Categories: ଜାତୀୟ

ଦିଲ୍ଲୀରେ ମୋଦିଙ୍କ ମେଗା ରୋଡ୍‌ ଶୋ’

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସୋମବାର ଏକ ମେଗା ରୋଡ୍‌ ଶୋ’ କରିଛନ୍ତି। ଏହି ରୋଡ୍‌ ଶୋ’ ପଟେଲ ଛକରୁ ବାହାରି ଏନ୍‌ଡିଏମ୍‌ସି ସମ୍ମିଳନୀ କେନ୍ଦ୍ରକୁ ଯାଇଥିଲା। ଏହି ସମୟରେ ରାସ୍ତାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଦିଲ୍ଲୀର ଏନ୍‌ଡିଏମ୍‌ସି ସମ୍ମିଳନୀ କେନ୍ଦ୍ରରେ ଭାଜପାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହେଉଛି। ରୋଡ ଶୋ’ ପରେ ମୋଦି ବୈଠକ ପାଇଁ ଏନ୍‌ଡିଏମ୍‌ସି ସମ୍ମିଳନୀ କେନ୍ଦ୍ରରେ ପହଞ୍ଚିଥିଲେ।
ଏହି ସଭାରେ ଲୋକସଭା ଏବଂ ବିଧାନସଭାର ଏଜେଣ୍ଡା ସ୍ଥିର ହେବ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଦଳର ବହୁ ବରିଷ୍ଠ ନେତା ଏହି ସଭାରେ ଯୋଗ ଦେବେ। ତେବେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ପରେ ଦଳର ଏହା ହେଉଛି ପ୍ରଥମ ବୈଠକ। ଦେଶର ସାମ୍ପ୍ରତିକ ପ୍ରସଙ୍ଗ ଏବଂ ଦଳ ମଧ୍ୟରେ ସାଂଗଠନିକ ପ୍ରସଙ୍ଗ ଉବରେ ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି।

Share