Posted inଜାତୀୟ

ମୋଦିଙ୍କ କ୍ୟାବିନେଟର ୪୨ ପ୍ରତିଶତ ମନ୍ତ୍ରୀ ଆପରାଧିକ ମାମଲାରେ ସଂପୃକ୍ତ!

ନୂଆଦିଲ୍ଲୀ,୧୦ ।୭: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ କରିଛନ୍ତି । ଯେଉଁଥିରେ ୪୩ଜଣ ଏମ୍‌ପିଙ୍କୁ ଶପଥ ପାଠ କରାଯାଇଛି । ମନ୍ତ୍ରିପରିଷଦରେ ୩୬ ନୂଆ ଚେହେରାକୁ ସାମିଲ କରାଯାଇଛି । ଏବେ ଜଣାପଡିଛି କି କେନ୍ଦ୍ରୀୟ ମନ୍ତ୍ରିପରିଷଦର ୪୨ ପ୍ରତିଶତ ମନ୍ତ୍ରୀ ନିଜ ନାଁରେ ଆପରାଧିକ ମାମଲା ଥିବା ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଛି । ଏଡିଆର୍ ରିପୋର୍ଟ ଜରିଆରେ ଏହି ତଥ୍ୟ ସାମ୍ନାକୁ ଆସିଛି । ବୁଧବାର ୧୫ ନୂଆ କ୍ୟାବିନେଟ ମନ୍ତ୍ରୀ ଓ ୨୮ ରାଜ୍ୟ ମନ୍ତ୍ରୀ ଶପଥ ନେବା ପରେ ମନ୍ତ୍ରିପରିଷଦର ମୋଟ ସଦସ୍ୟ ସଂଖ୍ୟା ୭୮ ହୋଇଯାଇଛି । ଆସୋସିଏଶନ ଫର୍ ଡେମୋକ୍ରେଟିକ ରିଫର୍ମସ୍‌(ଏଡିଆର୍‌) ନିର୍ବାଚନ ପ୍ରମାଣପତ୍ରକୁ ଦର୍ଶାଇ ଏହି ସମସ୍ତ ମନ୍ତ୍ରୀଙ୍କ ମଧ୍ୟରୁ ୩୩ ପ୍ରତିଶତ(୪୨)ଙ୍କ ବିରୋଧରେ ଆପରାଧିକ ମାମଲା ଥିବା ରିପୋର୍ଟ କରିଛନ୍ତି । ପ୍ରାୟ ୨୪ ବା ୩୧ ପ୍ରତିଶତ ମନ୍ତ୍ରୀ ନିଜ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଭଳି ମାମଲା ଥିବା ଦର୍ଶାଇଛନ୍ତି । କୁଚ ବିହାର ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ହୋଇଥିବା ନିଶିତ ପ୍ରାମାଣିକ ନିଜ ନାଁରେ ହତ୍ୟା ମାମଲା ଥିବା ଘୋଷଣା କରିଛନ୍ତି । ସେ ମନ୍ତ୍ରି ପରିଷଦର ସର୍ବ କନିଷ୍ଠ ସଦସ୍ୟ ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମିକୁ ମାଡ଼ି ବସିଛନ୍ତି ପୂର୍ବତନ ବିଧାୟକ, ଅଭିଯୋଗ ଆଣି ସୂଚନା ଅଧିକାର କର୍ମୀ କହିଲେ…

ଧର୍ମଶାଳା,୧ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ପୂର୍ବ ସରକାର ସମୟରେ ଅନେକ ଦୁର୍ନୀତି ହୋଇଥିବା ବେଳେ ପୋଲିସ ପ୍ରଶାସନ, ଖଣି ଉପନିର୍ଦ୍ଦେଶକ ଏବଂ ତହସିଲ ପ୍ରଶାସନ ମିଳିତ…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ଇରାନ ଉପରେ ବଡ଼ ଆକ୍ରମଣ…

ଇସଲାମବାଦ,୧।୩: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲେ, ଯାହା ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାତାବରଣ ଖେଳିଯାଇଛି। ଶନିବାର ସକାଳେ ଆମେରିକା…

ଧାନଜମିରେ ଇଲେକ୍ଟ୍ରି କରେଣ୍ଟ ଦେଇ ଷଣ୍ଢକୁ ମାରିଦେଲେ ଚାଷୀ, ତାତିଲା ବଜରଙ୍ଗ ଦଳ, ପ୍ରତିବାଦରେ…

ବାଲିଆପାଳ,୧ା୨(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଲୋକେ ଷଣ୍ଢଗୁଡ଼ିକୁ ଇଲେକ୍ଟ୍ରି କରେଣ୍ଟ ଦେଇ ମାରି ଦେଉଛନ୍ତି। ଏନେଇ ବାଲିଆପାଳ ଥାନାରେ ଅଭିଯୋଗ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ! ଭାରତରେ ମହଙ୍ଗା ହେବ…

ନୂଆଦିଲ୍ଲୀ,୧।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା…

ବଡ଼ଭାଇଙ୍କୁ ପଥରରେ ଛେଚି ହତ୍ୟା କଲେ ସାନ

ଝାରସୁଗୁଡ଼ା,୧ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବଡ଼ମାଳ ଥାନା ଅନ୍ତର୍ଗତ ବୃନ୍ଦାମାଲ ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ଏକ ବସ୍ତିରେ ରହୁଥିବା ବଡ଼ଭାଇ ବିବେକନାଥ ନାଗ(୨୮)ଙ୍କୁ ସାନଭାଇ କ୍ଷୀରୋଦନାଥ…

ଇସ୍ରାଏଲ-ଆମେରିକା ଆକ୍ରମଣରେ କେବଳ ଖାଇନେଇ ନୁହେଁ, ପରିବାରର ଅନେକ ସଦସ୍ୟ ନିହତ

ଜେରୁଜେଲମ,୧।୩: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଏବେ ଖବର ଆସିଛି ଯେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ନିହତ ହୋଇଛନ୍ତି।…

ଆଜିଠାରୁ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ନିକଟତର ହେବେ ୬ ଗ୍ରହ

ଭୁବନେଶ୍ୱର,୨୮ା୨(ସୁଚିସ୍ମିତା ସାହୁ): ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ…

କେତେ ସମ୍ପତ୍ତି ଛାଡି ଦେଇଗଲେ ଖାମେନେଇ, ଜାଣିଲେ ହୋଇଯିବେ ତାଜୁବ

ତେହେରାନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପରେ, ଇରାନୀ ଗଣମାଧ୍ୟମ ଇରାନର ସର୍ୱୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri