Categories: ଜାତୀୟ

୫ଜି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୧୦: ଦେଶରେ ଆରମ୍ଭ ହେଲା ୫ଜି ସେବା। ଶନିବାର ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି। ଭାରତ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ। ଟେକ୍ନୋଲୋଜିର ଏକ ନୂତନ ଯୁଗରେ ଭାରତ ପ୍ରବେଶ କରିଛି। ଦେଶର ପ୍ରଥମ ପର୍ଯ୍ୟାୟରେ ୧୩ଟି ସହର ଦିଲ୍ଲୀ,ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକତା, ଚେନ୍ନାଇ, ଲକ୍ଷ୍ମୌ ଏବଂ ପୁଣେରେ ଏହି ସେବା ଆରମ୍ଭ ହୋଇଛି। ଆଜିର ଏହି ୫ଜି ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପୁଅ ଆକାଶ ଅମ୍ବାନୀ ପ୍ରମୁଖ ଉପସ୍ଥିତି ଥିଲେ।

Share