Posted inଜାତୀୟ

୭୪ ବର୍ଷ ପରେ ଭାରତ ଫେରିବ ଚିତା, ଜନ୍ମଦିନରେ ସ୍ୱାଗତ କରିବେ ମୋଦି

ନୂଆଦିଲ୍ଲୀ,୧୭ ।୯: ଭାରତ ସ୍ୱାଧିନତା ପରେ ଯାହାକୁ ହରାଇଥିଲା ତାହା ହେଉଛି ଜଙ୍ଗଲର ଉସେନ ବୋଲ୍ଟ ‘ଚିତା’ । ୧୯୪୮ରେ ଦେଶରେ ଶେଷ ଚିତାକୁ ଦେଖିବାକୁ ମିଳିଥିଲା । ଏହାପରେ ଚିତା ବିଲୁପ୍ତ ହୋଇଯାଇଥିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦୀର୍ଘ ୭୪ ବର୍ଷ ପରେ ଚିତା ପୁଣିଥରେ ଭାରତ ଭୂମିରେ ପାଦ ରଖିବାକୁ ଯାଉଛି । ଏହି ଐତିହାସିକ ମୁହୂର୍ତ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଅର୍ଥାତ୍ ଶନିବାର ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୨ ବର୍ଷରେ ପଦାର୍ପଣ କରୁଛନ୍ତି ।
ମୋଦି ନାବିବିୟାରୁ ଆସୁଥିବା ୮ ଚିତାଙ୍କୁ ସ୍ୱାଗତ କରିବାକୁ ଉଜବେକିସ୍ତାନରୁ ଫେରି ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ପହଞ୍ଚିବେ । ଏହିଠାରେ ହିଁ ବିଦେଶରୁ ଆସୁଥିବା ୮ ଚିତାଙ୍କୁ ରଖାଯିବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ମୋଦି ସକାଳ ୯ଟା ୨୦ ମିନିଟରେ ଗ୍ୱାୟାଲିୟର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସେ ଶୟୋପୁର ଜିଲା ସ୍ଥିତ କୁନୋ ନ୍ୟାଶନାଲ ପାର୍କ ଯାତ୍ରା କରିବେ । ଏହାର ଦୂରତା ପ୍ରାୟ ୧୬୫ କିଲୋମିଟର । ଏହାପରେ ସେ ଚିତାଙ୍କୁ ରିଲିଜ କରାଯିବାକୁ ଥିବା ସାଇଟରେ ୧୦ଟା ୩୦ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ଏହାସହ ଦ୍ୱିତୀୟ ସାଇଟରେ ୧୦ଟା ୪୫ରେ ପହଞ୍ଚି ସେହିଠାରେ ଚିତାଙ୍କୁ ଛାଡିବେ ।
ନାମିବିୟାରୁ ଆସୁଥିବା ୮ ଚିତାଙ୍କ ମଧ୍ୟରେ ୫ଟି ମାଇ ଚିତା ଓ ୩ଟି ପୁରୁଷ ଚିତା ରହିଛନ୍ତି । ଏହି ଚିତା ପୂର୍ବରୁ ଏକ ସ୍ପେଶାଲ ଜମ୍ବୋ ଜେଟରେ ସକାଳ ୬ଟାରେ ଗ୍ୱାୟାଲିୟର ପହଞ୍ଚିଯାଇଥିବେ । ଏହାପରେ ବାୟୁସେନା ହେଲିକପ୍ଟରରେ ଏମାନଙ୍କୁ କୁନୋ ନ୍ୟାଶନାଲ ପାର୍କ ପର୍ଯ୍ୟନ୍ତ ନିଆଯିବ । ପ୍ରଥମେ ସେମାନଙ୍କୁ ଏକ ସ୍ପେଶାଲ ବାଡ ମଧ୍ୟରେ ରଖାଯିବ । ସେମାନେ ଏହି ବାଡରେ କିଛି ସମୟ ପାଇଁ କ୍ୱାରାଣ୍ଟାଇନରେ ରହିବେ । ଏହାପରେ ସେମାନଙ୍କୁ ଖୋଲା ଜଙ୍ଗଲରେ ଛାଡି ଦିଆଯିବ । ମୋଦି ପିଞ୍ଜରାରର ଲିଭର ଟାଣି ଚିତାଙ୍କୁ ଜଙ୍ଗଲରେ ଛାଡିବେ । ଚିତାଙ୍କୁ ଛାଡିବା ପରେ ମୋଦି ସେଠାରେ ଏକ ଇଣ୍ଟରଆକ୍ସନରେ ଭାଗ ନେବେ । ଚିତାଙ୍କୁ ଭାରତ ଆଣିବାକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବୟାନରେ କୁହାଯାଇଥିଲା କି ମୋଦି ଦେଶରେ ବନ୍ୟଜୀବକୁ ପୁନର୍ଜିବିତ ଓ ବିବିଧ କରିବାର ପ୍ରୟାସର ଏହା ହେଉଛି ଏକ ଅଂଶ । ଭାରତକୁ ପୁଣିଥରେ ଚିତା ବାଘ ଫେରାଇ ଆଣିବା ‘ପ୍ରୋଜେକ୍ଟ ଚିତା’ ବିଶ୍ୱର ସବୁଠାରୁ ବଡ ୱାଇଲ୍ଡ ଲାଇଫ ଟ୍ରାନ୍ସଲୋକେଶନ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ।
ଚିତାଙ୍କୁ ଦେଶକୁ ଆଣିବା ଦ୍ୱାରା ଘାସ ଜଙ୍ଗଲ ଓ ଖୋଲା ଜଙ୍ଗଲର ପରିସ୍ଥିତିରେ ସନ୍ତୁଳନ ରକ୍ଷା ହୋଇପାରିବ । ଏହା ଜୈବ ବିବିଧତାକୁ ବି ବଜାୟ ରଖିବ ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri