Posted inଜାତୀୟ

୭୪ ବର୍ଷ ପରେ ଭାରତ ଫେରିବ ଚିତା, ଜନ୍ମଦିନରେ ସ୍ୱାଗତ କରିବେ ମୋଦି

ନୂଆଦିଲ୍ଲୀ,୧୭ ।୯: ଭାରତ ସ୍ୱାଧିନତା ପରେ ଯାହାକୁ ହରାଇଥିଲା ତାହା ହେଉଛି ଜଙ୍ଗଲର ଉସେନ ବୋଲ୍ଟ ‘ଚିତା’ । ୧୯୪୮ରେ ଦେଶରେ ଶେଷ ଚିତାକୁ ଦେଖିବାକୁ ମିଳିଥିଲା । ଏହାପରେ ଚିତା ବିଲୁପ୍ତ ହୋଇଯାଇଥିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦୀର୍ଘ ୭୪ ବର୍ଷ ପରେ ଚିତା ପୁଣିଥରେ ଭାରତ ଭୂମିରେ ପାଦ ରଖିବାକୁ ଯାଉଛି । ଏହି ଐତିହାସିକ ମୁହୂର୍ତ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଅର୍ଥାତ୍ ଶନିବାର ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୨ ବର୍ଷରେ ପଦାର୍ପଣ କରୁଛନ୍ତି ।
ମୋଦି ନାବିବିୟାରୁ ଆସୁଥିବା ୮ ଚିତାଙ୍କୁ ସ୍ୱାଗତ କରିବାକୁ ଉଜବେକିସ୍ତାନରୁ ଫେରି ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ପହଞ୍ଚିବେ । ଏହିଠାରେ ହିଁ ବିଦେଶରୁ ଆସୁଥିବା ୮ ଚିତାଙ୍କୁ ରଖାଯିବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ମୋଦି ସକାଳ ୯ଟା ୨୦ ମିନିଟରେ ଗ୍ୱାୟାଲିୟର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସେ ଶୟୋପୁର ଜିଲା ସ୍ଥିତ କୁନୋ ନ୍ୟାଶନାଲ ପାର୍କ ଯାତ୍ରା କରିବେ । ଏହାର ଦୂରତା ପ୍ରାୟ ୧୬୫ କିଲୋମିଟର । ଏହାପରେ ସେ ଚିତାଙ୍କୁ ରିଲିଜ କରାଯିବାକୁ ଥିବା ସାଇଟରେ ୧୦ଟା ୩୦ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ଏହାସହ ଦ୍ୱିତୀୟ ସାଇଟରେ ୧୦ଟା ୪୫ରେ ପହଞ୍ଚି ସେହିଠାରେ ଚିତାଙ୍କୁ ଛାଡିବେ ।
ନାମିବିୟାରୁ ଆସୁଥିବା ୮ ଚିତାଙ୍କ ମଧ୍ୟରେ ୫ଟି ମାଇ ଚିତା ଓ ୩ଟି ପୁରୁଷ ଚିତା ରହିଛନ୍ତି । ଏହି ଚିତା ପୂର୍ବରୁ ଏକ ସ୍ପେଶାଲ ଜମ୍ବୋ ଜେଟରେ ସକାଳ ୬ଟାରେ ଗ୍ୱାୟାଲିୟର ପହଞ୍ଚିଯାଇଥିବେ । ଏହାପରେ ବାୟୁସେନା ହେଲିକପ୍ଟରରେ ଏମାନଙ୍କୁ କୁନୋ ନ୍ୟାଶନାଲ ପାର୍କ ପର୍ଯ୍ୟନ୍ତ ନିଆଯିବ । ପ୍ରଥମେ ସେମାନଙ୍କୁ ଏକ ସ୍ପେଶାଲ ବାଡ ମଧ୍ୟରେ ରଖାଯିବ । ସେମାନେ ଏହି ବାଡରେ କିଛି ସମୟ ପାଇଁ କ୍ୱାରାଣ୍ଟାଇନରେ ରହିବେ । ଏହାପରେ ସେମାନଙ୍କୁ ଖୋଲା ଜଙ୍ଗଲରେ ଛାଡି ଦିଆଯିବ । ମୋଦି ପିଞ୍ଜରାରର ଲିଭର ଟାଣି ଚିତାଙ୍କୁ ଜଙ୍ଗଲରେ ଛାଡିବେ । ଚିତାଙ୍କୁ ଛାଡିବା ପରେ ମୋଦି ସେଠାରେ ଏକ ଇଣ୍ଟରଆକ୍ସନରେ ଭାଗ ନେବେ । ଚିତାଙ୍କୁ ଭାରତ ଆଣିବାକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବୟାନରେ କୁହାଯାଇଥିଲା କି ମୋଦି ଦେଶରେ ବନ୍ୟଜୀବକୁ ପୁନର୍ଜିବିତ ଓ ବିବିଧ କରିବାର ପ୍ରୟାସର ଏହା ହେଉଛି ଏକ ଅଂଶ । ଭାରତକୁ ପୁଣିଥରେ ଚିତା ବାଘ ଫେରାଇ ଆଣିବା ‘ପ୍ରୋଜେକ୍ଟ ଚିତା’ ବିଶ୍ୱର ସବୁଠାରୁ ବଡ ୱାଇଲ୍ଡ ଲାଇଫ ଟ୍ରାନ୍ସଲୋକେଶନ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ।
ଚିତାଙ୍କୁ ଦେଶକୁ ଆଣିବା ଦ୍ୱାରା ଘାସ ଜଙ୍ଗଲ ଓ ଖୋଲା ଜଙ୍ଗଲର ପରିସ୍ଥିତିରେ ସନ୍ତୁଳନ ରକ୍ଷା ହୋଇପାରିବ । ଏହା ଜୈବ ବିବିଧତାକୁ ବି ବଜାୟ ରଖିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri