କରୋନା ସମୟରେ ବଢିଛି ମୋଦିଙ୍କ ଲୋକପ୍ରିୟତା!

ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଛି । ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ଏକ ବିଶ୍ଲେଷଣରେ ଏହା ଜଣାପଡିଛି । କରୋନା ମହାମାରୀ ସମୟରେ ମୋଦିଙ୍କ ଆପ୍ରୁଭାଲ ରେଟିଂ ୫୫ ରହିଥିଲା । ରିପୋର୍ଟରେ ଏହା ବି କୁହାଯାଇଛି କି ମୋଦିଙ୍କ ଲୋକପ୍ରିୟତା ବିଶ୍ୱର ବଡ ବଡ ନେତାଙ୍କଠାରୁ ଆଗରେ ରହିଛି । ମର୍ଣ୍ଣିଂ କନସଲ୍ଟ ସଂସ୍ଥାର ପଲିଟିକାଲ ଇଣ୍ଟଲିଜେନ୍ସ ବିଭାଗ ଏବେ ବିଶ୍ୱର ୧୩ ଦେଶର ନେତାଙ୍କର ଆପ୍ରୁଭାଲ ରେଟିଂ ସ୍ଥିର କରୁଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ଜାପାନ, ମେକ୍ସିକୋ, ସାଉଥ କୋରିଆ, ସ୍ପେନ, ୟୁନାଇଟେଡ କିଙ୍ଗଡମ୍ , ଆମେରିକା । ଏହି ତଥ୍ୟ ଜରିଆରେ ଦେଶରେ ନେତାଙ୍କ ଲୋକପ୍ରିୟତା ଜାଣିବାରେ ମଧ୍ୟ ସହାୟକ ହେବ । ଏହି ଲୋକପ୍ରିୟତା ବୃଦ୍ଧି ତାଲିକା ଅନୁଯାୟୀ ମୋଦିଙ୍କ ବ୍ୟତୀତ ମେକ୍ସିକୋ ରାଷ୍ଟ୍ରପତି ଏଡ୍ରେସ ମ୍ୟାନୁଏଲ ଲୋପେଜ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟକ ମରିସନ ବି ସାମିଲ ଅଛନ୍ତି । କୁହାଯାଉଛି ଏହା ପୂର୍ବରୁ ମଧ୍ୟ ଯେତିକି ରିପୋର୍ଟ ଆସିଛି ସେଥିରେ ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲୁଏଚ୍‌ଓ) ମାର୍ଚ୍ଚ ୧୧ରେ କରୋନା ଭାଇରସକୁ ମହାମାରୀ ବୋଲି ଘୋଷଣା କରିଥିଲା । ଏହାପରେ ବିଶ୍ୱର ୧୦ ନେତାଙ୍କ ଲୋକପ୍ରିୟତାରେ ୯ ପ୍ରତିଶତ ବୃଦ୍ଧି ହୋଇଥିଲା । ଏ୍‌ଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ଥିଲେ । ଏଥିରେ ଅଷ୍ଟ୍ରେଲିଆ, କାନାଡା ଓ ଜର୍ମାନୀର ଶୀର୍ଷ ନେତାଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri