Posted inଜାତୀୟ

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଅଭିଯାନକୁ ନେଇ ବୁଧବାର ଦିଲ୍ଲୀରେ ଭାଜପା ଓ ଏନଡିଏ ଶାସିତ ରାଜ୍ୟର ଚୟନିତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଏକ ବୈଠକ ହେବ।
ଭାଜପା ଅଧ୍ୟକ୍ଷ ନିତିନ ନବୀନଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଏହି ବୈଠକ ଆୟୋଜିତ ହେବ। ଦେଶର ବିଭିନ୍ନ ଭାଜପା ଶାସିତ ରାଜ୍ୟରୁ ପ୍ରାୟ ୨୫ ଜଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ। ବୈଠକରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାର୍ବଜନୀନ ଜୀବନ ଏବଂ ତାଙ୍କ ଦ୍ୱାରା କରାଯାଇଥିବା ପ୍ରମୁଖ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯିବ। ଏହି ଉପଲବ୍ଧିଗୁଡ଼ିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ରଣନୀତି ମଧ୍ୟ ଆଲୋଚନା ହେବ। ଭାଜପା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଦେଶବ୍ୟାପୀ ‘ସେବା ସଙ୍କଳ୍ପ’ ଅଭିଯାନ ଚଳାଇବ। ଏହି ଅଭିଯାନର ମୁଖ୍ୟ ଫୋକସ ରହିବ ସେବା, ଜନକଲ୍ୟାଣ ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଉପରେ।
ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟକ୍ରମ ସହ ଜନସମ୍ପର୍କ ଅଭିଯାନ ଆୟୋଜନ କରାଯିବ। ଏହା ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡ଼ିହେବାକୁ ଭାଜପା ଲକ୍ଷ୍ୟ ରଖିଛି। ଏହି ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମସ୍ଥାନ ଗୁଜରାଟର ବଡ଼ନଗର ଏବଂ ତାଙ୍କ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର କାଶୀ (ବାରାଣସୀ)ର ସ୍ବତନ୍ତ୍ର ଜନସମ୍ପର୍କ ଯାତ୍ରା ବାହାରିବ। ଏହି ଯାତ୍ରାର ଟିମଗୁଡ଼ିକ ଦେଶର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବେ। ବଡ଼ନଗରରୁ କାଶୀ ପର୍ଯ୍ୟନ୍ତ ଯାତ୍ରା ସହ ଦେଶବ୍ୟାପୀ ଜନସମ୍ପର୍କକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନ ସମୟରେ ଦେଶର ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ଅଞ୍ଚଳରେ ରାଲି ଓ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦେଶର ବିଭିନ୍ନ ଅଞ୍ଚଳ ଓ ସାମାଜିକ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାର୍ବଜନୀନ ଜୀବନ ଓ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ବିଜେପିର ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ରହିବ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ…

ଭାଗ୍ୟରେ ଲାଗିବ ଚାରିଚାନ୍ଦ! ୭ ସେପ୍ଟେମ୍ବରରୁ ୪ ରାଶିଙ୍କୁ ଅପାର ଧନଲାଭ ସହ ନୂଆ ଚାକିରି ସୁଯୋଗ

ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ରମା ଓ ଗୁରୁଙ୍କ ଯୁତିରୁ ଗଠିତ ହେଉଥିବା ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ। ଯେଉଁ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ଏହି…

ଘରେ ବିଲକୁଲ ଫ୍ରି’ରେ ଲାଗିବ ସୋଲାର ପ୍ୟାନେଲ, ସରକାର ଉଠାଇବେ ସବୁ ଖର୍ଚ୍ଚ

ନୂଆଦିଲ୍ଲୀ,୨।୯: ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଏପରି ଏକ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯାହା ମାଧ୍ୟମରେ ଏବେ ଛାତ ଉପରେ ସୋଲାର ଲଗାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri