏପରି ସମୟରେ ଆୟୋଜନ କରାଯାଇଛି ଯେତେବେଳେ ସମ୍ମିଳନୀରେ ଯୋଗ ଦେଉଥିବା ଦୁଇ ପ୍ରମୁଖ ଦେଶ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି । ଭାରତ-ଚାଇନା ମଧ୍ୟରେ ଗତ ମେ’ ମାସରୁ ପୂର୍ବ ଲଦ୍ଦାଖ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଦୁଇ ଦେଶର ସେନାଙ୍କ ମଧ୍ୟରେ ହିଂସା ଭଳି ଘଟଣା ଉପୁଜିଥିବା ବେଳେ କେହି ପଛକୁ ହଟିବାକୁ ରାଜି ହେଉ ନାହାଁନ୍ତି । ଅନ୍ୟପଟେ ପଛକୁ ହଟିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବ ଉପରେ କଥାବାର୍ତ୍ତା ଚାଲିଛି । ସୂଚନାଯୋଗ୍ୟ, ନିକଟରେ ନରେନ୍ଦ୍ର ମୋଦି ଓ ସି ଜିନପିଙ୍ଗଙ୍କ ମଧ୍ୟରେ ୧୦ ନଭେମ୍ବରରେ ସାଂଘାଇ ସହଯୋଗ ସଙ୍ଗଠନ(ଏସ୍ ସିଓ)ବୈଠକରେ ସାମ୍ନା ସାମ୍ନି ହୋଇଥିଲା । ଏବେ ବ୍ରିକ୍ସ ସମ୍ମିଳନୀ ପରେ ୨୧ ଓ ୨୨ ନଭେମ୍ବରରେ ଜି-୨୦ ବୈଠକରେ ପୁଣି ଦୁଇ ନେତା ସାମ୍ନା ସାମ୍ନି ହେବାର କାର୍ଯ୍ୟକ୍ରମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ପୁଅ ପାଇଁ ନିଜ ଝିଅର ବଳି ଦେଲେ ମା’, ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ…ପୂରା ଘଟଣା ଜାଣିଲେ ଥରିଉଠିବ ଦେହ

ରାଞ୍ଚି,୨।୪: ଝାଡ଼ଖଣ୍ଡର ହଜାରୀବାଗ ଜିଲାର ବିଷ୍ଣୁଗଡ଼ ଥାନା ଅଞ୍ଚଳର କୁସୁମ୍ଭା ଗାଁରେ ଜଣେ ୧୩ ବର୍ଷୀୟା ଝିଅର ହତ୍ୟା ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଯୁଦ୍ଧ ମଧ୍ୟରେ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି : ଏହି ଉତ୍ପାଦ ଉପରେ ଜୁନ ଯାଏ…

ନୂଆଦିଲ୍ଲୀ,୨।୪: ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧର ୩୪ତମ ଦିନ। ଏହି ଯୁଦ୍ଧ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏହି ସମୟରେ, ଭାରତ ସରକାର ଏକ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri